Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦି ପ୍ରତିଦିନ ଜଳଖିଆରେ ଖାଆନ୍ତି ଏହି ସୁପରଫୁଡ୍‌

Ritu Das
Browse all articles by Ritu Das
·1 year ago·2 min read
ମୋଦି ପ୍ରତିଦିନ ଜଳଖିଆରେ ଖାଆନ୍ତି ଏହି ସୁପରଫୁଡ୍‌

ମଖାନା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଆଜିକାଲି ଏହାର ଟ୍ରେଣ୍ଡ ମଧ୍ୟ ରହିଛି। ଆଉ ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ। ଯାହା ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସଦ୍ୟ ବିହାର ଗସ୍ତ ସମୟରେ ମଖାନାକୁ ଏକ ସୁପରଫୁଡ୍‌ ଭାବରେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ବର୍ଷର ୩୬୫ ଦିନ ମଧ୍ୟରୁ ୩୦୦ଦିନ ନିଶ୍ଚିତ ଭାବରେ ମଖାନା ଖାଆନ୍ତି। ସେ ମଖାନାକୁ ସକାଳ ଜଳଖିଆ ପାଇଁ ସର୍ବୋତ୍ତମ ବିକଳ୍ପ ଭାବରେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପ୍ରାୟ ପ୍ରତିଦିନ ମଖାନା ଖାଆନ୍ତି ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ମଖାନାକୁ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରନ୍ତି।


ନୂଆଦିଲ୍ଲୀର PSRI ମଲ୍ଟିସ୍ପେଶାଲିଟି ହସ୍ପିଟାଲର ବରିଷ୍ଠ ଡାଏଟିସିଆନ ପୁନମ ଦୁନେଜା କହିଛନ୍ତି ଯେ ମଖାନା ପ୍ରୋଟିନ, ଫାଇବର, ଭିଟାମିନ ବି, ଭିଟାମିନ ଇ ସହିତ କ୍ୟାଲସିୟମ, ଆଇରନ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମରେ ଭରପୁର ଥିବାରୁ ଏହାକୁ ଏକ ସୁପରଫୁଡ୍‌ ଭାବରେ ବିବେଚନା କରାଯାଇପାରିବ। ମଖାନାରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଶରୀରକୁ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ମଖାନାରେ କମ୍‌ କ୍ୟାଲୋରୀ ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ଆପଣ ଆପଣଙ୍କର ଫିଟନେସକୁ ଉନ୍ନତ କରିବାକୁ ଚାହାଁନ୍ତି, ତେବେ ମଖାନା ନିୟମିତ ଭାବରେ ଖାଇବା ଉଚିତ୍‌। ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ମଖାନାରେ ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ଭଳି ପୋଷକ ତତ୍ତ୍ୱ ଥାଏ, ଯାହା ହାର୍ଟ ସ୍ବାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ। ପ୍ରତିଦିନ ମଖାନା ଖାଇବା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ସାହାଯ୍ୟ ମିଳିଥାଏ। ଏହା ହୃଦରୋଗର ଆଶଙ୍କା ହ୍ରାସ କରେ। ମଖାନାରେ ସାଚୁରେଟେଡ ଫ୍ୟାଟ ପରିମାଣ କମ୍‌ ଥାଏ, ଯାହା ଦ୍ୱାରା ଏହା ହାର୍ଟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ମଖାନା ମଧ୍ୟ ହାଡ଼ ପାଇଁ ଏକ ସୁପରଫୁଡ୍‌ । ଏଥିରେ କ୍ୟାଲସିୟମ, ଲୁହା ଏବଂ ଫସଫରସ ଭଳି ଖଣିଜ ପଦାର୍ଥ ଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ମଖାନା ହାଡ଼ର ଘନତ୍ୱ ବୃଦ୍ଧି କରିପାରେ ଏବଂ ଅଷ୍ଟିଓପୋରୋସିସ ଭଳି ରୋଗକୁ ରୋକିପାରେ। ମଖାନା ପିଲା ଏବଂ ବୟସ୍କ ଲୋକଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ।

Sponsored
Modi eats this superfood for breakfast every day | Argus News