Videos
|
National

ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଥୁନ: କହିଲେ ଫୋନ କରି ପିଏମ ମୋଦୀ ଗାଳି କଲେ

Ritu Das
Browse all articles by Ritu Das
·2 years ago·1 min read
ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଥୁନ: କହିଲେ ଫୋନ କରି ପିଏମ ମୋଦୀ ଗାଳି କଲେ

ଅର୍ଗସ ବ୍ୟୁରୋ: ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛିଦିନ ତଳେ ସେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ। ଏହାଶୁଣି ତାଙ୍କ ଫ୍ୟାନମାନେ ବିଚଳିତ ହୋଇପଡ଼ିଥିଲେ। କିନ୍ତୁ ଆଜି ମିଥୁନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ହସ୍ପିଟାଳରୁ ବାହାରକୁ ଆସି ମିଥୁନ ଦେଶବାସୀଙ୍କ କହିଛନ୍ତି ମୁଁ ବିଲକୁଲ ଭଲ ଅଛି। ମୋତେ ଖାଇବା ପିଇବାରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ମୁଁ କାମ କରିବାକୁ ଖୁବଶୀଘ୍ର ଇଣ୍ଡଷ୍ଟ୍ରିକୁ ଫେରିବି। 

ମିଥୁନ ଆଉ ଗୋଟିଏ କଥା କହିଲେ ମୁଁ ଯେତେବେଳେ ହସ୍ପିଟାଲରେ ଥିଲି ମୋତେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ କରିଥିଲେ। ଆଉ ଖୁବ ଗାଳି କରିଥିଲେ। ହେଲେ କାହିଁକି ଗାଳି ଦେଲେ ଆପଣଙ୍କ ମନରେ ବି ଏ ପ୍ରଶ୍ନ ଆସୁଛି ନା? ମୋତେ ମୋଦୀଜୀ କହିଲେ ତୁମେ ତୁମ ଧ୍ୟାନ ଜମା ରଖୁନ। ଏହାପୂର୍ବରୁ ବିଜେପି ଏମପି ଦିଲୀପ ଘୋଷ ମିଥୁନଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। 

ସୂଚନା ଥାଉ କି, ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ଛାତିରେ ଯନ୍ତ୍ରଣା ଅନୁଭୂତ କରିବାରୁ ଫେବୃୟାରୀ ୧୦ ତାରିଖରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ମିଥୁନ ପୁରାପୁରି ସୁସ୍ଥ ଅଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mithun was discharged | Argus News