DA Hike / ମୋଦି ଦେଲେ ଖୁସି ଖବର: କେନ୍ଦ୍ରୀୟ କର୍ମଚାରଙ୍କ DA 3% ବୃଦ୍ଧି

Key Points
କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକରେ ୩% ଡିଏ ବୃଦ୍ଧି କରିଛନ୍ତି ଏହି ନିଷ୍ପତ୍ତିରେ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ବ୍ୟକ୍ତି ଉପକୃତ ହେବେ।
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିପାବଳୀରେ କେନ୍ଦ୍ର ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର। କେବଳ ସରକାରୀ କର୍ମଚାରୀ ନୁହଁନ୍ତି ପେନସନଧାରୀଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର। କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକରେ ୩% ଡିଏ ବୃଦ୍ଧି କରିଛନ୍ତି ଏହି ନିଷ୍ପତ୍ତିରେ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ବ୍ୟକ୍ତି ଉପକୃତ ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ସାଧାରଣ ଲେକଙ୍କୁ ବଡ଼ ଆଶ୍ଵସ୍ତି: ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI
📱 Get Argus News App
✨ଏହି ବର୍ଦ୍ଧିତ DA ଜୁଲାଇ ୧ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ସରକାରଙ୍କୁ ଅତିରିକ୍ତ ୧୦,୦୮୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏହି ବୃଦ୍ଧି ମୂଲ୍ୟବୃଦ୍ଧିର ପ୍ରଭାବକୁ ମୁକାବିଲା କରିବା ଏବଂ କର୍ମଚାରୀ ଓ ପେନ୍ସନଧାରୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଇଛି।
୧ ଅକ୍ଟୋବରରୁ ଲାଗୁ ହେବ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ
ଅନ୍ୟ ଶବ୍ଦରେ ସରକାର ଦୀପାବଳୀ ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି। ଉତ୍ସବ ସମୟରେ ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିବା ସାଧାରଣ କଥା। ଏହି ବୃଦ୍ଧି କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଲାଭ ଦେବ। ପୂର୍ବରୁ କେବେ DA ବୃଦ୍ଧି ହୋଇଥିଲା: ସରକାର ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୨% ବୃଦ୍ଧି କରିଥିଲେ। ଯାହା ଜାନୁଆରୀ ୧, ୨୦୨୫ ରୁ ଲାଗୁ ହୋଇଥିଲା। ଯାହା ଦ୍ୱାରା ପ୍ରାୟ ୧୧.୫ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହୋଇଥିଲେ। ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା।
Related Topics
Explore more stories