Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Puja Khedkar: ସୁଧୁରିବେନି ମା-ଝିଅ ! ଟ୍ରକ ଡ୍ରାଇଭରଙ୍କୁ କିଡ୍‌ନାପ କରି ଘରେ ରଖିଥିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Puja Khedkar: ସୁଧୁରିବେନି ମା-ଝିଅ ! ଟ୍ରକ ଡ୍ରାଇଭରଙ୍କୁ କିଡ୍‌ନାପ କରି ଘରେ ରଖିଥିଲେ...

Key Points

ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୨୪ ରେ ଚାକିରିରୁ ବହିଷ୍କାର କରିଥିଲେ।

ସାଧାରଣତଃ ଟଙ୍କା ପାଇଁ କିମ୍ବା ପ୍ରତିଶୋଧ ପାଇଁ ଅପହରଣର ଖବର ଆସେ । କିନ୍ତୁ ଏଥର ମାମଲା ଭିନ୍ନ। ଏଥର ଅଭିଯୋଗ କୌଣସି ସାଧାରଣ ଲୋକଙ୍କ ଉପରେ ନୁହେଁ ବରଂ ଆଇଏଏସ୍ ଚାକିରିରୁ ବହିଷ୍କାର ହୋଇଥିବା ପୂଜା ଖେଡକର ଏବଂ ତାଙ୍କ ମାଆ ମନୋରମା ଖେଡକରଙ୍କ ଉପରେ ରହିଛି ।

ରିପୋର୍ଟ ଅନୁସାରେ, ଉଭୟ ମାଆ ଏବଂ ଝିଅ ମିଶି ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଅପହରଣ କରି ନିଜ ଘରେ ବନ୍ଧକ ରଖିଥିଲେ। ସୂଚନାଯୋଗ୍ୟ ଯେ ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୨୪ ରେ ଚାକିରିରୁ ବହିଷ୍କାର କରିଥିଲେ।

ଦୁର୍ଘଟଣା ପରେ ଡ୍ରାଇଭର ନିଖୋଜ ଥିଲେ

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭରଙ୍କୁ ଅନେକ ଖୋଜାଖୋଜି କରାଯାଇଥିଲା, ହେଲେ ତାଙ୍କର ପତ୍ତା ନମିଳିବାରୁ ଘଟଣାଟି ଧିରେ ଧିରେ ଚର୍ଚ୍ଚାକୁ ଆସିଲା। ପୋଲିସର ସୂଚନା ଅନୁଯାୟୀ, ନଭି ମୁମ୍ବାଇର ଏରୋଲି ସିଗନାଲରେ ଟ୍ରକ୍ ଡ୍ରାଇଭରଙ୍କ ମିକ୍ସର ଟ୍ରକ୍ ଏକ କାରକୁ ଧକ୍କା ଦେଇଥିଲା। ଏହା ପରେ କାରରେ ଥିବା ଦୁଇଜଣ ଲୋକ ଟ୍ରକ୍ ଡ୍ରାଇଭର ପ୍ରହଲ୍ଲାଦ କୁମାରଙ୍କୁ ଜୋରଜବରଦସ୍ତି ନିଜ କାରରେ ବସାଇ ତାଙ୍କ ସହିତ ନେଇଯାଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭରଙ୍କ ପତ୍ତାନମିଳିବାରୁ ଅପହରଣ କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଥିଲା।

ପୂଜା ଖେଡକରଙ୍କ ଘରୁ ଡ୍ରାଇଭର ଉଦ୍ଧାର


ସୂଚନା ପାଇବା ପରେ, ପୋଲିସ କାର୍‌କୁ ନେଇ ତଦନ୍ତ ଆରମ୍ଭ କରିଥିଲା । ତାପରେ ପୂଜା ଖେଡକରଙ୍କ ଘରୁ ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଏହି ସମୟରେ, ପୂଜାଙ୍କ ମାଆ ମନୋରମା ଖେଡକର ପୋଲିସ ସହିତ ଖରାପ ବ୍ୟବହାର କରିଥିଲେ। ପ୍ରଥମେ ସେ ଘରର କବାଟ ଖୋଲିବାକୁ ମନା କରିଥିଲେ ଏବଂ ପରେ ପୋଲିସର କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ, ତାଙ୍କୁ ଏକ ନୋଟିସ୍ ପଠାଯାଇଛି ଏବଂ ଥାନାରେ ହାଜର ହେବାକୁ କୁହାଯାଇଛି।

ମନୋରମା ଖେଡକର ପୂର୍ବରୁ ମଧ୍ୟ ବିବାଦରେ ଥିଲେ


ଗତ ବର୍ଷ, ଏକ ଜମି ବିବାଦ ମାମଲାରେ, ମନୋରମା ଖେଡକର ଯୁକ୍ତିତର୍କ କରିଥିଲେ ଏବଂ ବନ୍ଧୁକ ମଧ୍ୟ ଦେଖାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା।

ପୂଜା ଖେଡକର ଏବଂ ପୁରୁଣା ବିବାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂଜା ଖେଡକରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ସେ ଓବିସି ପ୍ରମାଣପତ୍ର ଜାଲ କରିଥିଲେ ଏବଂ ଦିବ୍ୟାଙ୍ଗ କୋଟାର ଅପବ୍ୟବହାର କରିଥିଲେ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ୟୁପିଏସସି ତାଙ୍କର ଚୟନ ବାତିଲ କରିଥିଲା। ତାଙ୍କୁ ଆଉ କେବେ ବି ଏହି ପରୀକ୍ଷାରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। କମିଶନ ଜାଣିପାରିଲେ ଯେ ସେ ଅନେକ ଥର ଭୁଲ ପରିଚୟ ଦେଇଛନ୍ତି।

Sponsored
Missing Truck Driver Rescued From Sacked IAS Officer Puja Khedkar's Pune Home | Argus News