କ୍ଷୀର, ଦହି ଓ ଘିଅରେ ଏଣିକି ଲେଖାଯିବନି A1-A2 ମାନ

ଅର୍ଗସ ବ୍ୟୁରୋ: ଦୁଗ୍ଧ, ଦହି ଓ ଘିଅ ଭଳି ଦୁଗ୍ଧ ଉତ୍ପାଦ ଉପରେ ‘A1 ଓ A2’ ନ ଲେଖିବାକୁ ଆଜି ବିଧିବଦ୍ଧ ଭାବେ କୁହାଯାଇଛି। ଏହାକୁ ବନ୍ଦ କରିବାକୁ ଖାଦ୍ୟ ସୁରକ୍ଷା ନିୟାମକ ଏଫ୍ଏସ୍ଏସ୍ଏଆଇ ଗୁରୁବାର ଇ-କମର୍ସ ଏବଂ ଖାଦ୍ୟ ବ୍ୟବସାୟ କମ୍ପାନିଗୁଡ଼ିକୁ କହିଛନ୍ତି। ଏଫଏସଏସଏଆଇ ଏଭଳି ଲେବଲିଂକୁ ବିଭ୍ରାନ୍ତିକର ବୋଲି କହିଛି । FSSAI କହିଛି ଯେ ଏହି ଦାବିଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ ଅନୁଯାୟୀ ନୁହେଁ । ଏକ ନୂତନ ସର୍କୁଲାରରେ ଏଫ୍ଏସ୍ଏଆଇ କହିଛି ଯେ ସେମାନେ ଏହି ସମସ୍ୟାର ଯାଞ୍ଚ କରିଛନ୍ତି ଏବଂ ଜାଣିବାକୁ ପାଇଛନ୍ତି ଯେ A1 ଏବଂ A2 ମଧ୍ୟରେ ପାର୍ଥକ୍ୟ କ୍ଷୀରରେ ଥିବା ବିଟା-କେସିନ୍ ପ୍ରୋଟିନ୍ ର ଗଠନ ସହିତ ଜଡ଼ିତ।
ତେବେ ପ୍ରଚଳିତ ଏଫ୍ଏସ୍ଏସ୍ଏଆଇ ନିୟମରେ ଏହି ପାର୍ଥକ୍ୟକୁ ସ୍ୱୀକୃତି ଦିଆଯାଇନାହିଁ । କଂପାନିଗୁଡ଼ିକୁ କୁହାଯାଇଛି ଯେ ଯଦି ସେମାନେ ପୂର୍ବରୁ ଲେବଲ୍ ଛାପିସାରିଛନ୍ତି, ତେବେ ସେମାନେ ଏହାକୁ ୬ ମାସ ମଧ୍ୟରେ ଶେଷ କରିବା ଉଚିତ୍ । ଏହାପରେ ଏଥିପାଇଁ ଆଉ ସମୟ ଦିଆଯିବ ନାହିଁ । ଏ୧ ଓ ଏ୨ କ୍ଷୀରରେ ବିଟା-କେସିନ୍ ପ୍ରୋଟିନ୍ ର ଗଠନ ଅଲଗା ଅଲଗା, ଗାଈର ପ୍ରଜାତି ଉପରେ ନିର୍ଭର କରି ଏହା ଭିନ୍ନ ହୋଇଥାଏ । FSSAI କହିଛି ଯେ ଏଭଳି ଲେବଲିଂ ଏକ ପ୍ରକାର ‘ମାର୍କେଟିଂ ମେନିପୁଲେସନ୍’ ଅଟେ । ଏହା ବନ୍ଦ ହେବା ଦରକାର।
ଅଧିକ ପଢ଼ନ୍ତୁ ଭାରତ ଖବର
