Milk Price Hike / ଶୀତ ଋତୁରେ ବି କ୍ଷୀର ଦରରେ ଲାଗିଛି ନିଆଁ, ଚଳିତ ଆର୍ଥିକ ବର୍ଷରେ ୮ ଟଙ୍କା ମହଙ୍ଗା
·16 mins ago·2 min read

Key Points
ଶୀତ ଋତୁରେ ବି କ୍ଷୀର ଦରରେ ଲାଗିଛି ନିଆଁ,
ଚଳିତ ଆର୍ଥିକ ବର୍ଷରେ ୮ ଟଙ୍କା ମହଙ୍ଗା ।
ପୁଣି ବଢ଼ିଲା କ୍ଷୀର ଦାମ୍ ।
ଚଳିତ ଆର୍ଥିକ ବର୍ଷରେ ୮ ଟଙ୍କା ମହଙ୍ଗା ।
ପୁଣି ବଢ଼ିଲା କ୍ଷୀର ଦାମ୍ ।
ସାଧାରଣତଃ ଶୀତ ଋତୁ ଆସିଲେ ଦେଶରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଥାଏ । ଫଳରେ କ୍ଷୀର, ଦହି, ଘିଅ ଓ ଲହୁଣୀ ଭଳି ଦୁଗ୍ଧଜାତ ସାମଗ୍ରୀର ଦର ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଚଳିତ ବର୍ଷ ଏହି ଧାରାରେ ବ୍ୟତିକ୍ରମ ଦେଖାଦେଇଛି । ଶୀତ ଋତୁରେ କ୍ଷୀର ଉତ୍ପାଦନ ବୃଦ୍ଧିର ସମୟ ଆରମ୍ଭ ହୋଇଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ରେଟିଂ ଏଜେନ୍ସି କେୟାରଏଜ୍ (CareEdge Ratings)ର ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ଏପର୍ଯ୍ୟନ୍ତ କ୍ଷୀର ଦର ଲିଟର ପିଛା ସର୍ବାଧିକ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ମେ'ରେ ବଢ଼ିଥିଲା ୨ ଟଙ୍କା, ନଭେମ୍ବରରେ ପୁଣି ବୃଦ୍ଧି
ଚଳିତ ବର୍ଷ ମେ' ମାସରେ ଅମୂଲ ଓ ମଦର ଡେୟରୀ ଭଳି ପ୍ରମୁଖ କମ୍ପାନୀ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲେ । ଏହାପରେ ନଭେମ୍ବରରେ ପୁଣି ଥରେ ବିଭିନ୍ନ ପ୍ରକାର କ୍ଷୀରର ଦର ୨ରୁ ୬ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ଫଳରେ କେତେକ କିସମର କ୍ଷୀର ଦର ମୋଟ ୪ରୁ ୮ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।
ରିପୋର୍ଟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ଦୁଧର ହାରାହାରି ଖୁଚୁରା ଦର ଲିଟର ପିଛା ୪୨.୮ ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୫୯.୧ ଟଙ୍କାରେ ପହଞ୍ଚିଥିଲା । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏହି ଦର ଆହୁରି ବୃଦ୍ଧି ପାଇ ୬୦.୪ ଟଙ୍କା ହୋଇଛି ।
ଶୀତ ଋତୁରେ ମଧ୍ୟ କାହିଁକି କମୁନି ଦର ?
ସାଧାରଣତଃ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ଦୁଧ ଉତ୍ପାଦନ ସର୍ବାଧିକ ରହିଥାଏ । କିନ୍ତୁ ଚଳିତ ବର୍ଷ ତିନୋଟି ପ୍ରମୁଖ କାରଣ ଯୋଗୁଁ କ୍ଷୀର ଦର ଉପରେ ଚାପ ପଡ଼ିଛି।

- ପ୍ରଥମତଃ, ପଶୁମାନଙ୍କର ଜୈବିକ ଉତ୍ପାଦନ ଚକ୍ର ଯୋଗୁଁ ପ୍ରତି ୩ରୁ ୪ ବର୍ଷରେ କ୍ଷୀର ଉତ୍ପାଦନ ହ୍ରାସ ପାଇଥାଏ । ଏହା ସହିତ କେତେକ ଅଞ୍ଚଳରୁ ସଂଗୃହୀତ କ୍ଷୀରରେ ଫ୍ୟାଟ୍ ପରିମାଣ କମ୍ ରହିବାରୁ ଯୋଗାଣ ପ୍ରଭାବିତ ହୋଇଛି ।
- ଦ୍ୱିତୀୟତଃ, ପଶୁଖାଦ୍ୟ, ଚାରା, ଦୁଧ ପ୍ରକ୍ରିୟାକରଣ, ପ୍ୟାକେଜିଂ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହାର ପ୍ରଭାବ କ୍ଷୀରର ଖୁଚୁରା ଦର ଉପରେ ପଡ଼ୁଛି
- ତୃତୀୟତଃ, ସ୍କିମ୍ଡ୍ ମିଲ୍କ ପାଉଡର (SMP) ଓ ଲହୁଣୀର ମହଜୁଦ ପରିମାଣ କମ୍ ରହିଛି । ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଅକ୍ଟୋବର ୨୦୨୬ରେ SMP ଦର ଗତବର୍ଷ ତୁଳନାରେ ୩୬ ପ୍ରତିଶତ ବୃଦ୍ଧି ପାଇ ଟନ୍ ପିଛା ୩,୮୫୦ ଡଲାରରେ ପହଞ୍ଚିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗକୁ ଆହୁରି ବଢ଼ିପାରେ କ୍ଷୀର ଦର
କେୟାରଏଜ୍ ରେଟିଂସ୍ର ବିଶେଷଜ୍ଞଙ୍କ ମତରେ, ପଶୁଖାଦ୍ୟର ଉଚ୍ଚ ମୂଲ୍ୟ ଏବଂ ମିଲ୍କ ପାଉଡରର କମ୍ ମହଜୁଦ ଯୋଗୁଁ ୨୦୨୬-୨୭ ଆର୍ଥିକ ବର୍ଷର ଅବଶିଷ୍ଟ ମାସଗୁଡ଼ିକରେ ମଧ୍ୟ ଦୁଧ ଦର ଉଚ୍ଚ ସ୍ତରରେ ରହିପାରେ । ଉତ୍ପାଦନ ଖର୍ଚ୍ଚ ଉପରେ ଚାପ ଜାରି ରହିଲେ କ୍ଷୀର ଦର ଆହୁରି ବଢ଼ିବାର ଆଶଙ୍କା ରହିଛି ।
ଅନ୍ୟପକ୍ଷରେ, ଭବିଷ୍ୟତରେ କ୍ଷୀରର ଚାହିଦା ପୂରଣ କରିବା ପାଇଁ ସରକାରୀ ସମବାୟ ଓ ଘରୋଇ ଡେୟରୀ କମ୍ପାନୀଗୁଡ଼ିକ ନିବେଶ ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ କ୍ଷୀର ଉତ୍ପାଦନ କ୍ଷମତା, କୋଲ୍ଡ ଚେନ୍ ଏବଂ ଦୁଧ ସଂଗ୍ରହ ନେଟୱର୍କକୁ ମଜବୁତ କରିବା ପାଇଁ ୧୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ ।

Related Topics
Explore more stories