Videos
|
National

Miss World / ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ହେଲେ ବିଶ୍ୱ ସୁନ୍ଦରୀ 2024

Smruti Parija
Browse all articles by Smruti Parija
·2 years ago·2 min read
ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ହେଲେ ବିଶ୍ୱ ସୁନ୍ଦରୀ 2024

ଅର୍ଗସ ବ୍ୟୁରୋ: ୭୧ ତମ ବିଶ୍ୱ ସୁନ୍ଦରୀ(Miss World) ମୁକୁଟ ପିନ୍ଧିଛନ୍ତି ଚେକ୍ ରିପବ୍ଲିକର( Czech Republic ) କ୍ରିଷ୍ଟାଇନା ପାଇସକୋଭା । ଶନିବାର ମୁମ୍ବାଇରେ ଥିବା ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷର ବିଜେତା ପୋଲାଣ୍ଡର ମିସ୍ ୱାର୍ଲ୍ଡ ୨୦୨୨ କରୋଲିନା ବିଏଲାଭସ୍କା ଚଳିତ ବର୍ଷର ବିଜୟୀ କ୍ରିଷ୍ଟାଇନାଙ୍କୁ (krystyna-pyszkova) ମୁକୁଟ ପିନ୍ଧାଇଥିଲେ । 

ଲେବାନନ୍ ର ୟସ୍ମିନା ଜାଇଟଉନ୍ ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଏହି ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ସିନି ସେଠୀ ଟପ୍ 4ରେ ନିଜ ସ୍ଥାନ ପକ୍କା କରିଥିଲେ । ହେଲେ ପ୍ରତିଯୋଗିତାରେ ସଫଳତା ହାସଲ କରିପାରି ନାହାନ୍ତି ।

କ୍ରିଷ୍ଟିଆନା(krystyna-pyszkova) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ କେତେ ଖୁସି ଅଛି ତାହା କହିବାକୁ ମୋ ପାଖରେ ଶବ୍ଦ ନାହିଁ । ଏହାସହ ମିସ୍ ୱାର୍ଲ୍ଡ ପ୍ଲାଟଫର୍ମ ସମାଜରେ ସଚେତନତା ସୃଷ୍ଟି କରିବାରେ ତଥା ଅନେକ ଅସାମାଜିକ ପିଲାଙ୍କୁ ସହାୟତା ପ୍ରଦାନ କରିବାରେ ସକ୍ଷମ କରିବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ(Jio World Convention Centre) ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ମୁକେଶ ଅମ୍ବାନୀ, ବିଗ୍ ବସ୍ -17 ବିଜେତା ମୁନାୱାର ଫାରୁକି ଏବଂ ଅଭିନେତ୍ରୀ ରୁବିନା ଦିଲାକଙ୍କ ସମେତ ପୋଲାଣ୍ଡର ମିସ ୱାର୍ଲ୍ଡ 2022 କରୋଲିନା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଚଳଚ୍ଚିତ୍ର ନିର୍ମାତା ସାଜିଦ ନାଦିଆଡୱାଲା, ଅଭିନେତା କ୍ରିତି ସାନନ ଏବଂ ପୂଜା ହେଗଡେ, ପୂର୍ବତନ କ୍ରିକେଟର ହରଭଜନ ସିଂ,ବରିଷ୍ଠ ସମ୍ବାଦିକ ରଜତ ଶର୍ମା, ସାମାଜିକ କର୍ମୀ ଅମୃତା ଫଡନାଭିସ, ଭିନେଟ ଜେନା, ବେନେଟର ଏମଡି, କୋଲେମାନ ଆଣ୍ଡ କୋ ଲିମିଟେଡ, ଜୁଲିଆ ମର୍ଲି, ଭାରତର ମନୁଶି ଚିଲାରଙ୍କ ସମେତ ତିନିଜଣ ପୂର୍ବତନ ମିସ୍ ୱାର୍ଲ୍ଡ (Miss world))ଉପସ୍ଥିତ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରିଷ୍ଟାଇନା, (krystyna-pyszkova) ବର୍ତ୍ତମାନ ପ୍ରାଗର ଚାର୍ଲ୍ସ ୟୁନିଭରସିଟିରେ ଆଇନ ଡିଗ୍ରୀ ପଢୁଛନ୍ତି ।  ତାଞ୍ଜାନିଆର ସୋଣ୍ଟା ଫାଉଣ୍ଡେସନରେ ସ୍ୱଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ଗରିବ ପିଲାଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରନ୍ତି । ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଛି । 

ଆହୁରି ପଢନ୍ତୁ ବିଦେଶ ଖବର...
 

Related Topics

Explore more stories