Videos
|
National

ମିସ୍ ଡାର୍କ କୁଇନ୍ ସାନ ରାଚେଲ ନିଦ ବଟିକା ଖାଇ ଜୀବନ ହାରିଛନ୍ତି

Ritu Das
Browse all articles by Ritu Das
·1 year ago·1 min read
ମିସ୍ ଡାର୍କ କୁଇନ୍ ସାନ ରାଚେଲ ନିଦ ବଟିକା ଖାଇ ଜୀବନ ହାରିଛନ୍ତି

Key Points

ଲୋକପ୍ରିୟ ମଡେଲ୍ ସାନ୍ ରାଚେଲ୍ ପୁଡୁଚେରୀରେ ଜୀବନ ହାରି ଦେଇଛନ୍ତି

୨୬ ବର୍ଷୀୟା ମଡେଲ ରାଚେଲ ଋଣ ଭାର ଯୋଗୁଁ ଡିପ୍ରେସନରେ ପୀଡିତ ଥିଲେ

ଜୁଲାଇ ୫ରେ ପୁଡୁଚେରୀସ୍ଥିତ ତାଙ୍କ ଘରେ ପ୍ରଚୁର ପରିମାଣରେ ନିଦ ବଟିକା ଖାଇ ଦେଇଥିଲେ

ମିସ୍ ଡାର୍କ କୁଇନ୍ ତାମିଲନାଡୁ ୨୦୧୯ର ବିଜେତା ଏବଂ ଲୋକପ୍ରିୟ ମଡେଲ୍ ସାନ୍ ରାଚେଲ୍ ପୁଡୁଚେରୀରେ ଜୀବନ ହାରି ଦେଇଛନ୍ତି। ମଡେଲଙ୍କ ଜୀବନ ହାରିବା ଘଟଣାକୁ ନେଇ ପୋଲିସ ସୂତ୍ରରୁ ପ୍ରକାଶ। ୨୬ ବର୍ଷୀୟା ମଡେଲ ରାଚେଲ ଋଣ ଭାର ଯୋଗୁଁ ଡିପ୍ରେସନରେ ପୀଡିତ ଥିଲେ ଏବଂ ଜୁଲାଇ ୫ରେ ପୁଡୁଚେରୀସ୍ଥିତ ତାଙ୍କ ଘରେ ପ୍ରଚୁର ପରିମାଣରେ ନିଦ ବଟିକା ଖାଇ ଦେଇଥିଲେ। ଏହି କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଚିକିତ୍ସା ପାଇଁ ରାଚେଲଙ୍କୁ ଇନ୍ଦିରା ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେଧୀରେ ତାଙ୍କ ଅବସ୍ଥା ସୁସ୍ଥ ହୋଇ ଆସୁଥିଲା। କିନ୍ତୁ ଡିସଚାର୍ଜ ପୂର୍ବରୁ ହିଁ ସେ ହସ୍ପିଟାଲ ଛାଡି ଚାଲିଯାଇଥିଲେ।


ଏହାର କିଛିଦିନ ପରେ ସାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ମୁଲକ୍କୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚକୁ ପଠାଯାଇଥିଲା। ଏଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସାନ୍ ରାଚେଲଙ୍କ ମୃତ୍ୟୁ ହୋଇଯାଇଛି। ପୋଲିସ ସୂତ୍ର ଅନୁଯାୟୀ, ନିକଟରେ ସାନ ରାଚେଲଙ୍କ ବାହାଘର ହୋଇଥିଲା। ମଡେଲଙ୍କ ହାତଲେଖା ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି। ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
miss-dark-quein-san-richel-sleep-is-lost-lives | Argus News