Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -   ପଚାରିଲେ ମୋଦି,  କିଏ ଚଳାଉଛି ବିଜେଡି ସରକାର? 

National

  ପଚାରିଲେ ମୋଦି,  କିଏ ଚଳାଉଛି ବିଜେଡି ସରକାର? 

Manini Pattanayak
Browse all articles by Manini Pattanayak
·2 years ago·1 min read
  ପଚାରିଲେ ମୋଦି,  କିଏ ଚଳାଉଛି ବିଜେଡି ସରକାର? 

ବରଗଡ: ବରଗଡର ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି।  ବରଗଡ ସମାବେଶରେ  ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ। ବରଗଡର ଇଷ୍ଟଦେବ ନୃସିଂହନାଥଙ୍କୁ  ପ୍ରଣାମ ଜଣାଇ ନିଜର ଅଭିଭାଷଣ ଆରମ୍ଭ କଲେ ମୋଦି।   ଏଠି ମଧ୍ୟ ରାଜ୍ୟ ସରକାର ଉପରେ ବର୍ଷିଲେ ମୋଦି।  ୨୫ ବର୍ଷ ଭିତରେ  ବିଜେଡି ସରକାର ଓଡ଼ିଶାକୁ  ଗରିବୀରୁ ବାହାରକୁ ଆଣିପାରିଲାନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଲୋକ କହୁଛନ୍ତି- ଆଉ କେତେ ଦିନ ସହିବ ଓଡ଼ିଶା ।

ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ: ମୋଦି

୪ ଜୁନ୍‌ ରେ ଏନଡିଏ  ୪୦୦ ପାର କରିବା ପକ୍କା ବୋଲି କହିଲେ ମୋଦି।   ମୋଦି ସିଧା ସିଧା କହିଲେ  ରାଜ୍ୟରେ ବିଜେଡି ସରକାର କିଏ ଚାଳାଉଛି?  ବିଜେଡି ସରକାର ପୂରା ଆଉଟସୋର୍ସିଂରେ ଚାଲିଛି।  ମୋ ଓଡ଼ିଶା ଗରିବ କାହିଁକ? ଏଠାକାର ଲୋକ ସାମାନ୍ୟ ସୁବିଧା କାହିଁକି ପାଇପାରୁନାହିଁନ୍ତି?  ଆଉ କେତେଦିନ ସହିବ ଓଡ଼ିଶା ବୋଲି ପଚାରିଲେ ମୋଦି।  ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହେବ ବୋଲି କହିଲେ ମୋଦି। ତେଣୁ  ଆପଣଙ୍କୁ ବିଜେପିକୁ ନିର୍ବାଚନରେ ଜିତାଇବାକୁ ହେବ ବୋଲି ଜନତାକୁ ଅନୁରୋଧ କଲେ ମୋଦି । 
ଅଧିକ ପଢନ୍ତୁ :ବରଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Modi asked, who is running the BJD government in odisha? | Argus News