Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖ୍ୟ ନିର୍ବାଚନ କମିଶନରଙ୍କର ବଢିଲା ସୁରକ୍ଷା

National

ମୁଖ୍ୟ ନିର୍ବାଚନ କମିଶନରଙ୍କର ବଢିଲା ସୁରକ୍ଷା

Rashmita Mishra
Browse all articles by Rashmita Mishra
·2 years ago·1 min read
ମୁଖ୍ୟ ନିର୍ବାଚନ କମିଶନରଙ୍କର ବଢିଲା ସୁରକ୍ଷା

ଅର୍ଗସ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନରଙ୍କର ବଢିଲା ସୁରକ୍ଷା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କର ସୁରକ୍ଷା ବଢାଯାଇଥିବା ଜଣାପଡିଛି । ସୁରକ୍ଷା ପାଇଁ ସିଆରପିଏଫ କମାଣ୍ଡୋ ସହ ମୋଟ ୩୩ ସୁରକ୍ଷା କର୍ମୀ ତାଙ୍କ ସୁରକ୍ଷାରେ ନିୟୋଜିତ ହେବେ ।  କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଇଣ୍ଟେଲିଜେନ୍ସ ବ୍ୟୁରୋ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବଢାଯାଇଛି । ସୁରକ୍ଷା ବଢିବା ପରେ ତାଙ୍କ ବାସଭବନରେ ପୂର୍ବରୁ ନିୟୋଜିତ ଥିବା ୧୦ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ, ୬ ବେସରକାରୀ ସୁରକ୍ଷା ଅଧିକାରୀଙ୍କ ସହ ବନ୍ଧିକଧାରୀ ପୋଲିସ କର୍ମଚାରୀ ୨୪ ଘଣ୍ଟା ସୁରକ୍ଷା ଯୋଗାଇବେ ।

ଲୋକସଭା ନିର୍ବାଚନ ପୂର୍ବରୁ ଚାଲିଥିବା ରାଜନୈତିକ ପରିସ୍ଥିତିକୁ ନଜରରେ ରଖି ରାଜୀବ କୁମାରଙ୍କ ସୁରକ୍ଷା ବଢାଇବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି । 

୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ପଦ ଗ୍ରହଣ କରିଥିଲେ :-
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହେଉଛନ୍ତି ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ମେ' ୨୫ ୨୦୨୨ ରେ ୨୫ ତମ ମୁଖ୍ୟ ନିର୍ବାଚନ କମିଶନ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ୧ ସେପ୍ଟେମ୍ବର ୨୦୨୦ରେ ନିର୍ବାଚନ ସଂସ୍ଥାରେ ନିର୍ବାଚନ କମିଶନର ଦାୟିତ୍ଵ ତୁଲାଇଥିଲେ । ହେଲେ ଅବସର ନେବା ପୂର୍ବରୁ ତାଙ୍କର ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ ସେ ଅଧିକାଂଶ ସମୟ ବିହାର ଏବଂ ଝାଡଖଣ୍ଡରେ ବିତାଇଥିଲେ । କିନ୍ତୁ ଏବେ ଦେଶର ସେ ମୁଖ୍ୟ ନିର୍ବା଼ଚନ କମିଶନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ministry of home affairs sanctioned z category security for chief election commissioner rajiv kumar | Argus News