|
logo
Live

Argus News - ମକରସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

National

ମକରସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

Ritu Das
Browse all articles by Ritu Das
·2 years ago·1 min read
ମକରସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ନିଜ ଘରେ ଘାସ ଖୁଆଇଛନ୍ତି। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତି ଖୁବ ଧୁମଧାମରେ ପାଳନ କରାଯାଉଥିବାବେଳେ ଏହି ସମୟରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହାସହ ରବିବାର ରାଜଧାନୀ ଦିଲ୍ଲୀରେ ଦକ୍ଷିଣ ଭାରତର ସବୁଠାରୁ ପବିତ୍ର ପର୍ବ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ପୋଙ୍ଗଲ ମହୋତ୍ସବର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ରାଜ୍ୟ ମନ୍ତ୍ରୀ ଏଲ ମୁରୁଗାନଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। 

ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ପୁଡ଼ୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ମଧ୍ୟ ଏହି ପୋଙ୍ଗଲ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ଏହି ସମୟରେ ମୋଦି ତାମିଲନାଡ଼ୁ ବାସୀ ତଥା ଦେଶବାସୀଙ୍କୁ ପୋଙ୍ଗଲର ଶୁଭେଚ୍ଛା ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ମକରସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି | Argus News