Assam Regiment / ମିଜୋରାମରେ ଅସମ ରେଜିମେଣ୍ଟ ଯବାନଙ୍କୁ ପିଟି ପିଟି ହତ୍ୟା, ଛୁଟିରେ ଘରକୁ ଫେରୁଥିଲେ ଜକାରିଆ
·1 hour ago·2 min read

Key Points
ଛୁଟିରେ ଘରକୁ ଫେରୁଥିଲେ ଜକାରିଆ ।
ମିଜୋରାମରେ ଅସମ ରେଜିମେଣ୍ଟ ଯବାନଙ୍କୁ ପିଟି ପିଟି ହତ୍ୟା ।

ମିଜୋରାମର କୋଲାସିବ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛୁଟିରେ ଘରକୁ ଫେରୁଥିବା ଅସମ ରେଜିମେଣ୍ଟର ୨୯ ବର୍ଷୀୟ ଯବାନ ଜକାରିଆ ଲାଲହ୍ରିଆତ୍ତଲୁଆଙ୍ଗାଙ୍କୁ ସଡ଼କ ବିବାଦକୁ ନେଇ କିଛି ଯୁବକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ମାହୋଲ ରହିଛି ।
ଜକାରିଆ ଅସମ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ ଏବଂ ବର୍ତ୍ତମାନ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ନିୟୋଜିତ ଥିଲେ । ସେପ୍ଟେମ୍ବର ୨୦ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା ବିବାଦ
ସୂଚନା ଅନୁସାରେ, ଜକାରିଆ ଲେଙ୍ଗପୁଇ ବିମାନବନ୍ଦରରୁ ଏକ ଟ୍ରକରେ ବନ୍ଧୁଙ୍କ ସହ ନିଜ ଗାଁ ନ୍ୟୁ ବୁଇଲୁମକୁ ଫେରୁଥିଲେ । ଜାତୀୟ ରାଜପଥ-୩୦୬ରେ ଖରାପ ରାସ୍ତା ଯୋଗୁଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଭୁଲ୍ ପାର୍ଶ୍ୱରେ ଚାଲୁଥିବାକୁ ନେଇ କଥା କଟାକଟି ହୋଇଥିଲା ।
ଅଭିଯୋଗ ଅନୁସାରେ, ପିକଅପ୍ ଭ୍ୟାନରେ ଆସୁଥିବା କିଛି ଯୁବକ ଟ୍ରକ ଅଟକାଇ ଜକାରିଆଙ୍କ ବନ୍ଧୁଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରିଥିଲେ । ମଝିରେ ପଡ଼ି ରୋକିବାକୁ ଯାଇଥିବା ଜକାରିଆଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
୮ ଜଣ ଗିରଫ
ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ନାବାଳକଙ୍କ ସମେତ ମୋଟ ୮ ଜଣଙ୍କୁ ହେପାଜତରେ ନେଇଛି । ଅଭିଯୁକ୍ତମାନେ କବନପୁଇ ଟାଉନର ଏକ ହକି ଟିମ୍ ସହ ଜଡ଼ିତ ଥିବା ଏବଂ ପିକନିକରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି ।
ପରିବାରର ଏକମାତ୍ର ରୋଜଗାରକାରୀ ଥିଲେ ଜକାରିଆ
ଜକାରିଆ ୨୦୧୭ ମସିହାରେ ଅସମ ରେଜିମେଣ୍ଟରେ ଯୋଗ ଦେଇଥିଲେ । ତାଙ୍କ ୮୦ ବର୍ଷୀୟ ବାପା ଓ ୬୦ ବର୍ଷୀୟ ମା’ ବର୍ତ୍ତମାନ କାମ କରିବା ସ୍ଥିତିରେ ନାହାନ୍ତି । ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ ଥିଲେ ଜକାରିଆ । ଘଟଣା ପୂର୍ବରୁ ମା’ଙ୍କ ସହ ତାଙ୍କ ଫୋନରେ କଥା ହୋଇଥିଲା । ସେ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଘରେ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ପରିବାରକୁ ମିଳିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଓ ନ୍ୟାୟ ଦାବି କରିଛି । ଦେଶର ସୁରକ୍ଷା ପାଇଁ କାର୍ଯ୍ୟରତ ଜଣେ ଯବାନଙ୍କ ଏପରି ମୃତ୍ୟୁକୁ ନେଇ ଅଞ୍ଚଳବାସୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Related Topics
Explore more stories