Government Update / କମିଲା ଏକ୍ସାଇଜ୍ ଡ୍ୟୁଟି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
·5 months ago·2 min read

Key Points
ଏକ୍ସାଇଜ୍ ଡ୍ୟୁଟି ହ୍ରାସ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା
ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ: ମୁଖ୍ୟମନ୍ତ୍ରୀ
ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଏକ ସମୟୋଚିତ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୭/୩: ବିଶ୍ୱ ଶକ୍ତି ସଂକଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି କମାଯାଇଛି । ପେଟ୍ରୋଲ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟି ୧୩ ଟଙ୍କାରୁ ତିନି ଟଙ୍କାକୁ ହ୍ରାସ କରାଯାଇଛି । ସେହିପର ଡିଜେଲ ଉପରେ କୌଣସି ଏକ୍ସାଇଜ୍ ଡ୍ୟୁଟି ଲାଗିବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ଟଙ୍କା ରଖାଯାଇଥିଲା ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁଜବ ଉପରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ପଶ୍ଚିମ ଏସିଆରେ ବଢୁଥିବା ଭୂ-ରାଜନୈତିକ ତିକ୍ତତା ଯୋଗୁଁ ଆନ୍ତର୍ଜାତୀୟ ଉର୍ଜା ବଜାର ପ୍ରଭାବିତ ହେଉଥିବା ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବା ଏକ ସମୟୋଚିତ ପଦକ୍ଷେପ । ସାମ୍ପ୍ରତିକ ସମୟରେ ଏହି ନିର୍ଣ୍ଣାୟକ ତଥା ସୁଚିନ୍ତିତ ପଦକ୍ଷେପ ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କାରଣ ସଙ୍କଟ ସମୟରେ ସେମାନେ ଅଧିକ ମୂଲ୍ୟରେ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ପୂର୍ବଭଳି ରାଜ୍ୟ ସରକାରଙ୍କ ଭାଟ୍ ରହିବ। ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ପ୍ରତି ଲିଟର ଥିଲା କିନ୍ତୁ। ଏହା ଉଭୟରେ ଏବେ ୧୦ ଟଙ୍କା ହ୍ରାସ ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀରେ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୭ ଏବଂ ଡିଜେଲର ମୂଲ୍ୟ ୮୭.୬୭ ପ୍ରତି ଲିଟର ରହିଛି। ନୋଏଡାରେ, ପେଟ୍ରୋଲ ୯୪.୮୫ ଏବଂ ଡିଜେଲ ୮୭.୯୮ ରହିଛି। ସେହିପରି, ମୁମ୍ବାଇରେ, ପେଟ୍ରୋଲର ମୂଲ୍ୟ ୧୦୩.୫୪ ଟଙ୍କା ପ୍ରତି ଲିଟର ଏବଂ ଡିଜେଲର ମୂଲ୍ୟ ୯୦.୦୩ ରହିଛି। ସେହିପରି, ଚେନ୍ନାଇରେ, ପେଟ୍ରୋଲର ମୂଲ୍ୟ ୧୦୦.୮୦ ରୁ ୧୦୧.୦୬ ପ୍ରତି ଲିଟର ମଧ୍ୟରେ ଏବଂ ଡିଜେଲର ମୂଲ୍ୟ ୯୨.୩୮ ରୁ ୯୨.୬୧ ପ୍ରତି ଲିଟର ମଧ୍ୟରେ ରହିଛି ।
ଭାରତରେ କୌଣସି ତେଲ ଅଭାବ ନାହିଁ। ତୈଳ କମ୍ପାନୀଗୁଡ଼ିକ ବିଦେଶରୁ ତେଲ କିଣୁଛନ୍ତି ଏବଂ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଭଣ୍ଡାର ଅଛି। ଏନେଇ କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ।
ଏଥିସହ ପଢ଼ନ୍ତୁ: କମିଲା ଏକ୍ସାଇଜ୍ ଡ୍ୟୁଟି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ

Related Topics
Explore more stories