Videos
|
National

ଦୁଇ ନମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଙ୍ଗିଲେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦୁଇ ନମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଙ୍ଗିଲେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ

Key Points

ଏହି ତାଲିକାର ଏକ ନମ୍ବରରେ ରହିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ।

ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ମୋଦି । ଭାରତର ଦ୍ୱିତୀୟ ସର୍ବାଧିକ କାଳ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ନିରବଚ୍ଛିନ୍ନ ଭାବେ ୪୦୭୮ ଦିନ କାର୍ଯ୍ୟ କରି ଇନ୍ଦିରା ଗାନ୍ଧୀଙ୍କ ୪୦୭୭ ଦିନର ନିରବଚ୍ଛିନ୍ନ କାର୍ଯ୍ୟକାଳକୁ ଅତିକ୍ରମ କରିଛନ୍ତି । ୨୫ ଜୁଲାଇ ସୁଦ୍ଧା ମୋଦିଙ୍କ ୪୦୭୮ ଦିନ ପୂରଣ ହୋଇଛି ।

ଏହି ତାଲିକାର ଏକ ନମ୍ବରରେ ରହିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ସେ ୧୫ ଅଗଷ୍ଟ ୧୯୪୭ ରୁ ୨୭ ମେ' ୧୯୬୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ସେ ୧୬ ବର୍ଷ ୨୮୬ ଦିନ ବା ୬୧୩୦ ଦିନ କାର୍ଯ୍ୟ କରିଛନ୍ତି।

ଇନ୍ଦିରା ଗାନ୍ଧୀ ୨୪ ଜାନୁଆରୀ ୧୯୬୬ ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୧ ବର୍ଷ ୨ ମାସ ପର୍ଯ୍ୟନ୍ତ ନିରନ୍ତର ଏହି ପଦବୀରେ ରହି ଏକ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ମୋଦି ୨୦୧୪ ମେ ୨୬ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବେ ସୁଦ୍ଧା ସେ ଦାୟିତ୍ୱ ତୁଲାଉଛନ୍ତି ।

ଏହା ପୂର୍ବରୁ ମୋଦି ୨୦୦୧ ଅକ୍ଟୋବରରୁ ୨୦୧୪ ମେ' ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ବାଧିକ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି।

ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିଲେ ଏବଂ ସର୍ବାଧିକ ସମୟ ପାଇଁ ତାଙ୍କ ପଦବୀରେ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଥମ ନେତା ଯିଏ ପୂର୍ଣ୍ଣ ବହୁମତ ପାଇବା ପରେ ନିରନ୍ତର ଭାବରେ ପଦବୀରେ ରହିଥିଲେ। ପଣ୍ଡିତ ନେହେରୁଙ୍କ ପରେ, ସେ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଗୋଟିଏ ଦଳର ନେତା ଭାବରେ ଲଗାତାର ତିନୋଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi breaks Indira Gandhi's record, becomes second-longest serving PM | Argus News