Videos
|
National

Premanand Maharaj Ashram / ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ ! ଧାରଣାରେ ବସିଲେ ପରିବାର ଲୋକେ

Bikash Mohanty
Browse all articles by Bikash Mohanty
·1 hour ago·3 min read
ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ ! ଧାରଣାରେ ବସିଲେ ପରିବାର ଲୋକେ
Premanand Maharaj

Key Points

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ !
ଅନୁଜ ଚୌଧୁରୀ 'ରାଧା କେଳି କୁଞ୍ଜ' ଆଶ୍ରମରୁ ନିଖୋଜ ଅଭିଯୋଗ
ଧାରଣାରେ ବସିଲେ ପରିବାର ଲୋକେ

ବୃନ୍ଦାବନ,୦୩/୧୦ : ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଦୀକ୍ଷା ନେବାକୁ ଆସିଥିବା ଜଣେ କିଶୋର ନିଖୋଜ ହୋଇ ଯାଇଛନ୍ତି । ସାଦାବାଦର ନିଖୋଜ ୧୭ ବର୍ଷୀୟ ଅନୁଜ ଚୌଧୁରୀଙ୍କ ପରିବାର ଲୋକେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ 'ରାଧା କେଳି କୁଞ୍ଜ' ଆଶ୍ରମ ସମ୍ମୁଖରେ ଧାରଣାରେ ବସିଛନ୍ତି । ନିଜ ପୁଅକୁ ସୁରକ୍ଷିତ ଫେରାଇ ଆଣିବା ଦାବିରେ ଅଡ଼ି ବସିଥିବା ପରିବାର ଲୋକେ , ଆଶ୍ରମର ଶିଷ୍ୟମାନେ ସହଯୋଗ କରୁ ନଥିବା କରିଛନ୍ତି ଅଭିଯୋଗ । କୌଣସି ବିଶୃଙ୍ଖଳା ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ଥିଲା । ପ୍ରାୟ ୮ ଘଣ୍ଟା ପରେ ପୁଲିସର ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିଲା ।

ହାଥରସ ଜିଲ୍ଲା ସାଦାବାଦ ଥାନା ଅନ୍ତର୍ଗତ, ବାରାମାଇ ଖେଡ଼ା ଗ୍ରାମର ନିବାସୀ ରାଜବୀର ଚୌଧୁରୀଙ୍କ ୧୭ ବର୍ଷର ପୁଅ ଅନୁଜ ଚୌଧୁରୀ, ଗତ ୩ ଜୁଲାଇରୁ ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜୁନ୍ ୨୬ରେ ଅନୁଜ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ଥିଲେ, ଯାହାର ପ୍ରମାଣ ସେମାନଙ୍କ ପାଖରେ ରହିଛି । ଏହାପରେ ଜୁଲାଇ ୩ ରେ ଅନୁଜ ଆଶ୍ରମ ଯାଉଛି ବୋଲି କହି ଘରୁ ବାହାରି ଥିଲେ । ସେବେ ଠାରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ ।

ବାପାଙ୍କ କହିବା ଅନୁଯାୟୀ, ସେ ଗତ ୩ ମାସ ହେବ ଲଗାତାର ଆଶ୍ରମକୁ ଦୌଡ଼ୁଛନ୍ତି, ମାତ୍ର ଆଶ୍ରମବାସୀ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ପୁଅ ସହ କୌଣସି ଅଘଟଣ ଘଟି ଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି । ଆଶ୍ରମବାସୀଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ କ୍ଷୁବ୍ଧ ହୋଇ ଅନୁଜଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ଆଶ୍ରମ ବାହାର ରାସ୍ତାରେ ଧାରଣାରେ ବସି ଥିଲେ ।

ପଢନ୍ତୁ ଏହି ଖବର: ଫ୍ଲାଏଦୁବାଇ ମାମଲାରେ ନୂଆ ଖୁଲାସା, ଆକ୍ରମଣକାରୀ ଏକା ନଥିଲା !

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନୁଜଙ୍କ ଜେଜେମା, ମାଆ, ଖୁଡ଼ୀ ଓ ଭଉଣୀମାନେ ମଧ୍ୟ ଧାରଣାରେ ବସି ଥିଲେ । ଏପଟେ ଗ୍ରାମବାସୀଙ୍କ ଦ୍ୱାରା ଧାରଣା ଆରମ୍ଭ ହେବାର ବିଷୟରେ ଖବର ପାଇବା କ୍ଷଣି, ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରି ଦିଆ ଯାଇଥିଲା । ସିଓ ସନ୍ଦୀପ ସିଂହ ଓ କୋତୱାଲୀ ପ୍ରଭାରୀ ଅଶ୍ୱିନୀ କୁମାର ପରିବାର ଲୋକଙ୍କୁ ବୁଝାସୁଝା କରିବାକୁ ପହଞ୍ଚି ଥିଲେ, ମାତ୍ର ଅନୁଜ ସୁରକ୍ଷିତ ନଫେରିବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ପରିବାର ଲୋକେ ସ୍ପଷ୍ଟ କରି ଦେଇ ଥିଲେ। ପରିବାର ଲୋକେ ଧାରଣାରେ ବସିବାର ପ୍ରାୟ ୩ ଘଣ୍ଟା ପରେ ଆଶ୍ରମର ଜଣେ ସାଧକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ, ମାତ୍ର ପରିବାର ଲୋକେ ନିଜ ଦାବିରେ ଅଟଳ ରହି ଥିଲେ । ସେମାନେ ନିଜ ପୁଅକୁ ଫେରାଇ ଆଣିବା ପାଇଁ ଦାବି କରି ଥିଲେ ।

ପରିବାର ଲୋକଙ୍କୁ ବୁଝାଇବା ପାଇଁ ପୁଲିସ ଆଶ୍ରମ ଭିତରକୁ ଯାଇ ସ୍ଥିତି ପରଖି ଥିଲା । ସିଓ ସନ୍ଦୀପ ସିଂହ କେତେକ ପୁଲିସ କର୍ମଚାରୀଙ୍କ ସହ ଆଶ୍ରମ ଭିତର ଜାଞ୍ଚ କରିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନଥିଲା। ସନ୍ଧ୍ୟା ପ୍ରାୟ ୭ଟା ୩୦ ରେ ପୁଲିସ ପରିବାର ଲୋକଙ୍କୁ ବୁଝାଇବାରେ ସଫଳ ହୋଇ ଥିଲା । ନିଖୋଜ କିଶୋରଙ୍କୁ ଶୀଘ୍ର ଖୋଜି ବାହାର କରାଯିବ ବୋଲି ପୁଲିସ ଆଶ୍ୱାସନା ଦେବା ପରେ ପରିବାର ଲୋକେ ଧାରଣା ପ୍ରତ୍ୟାହାର କରି ଥିଲେ ।

୪ ଭଉଣୀଙ୍କ ଏକମାତ୍ର ଭାଇଙ୍କୁ ଖୋଜି ପରିବାର ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ସମସ୍ତେ କାନ୍ଦି କାନ୍ଦି ଅନୁଜଙ୍କୁ ଝୁରୁଛନ୍ତି । ସନ୍ଥ ପ୍ରେମାନନ୍ଦଙ୍କ ଶିଷ୍ୟମାନେ ତାଙ୍କ ପୁଅକୁ ଜୋରଜବରଦସ୍ତ ରଖି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହାଥରସ ଜିଲ୍ଲା ସାଦାବାଦ ଥାନା ବାରାମାଇ ଖେଡ଼ା ଗ୍ରାମର ରାଜବୀର ଚୌଧୁରୀ ଓ ତାଙ୍କ ପରିବାରର କାନ୍ଦି କାନ୍ଦି ସ୍ଥିତି ସଙ୍ଗୀନ ହୋଇ ଗଲାଣି । ଘରର ଏକମାତ୍ର ପୁଅ ଅନୁଜ ଗତ ୩ ମାସ ହେବ ନିଖୋଜ ଅଛନ୍ତି ।