Videos
|
National

 ଖାଲିପେଟ ରେ କ୍ଷୀର ପିଇବା କି ? 

Manini Pattanayak
Browse all articles by Manini Pattanayak
·1 year ago·2 min read
 ଖାଲିପେଟ ରେ କ୍ଷୀର ପିଇବା କି ? 

ନୂଆଦିଲ୍ଲୀ:  ସ୍ୱାସ୍ଥ୍ୟ ପାଇଁ କ୍ଷୀର ବହୁତ ଲାଭଦାୟକ। ଏଥିରେ କ୍ୟାଲସିୟମ ପରି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ମିଳିଥାଏ।  ଯାହା  ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।  କିନ୍ତୁ ଏହାର ଲାଭ ଆମେ ସେତେବେଳେ ଉଠାଇପାରିବା ଯେତେବେଳେ ଏହାର ସେବନ ସଠିକ୍ ଉପାୟରେ ଏବଂ ସଠିକ୍ ସମୟରେ  କରିବା।  ଅନ୍ୟଏକ କଥା ହେଉଛି ଯେ କ୍ଷୀର  ଆପଣ କେଉଁଥିପାଇଁ ପିଉଛନ୍ତି ?  ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଅନୁସାରେ କ୍ଷୀର ପିଇବାର ଭିନ୍ନ ଭିନ୍ନ ସମୟ  ଥାଏ। 
 

ତେବେ ଆସନ୍ତୁ ଜାଣିବା କ୍ଷୀର ପିଇବାର ଉଚିତ୍‌ ସମୟ କେତେବେଳେ ?

ରାତିରେ କ୍ଷୀର ପିଇବା ଲାଭଦାୟକ

ରାତିରେ କ୍ଷୀର ପିଇବା ଦ୍ୱାରା ଭଲ ନୀଦ ହୋଇଥାଏ।  କାରଣ ଏଥିରେ  ଟ୍ରିପ୍ଟୋଫାନ୍ ଏବଂ ମେଲାଟୋନିନ୍‌  ଥାଏ  ଯାହା ନିଦକୁ ବୃଦ୍ଧି କରିଥାଏ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଂସପେଶୀ ମଜଭୁତ୍‌ କରିଥାଏ
 

ଏଥିରେ ପ୍ରୋଟିନ୍‌ ଏବଂ ଅମିନୋ  ଏସିଡ୍‌  ରହିଥାଏ।  ଯାହା ମାଂସପେଶୀ  ମରାମତି ଏବଂ ବୃଦ୍ଧିରେ ସାହାଯ୍ୟ କରେ।

ଷ୍ଟ୍ରେସ କମ କରେ

କ୍ଷୀର ମେଣ୍ଟାଲ  ଷ୍ଟ୍ରେସ କୁ କମ୍‌  କରିବାରେ  ସାହାଯ୍ୟ କରିଥାଏ। 

ହାଡକୁ ମଜଭୁତ କରିଥାଏ 

ଏଥିରେ କ୍ୟାଲସିୟମ ରହିଥାଏ। ଯାହା ହାଡକୁ ମଜଭୁତ କରିଥାଏ।   ମୌଳିକ ଭାବେ କ୍ଷୀର ଛୋଟ ପିଲା ବୟଜ୍ୟୋଷ୍ଠ ବ୍ୟକ୍ତିଙ୍କ ପାଇଁ ଲାଭଦାୟକ 
 ସକାଳେ କ୍ଷୀର ପିଇଲେ ମିଳିଥାଏ ଲାଭ
 

ସକାଳେ କ୍ଷୀର ପିଇଲେ ଦିନସାରା ଏନର୍ଜି ଏବଂ ପୋଷଣ ମିଳିଥାଏ। ଏହା ସେବନ ଆପଣ ଜଳଖିଆ ସମୟରେ କରିପେରିବେ। 

ମସଲ୍ସ ଏବଂ ଶରୀରକୁ ମିଳେ ଶକ୍ତି
 କ୍ଷୀରରେ  ପ୍ରୋଟିନ୍‌ ରହିଥାଏ।  ଯାହା ଦିନର ଆରମ୍ଭରେ  ମସଲ୍ସକୁ ଜରୁରୀ ପୋଷଣ ଦେଇଥାଏ। 
 ଓଜନ ବଢାଇଥାଏ କ୍ଷୀର 

 ଯେଉଁମାନେ ଓ୍ୱେଟ୍‌ ବଢାଇବା ପାଇଁ  ଚେଷ୍ଟା କରୁଛନ୍ତି ସେମାନେ ସକାଳେ କ୍ଷୀର ପିଇବା ଲାଭ ଦାୟକ ହୋଇଥାଏ। 

 ଦିନରେ ମଧ୍ୟ କ୍ଷୀର ପିଇ ପାରିବେ 
 

ଦିନ ବେଳା କ୍ଷୀର ମଧ୍ୟ ପିଇ ପାରିବା। କିନ୍ତୁ  ଦିନରେ ଏହା ଡାଇଜେଷ୍ଟ  କରିବା କିଛି ଲୋକଙ୍କ ପାଇଁ  କଷ୍ଟ ହୋଇପାରେ।  ବିଶେଷ କରି ଯଦି ଏହାକୁ ଖାଇବା ସହ ପିଉଛନ୍ତି
 ଖାଲିପେଟରେ କ୍ଷୀର ପିଇବା   ଆୟୁର୍ବେଦ ଅନୁସାରେ  ଖାଲିପେଟରେ  କ୍ଷୀର ପିଇବା ଦ୍ୱାରା  ପେଟରେ ଏସିଡିଟି   ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା  ହୋଇପାରେ। ସେଥିପାଇଁ କ୍ଷୀରକୁ ଖାଲିପେଟରେ ପିଇବାକୁ ମନା କରାଯାଇଥାଏ।   କିନ୍ତୁ ଏହାକୁ ଯଦି ଆମେ ରାତିରେ ଶୋଇବା ପୂର୍ବରୁ ପିଉଛେ ତେବେ  ଶରୀର ପାଇଁ ବେସ୍‌ ଲାଭଦାୟକ ହୋଇଥାଏ। 

ଅଧିକ ଦେଖନ୍ତୁ : 
 
 

Milk helps in reducing mental stress. | Argus News