Videos
|
National

ତିିନି ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

Manini Pattanayak
Browse all articles by Manini Pattanayak
·2 years ago·1 min read
ତିିନି ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ତିନି ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଜୁଲାଇ ୮ ଏବଂ ୯ ରେ ରୁଷ ଏବଂ ୧୦ ରେ ଅଷ୍ଟ୍ରିଆ ରେ ଗସ୍ତ କରିବେ। ଜୁଲାଇ 8-9 ରୁ ମସ୍କୋରେ ହେବାକୁ ଥିବା 22 ତମ ବାର୍ଷିକ ସମ୍ମିଳନୀ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । 2022 ମସିହାରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ  ଋଷର ପ୍ରଥମ ଯାତ୍ରା।

ନେତାମାନେ ଭାରତ ଏବଂ ଋଷ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ସମଗ୍ର ପରିସର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦି କ୍ରେମଲିନ୍‌ର ଅଜ୍ଞାତ ସୈନିକଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ମସ୍କୋରେ ଏକ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ। ଶୀତଳ ଯୁଦ୍ଧରୁ ଆରମ୍ଭ ହୋଇଥିବା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ନିଶ୍ଚିତ କରିବ ବୋଲି ଆଶା କରାଯାଉଛି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi’s visit to Russia purely bilateral: Foreign Secretary Vinay Kwatra | Argus News