Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ପ୍ରକାଶ ପାଇବ ମିଜୋରାମ ବିଧାନସଭା ନିର୍ବାଚନ ରେଜଲ୍ଟ

Banajyotshna Ray
Browse all articles by Banajyotshna Ray
·2 years ago
ଆସନ୍ତାକାଲି ପ୍ରକାଶ ପାଇବ ମିଜୋରାମ ବିଧାନସଭା ନିର୍ବାଚନ ରେଜଲ୍ଟ

ଅର୍ଗସ ବ୍ୟୁରୋ:  ଆଜି 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ହେବାକୁ ଯାଉଥିବାବେଳେ ଆସନ୍ତାକାଲି ମିଜୋରାମ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବ । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଏହାର ବିରୋଧ କରିଥିଲା ।

ଆଜି ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଛନ୍ତି। ତେଣୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ । ନଭେମ୍ବର ୭ରେ ମିଜୋରାମର ୪୦  ସିଟ୍ ପାଇଁ ଭୋଟ୍ ଶେଷ ହୋଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mizoram assembly election results will be declared tomorrow | Argus News