2014 ମେ 26 ତାରିଖକୁ ମନେପକାଇଲେ ମୋଦି

Key Points
ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥକୁ ପୁରିଲା 11ବର୍ଷ
2014-ମେ 26 ତାରିଖକୁ ମନେପକାଇଲେ ମୋଦି
ଶପଥ ଗ୍ରହଣର ଭିଜୁଆଲ୍ ଓ ଆମ୍ବିଆନ୍ସ ଲାଗିବ
କହିଲେ, ପ୍ରଥମେ ଗୁଜରାଟବାସୀ ଏବଂ ପରେ କୋଟି କୋଟି ଭାରତୀୟ ଦେଲେ ଆଶୀର୍ବାଦ
ଦେଶକୁ ବିକଶିତ ଭାରତରେ ପରିଣତ କରିବାରେ କାମ କରୁଛନ୍ତି 140 କୋଟି ଭାରତୀୟ
ଏବେ ସମୟ ଆସିଛି , ବିକଶିତ ଭାରତ ପାଇଁ ଯାହା ଆବଶ୍ୟକ ଭାରତରେ ତିଆରି ହେଉ
ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢୁଛି ଭାରତ
ଆମର ଲକ୍ଷ୍ୟ, ଦାରିଦ୍ର୍ୟ ଦୂରିକରଣ-ସୁଦୃଢ ଅର୍ଥନୀତି-ଆମର ବିକାଶ
ଏହି 11ବର୍ଷରେ ଦେଶର ବିକାଶ ପ୍ରସଙ୍ଗ ଉଠାଇଛନ୍ତି ମୋଦି । କହିଛନ୍ତି, ତାଙ୍କର ନେତୃତ୍ବ ସମୟରେ ଦେଶର ସବୁ କ୍ଷେତ୍ରରେ ବିକାଶ ହୋଇଛି । ପ୍ରଥମେ ଗୁଜରାଟର ଲୋକେ ଏବଂ ପରେ କୋଟି କୋଟି ଭାରତ ମୋ ଉପରେ ଆଶିର୍ବାଦ ଅଜାଡି ଦେଇଥିଲେ । ମୋଦି କହିଛନ୍ତି ଆମ ଦେଶୁ ବିକଶିତ ଭାରତରେ ପରିଣତ କରିବାରେ 140 କୋଟି ଭାରତୀୟ କାମ କରୁଛନ୍ତି । ଆଜିର ସମୟର ଚାହିଦା ହେଉଛି ବିକଶିତ ଭାରତ ପାଇଁ ଯାହା କିଛି ଦରକାର ତାହା ଆମ ଦେଶରେ ନିର୍ମାଣ ହେଉ । ଦେଶ ବିଭାଜନ ସମୟରେ ଜନ୍ମ ହୋଇଥିବା ଆଉ ଏକ ଦେଶର ଏକ ମାତ୍ର ଲକ୍ଷ୍ୟ ହେଉଛି ଶତ୍ରୁତା କରିବା । ଏବଂ ଭାରତକୁ କ୍ଷତି ପହଂଚାଇବା ।
ଗୁଜରାଟରେ 24 ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତର ନକ୍ସା ରଖିଥିଲେ । ଏହି ଅବସରରେ ଅପରେସନ୍ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପରିବାରକୁ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭରୋଦରାରେ ହୋଇଥିବା ମୋଦିଙ୍କ ବିଶାଳ ରୋଡ ଶୋରେ ହଜାର ହଜାର ଜନତା ସାମିଲ ହୋଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଯେତେବେଳେ ତାଙ୍କ ପରିବାରକୁ ଅତିକ୍ରମ କଲେ ସେତେବେଳେ ତାଙ୍କ କାରକେଡ୍ ଅଟକି ଯାଇଥିଲା । ପ୍ରଧାନମନ୍ତ୍ରୀ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଅନ୍ୟପକ୍ଷରେ ସୋଫିଆଙ୍କ ପରିବାର ପକ୍ଷରୁ ମୋଦିଙ୍କ ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା ।