Shocking News India / ମୋମୋ ନିଶା କଲା ପାଗଳ: ଘରୁ ୮୬ ଲକ୍ଷର ଗହଣା ଚୋରି କରି ଦୋକାନୀକୁ ଦେଇଦେଲା ନାବାଳକ
·5 months ago·2 min read

Key Points
ମୋମୋ ଖାଇବା ପାଇଁ ଘରୁ ଗହଣା ଚୋରି କରି ଦୋକାନୀକୁ ଦେଇ ଦେଲା ନାବାଳକ। ତାହା ପୁଣି ପ୍ରାୟ ୮୬ଲକ୍ଷ ଟଙ୍କାର। ଘର ଲୋକଙ୍କ ଅକଲ ଗୁଡ଼ୁମ।
ମୋମୋ ନାଁ ଶୁଣିଲେ ନିଶ୍ଚିତ ପାଟିରୁ ଲାଳ ଗଡ଼ିଆସେ। ଆଉ ଆଜିକାଲିକା ଛୁଆ ସନ୍ଧ୍ୟା ହେଲା ମାନେ ମୋମୋ ଖାଇବାକୁ ପାଗଳ। ମୋମୋ ନାଁ ଶୁଣିଲେ ଖାଇବାପିଇବା ଭୁଲି ଯାଉଛନ୍ତି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୋମୋ ନିଶା କରିଦେଲା ଚୋର । ମୋମୋ ଖାଇବା ପାଇଁ ଘରୁ ଗହଣା ଚୋରି କରି ଦୋକାନୀକୁ ଦେଇ ଦେଲା ନାବାଳକ। ତାହା ପୁଣି ପ୍ରାୟ ୮୬ଲକ୍ଷ ଟଙ୍କାର। ଘର ଲୋକଙ୍କ ଅକଲ ଗୁଡ଼ୁମ। ମୁଣ୍ଡରେ ହାତ ଦେଇଦେଲେ ଘର ଲୋକ। ମୋମୋ ଖାଇବାକୁ ନିଜ ପୁଅ ଘରେ କଳାକନା ବୁଲାଇଦେବ ବୋଲି କେବେ ଭାବି ନ ଥିଲେ। ଉତ୍ତର ପ୍ରଦେଶରେ ଘଟିଛି ଏଭଳି ଘଟଣା। ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଏମିତି ମୋମୋ ନିଶା ଘାରିଲା ଯେ ସେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ଜଣେ ଠେଲା ବାଲାଙ୍କୁ ଦେଇ ଦେଇଛନ୍ତି। ଛୋଟ ଛୁଆ ବା କଣ ଜାଣିଛି ତା' ପାଖରେ ପଇସା ନାହିଁ ସେ ମୋମୋ ଖାଇବ ବୋଲି କିଛି ଉପାୟ ନ ପାଇ ସୁନା ଗହଣା ନେଇ ଯାଇଛି। ମୋମୋ ବାଲା ମୋମୋ ବହୁତ ଟେଷ୍ଟି ହେଇଛି ଯଦି ଖାଇବୁ ତେବେ ଘରୁ ସୁନା ଗହଣା ନେଇ ଆସ ବୋଲି କହିଥିଲେ। ପିଲାଟି ସେହି ମୁତାବକ ଘରେ କେହି ନ ଥିଲାବେଳେ ସୁନା ଗହଣା ଚୋରି କରିଥିଲା।
ସୂଚନାନୁଯାୟୀ, ଦେବରିଆ ଜିଲ୍ଲାର ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ନାବାଳକ ମୋମୋ ଖାଇବା ପାଇଁ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ମୋମୋ ବାଲାକୁ ଦେଇ ଦେଇଛନ୍ତି। ନାବାଳକଙ୍କ ପିଉସୀ ଦିନେ ଗହଣା ଥିବା ଆଲମାରୀ ଖୋଲିବାରୁ ଗହଣା ଚୋରି ହୋଇଥିବା ଦେଇଖିଥିଲେ। ଏନେଇ ସେ ପରିବାର ଲୋକଙ୍କୁ କହିଥିଲେ। ଘରେ ପଚରାଉଚରା ପରେ ନାବାଳକ ଜଣଙ୍କ ସତ ମାନି ଯାଇଥିଲେ। ମୋମୋ ଖାଇବା ପାଇଁ ସେ ମୋମୋ ବାଲାକୁ ନେଇ ଗହଣା ଦେଇ ଦେଇଥିବା କହିଥିଲେ। ମୋମୋ ବାଲା ମଧ୍ୟ ନାବାଳକର ଫାଇଦା ଉଠାଇ ସୁନା ଗହଣା ସବୁ ନେଉଥିଲା।
ଏ ସମ୍ପର୍କରେ ଜାଣିବା ପରେ ନାବାଳକଙ୍କ ବାପା ଥାନାର ଦ୍ଵାରସ୍ଥ ହୋଇଥିଲେ। ବାପା କହିଥିଲେ ଯେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୮୬ ଲକ୍ଷ ଟଙ୍କା ହେବ। ସେ ବୁଝାଇଥିଲେ ଯେ ଅଳଙ୍କାର ଗୁଡ଼ିକ ତାଙ୍କ ଭଉଣୀ ଏବଂ ତାଙ୍କ ପତ୍ନୀଙ୍କର ଥିଲା । ଏହାକୁ ଏକ ଆଲମାରୀରେ ସୁରକ୍ଷିତ ଭାବରେ ରଖାଯାଇଥିଲା। ଥାନା ଅଧିକାରୀ ଦେବେନ୍ଦ୍ର କୁମାର ସିଂ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏବେ ମୋମୋ ବାଲାକୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ଏନେଇ ପୋଲିସ୍ କହିଛି ଖୁବ ଶୀଘ୍ର ଦୋଷୀକୁ ଗିରଫ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories