ଲଗାତର ଦ୍ୱିତୀୟ ଥର ପାଇଁ ଭାରତ କରିବ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗୀତା

ପୁଣି ଭାରତରେ ହେବ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗୀତା । ଲଗାତର ଦ୍ୱିତୀୟ ଥର ପାଇଁ ଭାରତରେ ହେବାକୁ ଯାଉଛି ଏହି ଇଭେଣ୍ଟ । ଏଥର ତେଲାଙ୍ଗାନା ସରକାର କରୁଛନ୍ତି ଆୟୋଜନ । ଏଥିରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ପ୍ରତିଯୋଗୀତା ମେ ୭ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୨୦ ଦେଶ ପ୍ରତିଯୋଗୀ ସାମିଲ ହେବେ । ଗତ ବର୍ଷ ମଧ୍ୟ ଭାରତ ମିସ୍ ୱାର୍ଲ୍ଡ ଆୟୋଜନ କରିଥିଲା। ଯାହାକି ମୁମ୍ବାଇ ଜିଓ ଓ୍ୱାର୍ଲ୍ଡ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏହି ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
୧୨୦ଟି ଦେଶର ସୁନ୍ଦରୀ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଭାରତ ପକ୍ଷରୁ ନନ୍ଦିନୀ ଗୁପ୍ତା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ନନ୍ଦିନୀଙ୍କୁ ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ସମସ୍ତେ ଦେଖିବାକୁ ଚାହାଁନ୍ତି କି ସେ କ'ଣ ଚମତ୍କାରିତା ଦେଖାଉଛନ୍ତି ।
📱 Get Argus News App
✨ନନ୍ଦିନୀ ରାଜସ୍ଥାନ କୋଟା ଜିଲ୍ଲାର ବାସିନ୍ଦା। ସେ ସେଣ୍ଟ୍ ପଲ୍ ସିନିୟର ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ । ନନ୍ଦିନୀ ମୁମ୍ବାଇର ଲାଲା ଲଜପତ ରାୟ କଲେଜରୁ ସ୍ନାତକ ହାସଲ କରିଥିଲେ। ନନ୍ଦିନୀଙ୍କ ବୟସ ପ୍ରାୟ ୨୧ ହେବ । ତାଙ୍କ ଜନ୍ମ ୨୦୦୩ ମସିହାରେ । ୧୦ ବର୍ଷ ବୟସରୁ ସେ ମିସ ଓ୍ୱାର୍ଲ୍ଡ ହେବାର ଆଶା ରଖିଛନ୍ତି ।
୨୦୨୩ ମସିହାରେ ୧୯ ବର୍ଷ ବୟସରେ ସେ ରାଜସ୍ଥାନ ପାଇଁ ପ୍ରତିନିଧିତ୍ୱ କରି ଫେମି ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ ଜିତିଥିଲେ ।
ଗତ ବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମିସ୍ ୱାର୍ଲ୍ଡ-୨୦୨୪କୁ ଚେକ ରିପବ୍ଲିକର କ୍ରିଷ୍ଟିନା ପିସଜକୋଭା ଜିତିଥିଲେ। ଚଳିତ ବର୍ଷର ବିଜେତାଙ୍କୁ କ୍ରିଷ୍ଟିନା ମୁକୁଟ ପିନ୍ଧାଇବେ।
ଚଳିତ ବର୍ଷ ତେଲେଙ୍ଗାନା ହୋଷ୍ଟିଂକୁ ନେଇ ଉତ୍ତେଜନା ଦେଖାଦେଇଛି। ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୨୦୦ କୋଟି ଟଙ୍କା ବୋଲି ଆକଳନ କରିଛନ୍ତି। ଏହା ପରେ ରାଜ୍ୟରେ ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ବିଆରଏସ ନେତା କେ.ଟି ରାମା ରାଓ କହିଛନ୍ତି ଯେ ଏହା ସରକାରୀ ପାଣ୍ଠିର ଅପବ୍ୟବହାର।