Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣିପାଗର ଆଗୁଆ ସଠିକ୍ ଆକଳନ ପାଇଁ ଲଞ୍ଚ୍ ହେଲା `ମିଶନ ମୌସମ'

National

ପାଣିପାଗର ଆଗୁଆ ସଠିକ୍ ଆକଳନ ପାଇଁ ଲଞ୍ଚ୍ ହେଲା `ମିଶନ ମୌସମ'

Smruti Parija
Browse all articles by Smruti Parija
·1 year ago·2 min read
ପାଣିପାଗର ଆଗୁଆ ସଠିକ୍ ଆକଳନ ପାଇଁ ଲଞ୍ଚ୍ ହେଲା `ମିଶନ ମୌସମ'

Key Points

ପାଣିପାଗ ସମ୍ବନ୍ଧୀୟ ସଠିକ୍ ଆକଳନ ଯୋଗୁଁ ପୂରଣ ହେଉଛି ଜିରୋ କାଜୁଆଲିଟି ଲକ୍ଷ୍ୟ । ଗତ 10 ବର୍ଷ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ସମୟରେ IMDର ସଠିକ୍ ସୂଚନା ଦେଶବାସୀଙ୍କ ବିଶ୍ବାସକୁ ଦୃଢ଼ କରିବାରେ ସଫଳ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅର୍ଗସ ବ୍ୟୁରୋ: ପାଣିପାଗ ସମ୍ବନ୍ଧୀୟ ସଠିକ୍ ଆକଳନ ଯୋଗୁଁ ପୂରଣ ହେଉଛି ଜିରୋ କାଜୁଆଲିଟି ଲକ୍ଷ୍ୟ । ଗତ 10 ବର୍ଷ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ସମୟରେ IMDର ସଠିକ୍ ସୂଚନା ଦେଶବାସୀଙ୍କ ବିଶ୍ବାସକୁ ଦୃଢ଼ କରିବାରେ ସଫଳ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗର 150ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶକୁ ଗର୍ବିତ କରିଥିବା ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଏହା କେବଳ ପାଣିପାଗ ବିଭାଗର ସଫଳତା ନୁହେଁ, ବୈଷୟିକ ଜ୍ଞାନକୌଶଳ ଓ ବିଜ୍ଞାନ କ୍ଷେତ୍ରରେ ଭାରତର ଗୌରବମୟ ଜୟଯାତ୍ରା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପାଣିପାଗ ସମ୍ବନ୍ଧୀୟ ଆଗୁଆ ସଠିକ ଆକଳନ ପାଇଁ `ମିଶନ ମୌସମ' ଲଞ୍ଚ୍ ସହ 150 କଏନ୍ ଓ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି ମୋଦି ।


ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ନୂଆ ସୋପାନରେ ପହଞ୍ଚିଛି ଭାରତ । ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ, ନୂଆ ପିଢ଼ିର ଶକ୍ତିଶାଳୀ ରାଡାର ପାଣିପାଗ ସ୍ଥିତି ଆକଳନ ପାଇଁ ହେଉଛି ସହାୟକ । ଫଳରେ ଦୁର୍ଦ୍ଦିନରେ କୋଟିକୋଟି ଭାରତୀୟଙ୍କୁ ମିଳିପାରୁଛି ସଠିକ ସୂଚନା । ପାଣିପାଗ ସ୍ଥିତି ସମ୍ବନ୍ଧରେ ସଠିକ ଆକଳନ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଉଚ୍ଚସ୍ତରୀୟ ଗବେଷଣା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଇଏମ୍‌ଡି ଭିଜନ୍‌-୨୦୪୭ ଉପରେ ଗୁରୁତ୍ବ ଦେଉଥିବା କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


1875 ରୁ 2025 । ଦୀର୍ଘ ଯାତ୍ରା ପଥରେ ଅନେକ ଚାଲେଞ୍ଜକୁ ଅତିକ୍ରମ କରିଛି IMD । ଓଡ଼ିଶା ପରି ବନ୍ୟା, ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ରାଜ୍ୟ ହୋଇଛି ସର୍ବାଧିକ ଉପକୃତ । 1999 ମହାବାତ୍ୟା ପରଠାରୁ ପାଣିପାଗ ବିଭାଗର ସୂଚନା ଉପରେ ବଢ଼ିଛି ଲୋକଙ୍କ ଆସ୍ଥା । 2000ରୁ 2024 ମଧ୍ୟରେ ହୋଇଥିବା ପ୍ରାୟ 10ଟି ବାତ୍ୟାର ହୋଇପାରିଛି ସଫଳ ମୁକାବିଲା। ପାଣିପାଗ ବିଭାଗର ସଠିକ ସୂଚନା ଆଧାରରେ ସରକାରଙ୍କ ଆଗୁଆ ପଦକ୍ଷେପ, ଜନତାଙ୍କ ସତର୍କତା ଯୋଗୁ ଟଳୁଛି ସଂକଟ । 2047ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ସହ ଭାରତକୁ ଜଳବାୟୁ-ସ୍ମାର୍ଟ ରାଷ୍ଟ୍ର କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ‘ମିଶନ ମୌସମ’ ପରି ସ୍ମାର୍ଟ ମିଶନ ଲଞ୍ଚ କରିଛନ୍ତି ମୋଦି ।

Sponsored
`Mission Mausam' launched for accurate weather forecasting | Argus News