Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଲାୱଲଙ୍କୁ ମିଥୁନ ଚକ୍ରବର୍ତ୍ତୀ ଦେଲେ କଡ଼ା ଜବାବ

Ritu Das
Browse all articles by Ritu Das
·11 months ago·2 min read
ବିଲାୱଲଙ୍କୁ ମିଥୁନ ଚକ୍ରବର୍ତ୍ତୀ ଦେଲେ କଡ଼ା ଜବାବ

Key Points

ଡ୍ୟାମ ନିର୍ମାଣ କରି ୧୪୦ କୋଟି ଲୋକ ପରିସ୍ରା କରିବେ

ଆଉ ଡ୍ୟାମ ଗେଟ ଖୋଲିଦେବୁ

ପାକିସ୍ତାନରେ ଗୁଳି ନୁହେଁ ସୁନାମୀ ଆସିଯିବ

ଆଜି ପାକିସ୍ତାନ ଉପରେ ନିଜର କ୍ରୋଧ ବର୍ଷା କରିଛନ୍ତି ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଦିବା ନିଦ୍ରାରେ ବିଳିବିଳେଇବା ପରି ମନ୍ତବ୍ୟ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ କରିବାକୁ ଚେଷ୍ଟା କରେ, ତେବେ ପରିସ୍ଥିତି ଗୁରୁତର ହୋଇପାରେ।


ଆମେ ଯୁଦ୍ଧ କରିବାକୁ ମଧ୍ୟ ପଛାଇବୁ ନାହିଁ ବୋଲି କହିଛନ୍ତି। ତାଙ୍କର ଏଭଳି ଧମକ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ନେତା ମିଥୁନ ଚକ୍ରବର୍ତ୍ତୀ। ସେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଚେତାବନୀକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏପରି ବୟାନ ଆସିବା ଜାରି ରହେ ଏବଂ ଆମେ ଆମର ଧୈର୍ଯ୍ୟ ହରାଉ, ତେବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଗୋଟିଏ ପରେ ଗୋଟିଏ ନିକ୍ଷେପ କରାଯିବ। ଆଉ ମୁଣ୍ଡ ସଟକିଗଲେ ଆମେ ଏପରି ଏକ ଡ୍ୟାମ ନିର୍ମାଣ କରିବାକୁ ମଧ୍ୟ ଚିନ୍ତା କରିଛୁ ଯେଉଁଠାରେ ୧୪୦ କୋଟି ଲୋକ ପରିସ୍ରା କରିବେ। ଏହା ପରେ ଆମେ ବନ୍ଧ ଖୋଲିଦେବୁ ଏବଂ ସୁନାମି ଆସିଯିବ। ପାକିସ୍ତାନର ନିରୀହ ଲୋକଙ୍କ ବିରୋଧରେ ମୋ ମନରେ କିଛି ନାହିଁ। ସେମାନେ ବହୁତ ଭଲ କିନ୍ତୁ ଯେଉଁମାନେ ଭାରତକୁ ନେଇ ମନ୍ତବ୍ୟ ଦେଉଛନ୍ତି ଏହି ଉକ୍ତି କେବଳ ସେମାନଙ୍କ ପାଇଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମକୁ ଇଆଡୁ ସିଆଡୁ କଥା କୁହନି ମୁଣ୍ଡ ଖରାପ ହେଲେ ତୁମ ଅବସ୍ଥା କଣ ହେବ ତୁମେ ନିଜେ କଳ୍ପନା ମଧ୍ୟ କରିପାରିବନି ବୋଲି ମିଥୁନ କହିଛନ୍ତି। ଆମେରିକା ମାଟିରୁ ପାକିସ୍ତାନ ସେନାମୁଖ୍ୟ ଦେଇଥିଲେ ପରମାଣୁ ବୋମାର ଧମକ । ଆମେରିକାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିର୍ କହିଥିଲେ କି ଯଦି ଭାରତ ପକ୍ଷରୁ ପାକିସ୍ତାନର ଅସ୍ଥିତ୍ବ ପ୍ରତି ବିପଦ ଦେଖାଦିଏ ତା'ହେଲେ ଆମେ ଅଧା ବିଶ୍ବକୁ ଉଡାଇଦେବୁ । ଆମେରିକାର ଟେମ୍ପାରେ ଆୟୋଜିତ ରାତ୍ରିଭୋଜନରେ ଯୋଗଦେଇ ମୁନିର କହିଥିଲେ କି, ଆମେ ଏକ ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର। ଯଦି ଆମକୁ ଲାଗେ କି ଆମେ ବିପଦରେ ଅଛୁ, ତେବେ ଆମେ ଏକା ବୁଡିବୁ ନାହିଁ । ବରଂ ଆମ ସହିତ ଅଧା ଦୁନିଆକୁ ନେଇ ବୁଡିବୁ । ମାତ୍ର ଦୁଇମାସ ଭିତରେ ଦ୍ବିତୀୟ ଥର ପାଇଁ ଆମେରିକା ଗସ୍ତ କରିଥିବା ପାକିସ୍ତାନ ସେନାମୁଖ୍ୟ ଭାରତକୁ ଗୋଟିଏ ପରେ ଗୋଟିଏ ଧମକ ଦେଇଚାଲିଛନ୍ତି। ଏଭଳି ଧମକକୁ ଭାରତରେ ତୀବ୍ର ନିନ୍ଦା କରାଯିବା ସହ ସବୁ ରାଜନୈତିକ ମହଲରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଉଛି।

Sponsored
mithun-chakraborty-gave-a-strong-reply-to-bilawal | Argus News