ମିମି କହିଲେ ମହିଳାଙ୍କ ନ୍ୟାୟ ପାଇଁ ମୁଁ ସ୍ବର ଉଠାଇବି

ଅର୍ଗସ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ସିବିଆଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି।
ଏହି ସମୟରେ ତୃଣ ମୂଳ କଂଗ୍ରେସର ପୂର୍ବତନ ସଦସ୍ୟ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ମଙ୍ଗଳବାର ଦିନ ଅଡୁଆରେ ଫଶିଛନ୍ତି। କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ବିରୋଧ କରି ପୋଷ୍ଟ କରିବା ପରେ ତାଙ୍କୁ ଦୁଷ୍କର୍ମ କରିବାର ଧମକ ଦିଆଯାଉଛି। ମିମି ତାଙ୍କ ପୋଷ୍ଟରେ କୋଲକାତା ପୋଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛି।
ମିମି ଲେଖିଛନ୍ତି ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍ ତ? ଏମାନେ ସେହିମାନଙ୍କ ମଧ୍ୟରୁ କିଛି ଜଣ ଯିଏ ନିଜର ମୁହଁ ଲୁଚାଇ ଦୁଷ୍କର୍ମ ଧମକର ଭିଡ଼ ଭିତରେ ମହିଳାଙ୍କ ସହ ଛିଡ଼ା ହୋଇଥିବା କଥା କୁହନ୍ତି। କେଉଁ ପ୍ରକାରର ଲାଳନପାଳନ ଏବଂ କେଉଁଭଳି ଶିକ୍ଷା ଏହା ଅନୁମତି ଦିଏ? ମିମି କହିଛନ୍ତି ମୋତେ ଧମକ ମିଳିଲେ ବି ମୁଁ ନ୍ୟାୟ ପାଇଁ ସ୍ବର ଉଠାଇବି। ତୁମେ ମୋର କଣ କରିବ। ତୁମେ ଡରାଇଲେ ବି ମୁଁ ଡରିବିନି।
📱 Get Argus News App
✨କୋଲକାତାରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବ୍ୟକ୍ତିଗତ ଭାବେ ଏକ ପ୍ରତିବାଦରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ। ମିମି କହିଥିଲେ ପୀଡ଼ିତାଙ୍କ ଦୁଷ୍କର୍ମ ସହ ହତ୍ୟା କରାଯିବା ପରେ ସାରା ଦେଶ ହତବାକ ହୋଇଛି। ଦିଲ୍ଲୀ ନିର୍ଭୟା ମାମଲା ପରେ କୋଲକାତାର ଦୁଷ୍କର୍ମ ସହ ହତ୍ୟା ଘଟଣା ପୁଣି ନିଜ କର୍ମକ୍ଷେତ୍ରରେ ଏହାକୁ କେହି ଗ୍ରହଣ କରିପାରୁ ନାହାନ୍ତି। ଦେଶ ସ୍ବାଧୀନ ହୋଇଛି ସତ କିନ୍ତୁ ଜଣେ ନାରୀ ଏବେ ବି ଅସୁରକ୍ଷିତ ବୋଲି ମିମି କହିଛନ୍ତି।
ତେବେ ମିମିଙ୍କ ବ୍ୟତୀତ ରିଧି ସେନ୍, ଅରିନ୍ଦମ୍ ସିଲ୍, ଏବଂ ମଧୁମିତା ସରକାର ଭଳି ଅଭିନେତା ଅଭିନେତ୍ରୀ ମଧ୍ୟ ଅଗଷ୍ଟ ୧୪ ତାରିଖ ରାତିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଭାଗ ନେଇଥିଲେ। ତେବେ ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀରୁ (୨୦୧୯ – ୨୦୨୪) ପର୍ଯ୍ୟନ୍ତ ସଂସଦର ସଦସ୍ୟ ଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର