Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ

Key Points

ସବୁଠାରୁ ଲମ୍ବା ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ

ଏବର୍ଷ ସର୍ବାଧିକ ୧୦୩ ମିନିଟର ଭାଷଣ ଦେଇ ନିଜ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ମୋଦି

ଲାଲକିଲ୍ଲାରେ ଲଗାତାର ୧୨ଥର ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ମୋଦି

ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ । ଏହାପୂର୍ବରୁ ଗତବର୍ଷ ତାଙ୍କର ସବୁଠାରୁ ଲମ୍ବା ଭାଷଣ ୯୮ ମିନିଟର ରହିଥିଲା । କିନ୍ତୁ ୭୯ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ୧୦୩ ମିନିଟ ଭାଷଣ ଦେଇ ରେକର୍ଡ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୫ରେ ୮୮ ମିନିଟର ଭାଷଣ ଦେଇ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୭୨ ମିନିଟର ରେକର୍ଡକୁ ଭାଙ୍ଗିଥିଲେ ପିଏମ ମୋଦି।


ଏବର୍ଷ ସର୍ବାଧିକ ୧୦୩ ମିନିଟର ଭାଷଣ ଦେଇ ନିଜ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଆଜି ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି । ଲାଲକିଲ୍ଲାରେ ଲଗାତାର ୧୨ଥର ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ମୋଦି । ଇନ୍ଦିରା ଗାନ୍ଧିଙ୍କ ନାମରେ ୧୧ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ରେକର୍ଡ ରହିଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଭାଙ୍ଗିଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi breaks record by delivering longest speech from Red Fort | Argus News