Copyright Controversy / ମିର୍ଜାପୁରର ଶୂରବୀର ଗୀତର କପିରାଇଟ୍ ବିବାଦରେ ଲାଗିଲା ଫୁଲ୍ ଷ୍ଟପ୍
·31 mins ago·2 min read

Key Points
ମିର୍ଜାପୁରର ଗୀତକୁ ନେଇ ଥମିଲା ବିବାଦ
ଶୂରବୀର ଗୀତର କପିରାଇଟ୍ ବିବାଦରେ ଲାଗିଲା ଫୁଲ୍ ଷ୍ଟପ୍
‘ଶୁରବୀର’କୁ ନେଇ ମୂଳ କଳାକାର ଅନୁମତି ନିଆଯାଇନଥିବା ଅଭିଯୋଗ କରିଥିଲେ

ମୁମ୍ବାଇ,୦୭/୦୯: ମିର୍ଜାପୁର ଫିଳ୍ମର "ଶୁରବୀର ଗୀତକୁ ନେଇ ଥମିଲା ବିବାଦ। ଥିଏଟରରେ ରିଲିଜ୍ ପରେ ‘ମିର୍ଜାପୁର: ଦି ମୁଭି’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ଏହି ସମୟରେ ଫିଲ୍ମର ଏକ ଗୀତକୁ ନେଇ ସୋସିଆଲ ମିଡିଆରେ ନୂଆ ବିବାଦ ଦେଖାଦେଇଥିଲା। ଫିଲ୍ମରେ ବ୍ୟବହୃତ ଲୋକପ୍ରିୟ ରାଜସ୍ଥାନୀ ଫୋକ୍-ଫ୍ୟୁଜନ୍ ଟ୍ରାକ୍ ‘ଶୁରବୀର’କୁ ନେଇ ଗୀତର ମୂଳ କଳାକାର ଅନୁମତି ନିଆଯାଇନଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ, ସଂଗୀତ ଲେବଲ୍ ଏହି ବିବାଦକୁ ସ୍ପଷ୍ଟ କରିବାକୁ ଆଗକୁ ଆସିଛି। ମୂଳ ସଂଗୀତ ଲେବଲ୍, ଟ୍ରୁପର ରେକର୍ଡସ୍, ସୋସିଆଲ ମିଡିଆରେ ଏକ ସରକାରୀ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ "ମିର୍ଜାପୁର ଦି ମୁଭି" ରେ ଟ୍ରାକ୍ ବ୍ୟବହାର ସମ୍ପୂର୍ଣ୍ଣ ଆଇନଗତ।
କ’ଣ ଥିଲା ବିବାଦ?
‘ଶୁରବୀର’ ରାଜସ୍ଥାନୀ ଲୋକସଙ୍ଗୀତର ଛୁଆଁ ସହିତ ଏକ ଲୋକପ୍ରିୟ ଫୋକ୍-ଫ୍ୟୁଜନ୍ ଟ୍ରାକ୍। ଏହି ଗୀତକୁ ରାପର୍ ପରିୟା ବାଲମ୍ ରଚନା ଓ ଗାୟନ କରିଥିବା ବେଳେ ଏହାର ଗୀତ ରଜନୀଶ ଜୟପୁରୀ ଲେଖିଛନ୍ତି। ଗୀତଟି ଫିଲ୍ମରେ ବ୍ୟବହୃତ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୂଳ କଳାକାର ପରିୟା ବାଲମ୍ ଏହି ଘଟଣାରେ ନିଜର ଅସନ୍ତୋଷ ଓ ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ଜଣେ ସ୍ୱାଧୀନ କଳାକାର ଭାବେ ଏକ ଗୀତ ପ୍ରସ୍ତୁତ କରିବା ପାଇଁ ଦିନରାତି ପରିଶ୍ରମ କରିବାକୁ ପଡ଼େ। ହେଲେ ତାଙ୍କ ଅନୁମତି ନନେଇ କିମ୍ବା ତାଙ୍କୁ ଠିକ୍ ଭାବେ କ୍ରେଡିଟ୍ ନଦେଇ ଯଦି ଏକ ବଡ଼ ପ୍ରଡକ୍ସନ୍ ହାଉସ୍ ତାଙ୍କ ସୃଷ୍ଟିକୁ ଫିଲ୍ମରେ ବ୍ୟବହାର କରେ, ତେବେ ଏହା ନିଶ୍ଚିତ ଭାବେ ହୃଦୟବିଦାରକ ବୋଲି ସେ କହିଥିଲେ। ତାଙ୍କ ଏହି ପୋଷ୍ଟ ପରେ ମାମଲାଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଲୋକ ସ୍ୱାଧୀନ କଳାକାରଙ୍କ ସୃଷ୍ଟି, କପିରାଇଟ୍ ଓ ଉପଯୁକ୍ତ କ୍ରେଡିଟ୍କୁ ନେଇ ପ୍ରଶ୍ନ ଉଠାଇଥିଲେ।
ପଢନ୍ତୁ ଏହି ଖବର: ୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରୁପର ରେକର୍ଡସ୍ର ସ୍ପଷ୍ଟୀକରଣ
ବିବାଦ ବଢ଼ିବା ପରେ ଟ୍ରୁପର ରେକର୍ଡସ୍ ଇନଷ୍ଟାଗ୍ରାମରେ ଏକ ସରକାରୀ ବିବୃତ୍ତି ଜାରି କରି ମାମଲାକୁ ସ୍ପଷ୍ଟ କରିଛି। ଲେବଲ୍ ପକ୍ଷରୁ କୁହାଯାଇଛି ଯେ ‘ଶୁରବୀର’ ଗୀତକୁ ‘ମିର୍ଜାପୁର: ଦି ମୁଭି’ରେ ଫିଲ୍ମ ଭିତରେ ବ୍ୟବହାର କରିବା ପାଇଁ ଏକ୍ସେଲ୍ ଏଣ୍ଟରଟେନମେଣ୍ଟକୁ ଆନୁଷ୍ଠାନିକ ଭାବେ ଲାଇସେନ୍ସ ଦିଆଯାଇଥିଲା। ଅର୍ଥାତ୍ ଗୀତଟି ବିନା ଅନୁମତିରେ ଫିଲ୍ମରେ ବ୍ୟବହାର ହୋଇଥିବା ଅଭିଯୋଗକୁ ଲେବଲ୍ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ସହିତ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଓ ‘ମିର୍ଜାପୁର’ର ସମଗ୍ର ଟିମ୍କୁ ଫିଲ୍ମ ରିଲିଜ୍ ପାଇଁ ଟ୍ରୁପର ରେକର୍ଡସ୍ ଅଭିନନ୍ଦନ ଜଣାଇଛି। ଲେବଲ୍ ପକ୍ଷରୁ ଜାରି କରାଯାଇଥିବା କ୍ରେଡିଟ୍ରେ ଗୀତର ମୂଳ ସ୍ରଷ୍ଟା ତଥା ରାପର୍ ପରିୟା ବାଲମ୍, ଗୀତିକାର ରଜନୀଶ ଜୟପୁରୀ ଏବଂ ବଣ୍ଟନ ସହଯୋଗୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି।
ମୁଖ୍ୟ ପ୍ରଶ୍ନ ଏବେ କ୍ରେଡିଟ୍କୁ ନେଇ
ଏହି ସ୍ପଷ୍ଟୀକରଣ ପରେ ଗୀତ ବ୍ୟବହାରର ଲାଇସେନ୍ସକୁ ନେଇ ପ୍ରଶ୍ନର ଅବସାନ ହୋଇଥିବା ଦେଖାଯାଉଛି। ତେବେ ମୂଳ କଳାକାରଙ୍କ ପକ୍ଷରୁ ଉଠାଯାଇଥିବା କ୍ରେଡିଟ୍ ଓ ଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି। ସେପଟେ ‘ମିର୍ଜାପୁର: ଦି ମୁଭି’ର ସଫଳତା ମଧ୍ୟରେ ‘ଶୁରବୀର’କୁ ନେଇ ଉଠିଥିବା ଏହି ବିବାଦ ଫିଲ୍ମ ଓ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

Related Topics
Explore more stories