Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି

National

ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି

Smruti Parija
Browse all articles by Smruti Parija
·1 year ago·2 min read
ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି

ଅର୍ଗସ ବ୍ୟୁରୋ: ସବୁବେଳେ ଓଡିଆ ଓ ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କୁ ପ୍ରଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଯାହାର ପୁଣି ଏକ ଝଲକ ଦେଖିବାକୁ ମିଳିଛି । ତୃତୀୟ ପାଳି ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରୁଷିଆ ଗସ୍ତରେ ଯାଇଥିବାବେଳେ ମସ୍କୋରେ ଭାରତୀୟ ସମାଜକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଉତ୍ତରୀୟ ପକାଇ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ତାହା ସହ ମସ୍କୋରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବାର ପ୍ରମାଣ ଦେଇଛି ।

 ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଏହାସହ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଭାରତର ସୁଖ ଦୁଃଖର ସାଥୀ ରୁଷ୍ । ରୁଷ୍ ଏବଂ ଭାରତର ଦୋସ୍ତି ବର୍ଷ ବର୍ଷର । ସରପେ ଲାଲ ଟୋପି..ଦିଲ ହେ ହିନ୍ଦୁସ୍ଥାନୀ ଏପରି କିଛି କହି..ରୁଷରେ ଭାରତୀୟ ପ୍ରବାସୀଙ୍କୁ ମୋଦି ହୃଦୟରୁ ସମ୍ବୋଧନ କରିଛନ୍ତି । କୋଟି କୋଟି ଭାରତୀୟ ରୁଷର ନା ଶୁଣିଲେ ଆନନ୍ଦିତ ହୋଇଥାଆନ୍ତି । ଆଜି ଅର୍ଥନୈତିକ, ଶିକ୍ଷା, ବୈଦେଶିକ, ପ୍ରତିରକ୍ଷା, କ୍ଷେତ୍ରରେ ନୂଆ ଇଚ୍ଚତାକୁ ଛୁଇଁ ପାରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

10 ବର୍ଷ ମଧ୍ୟରେ ଭାରତର ସଫଳତାକୁ ଗଣାଇଛନ୍ତି  । ଆଜି ଯେତେବେଳେ ଭାରତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ବ୍ରିଜ, ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଛି , ସେତେବେଳେ ବିଶ୍ୱ କହୁଛି ଭାରତ ବଦଳୁଛି ଏବଂ ଭାରତର ଏହି ବଡ ବଦ୍ ଲାବ କୁ ବିଶ୍ବ ସମର୍ଥନ କରୁଛି ।  

140 କୋଟି ଭାରତୀୟ ବର୍ତ୍ତମାନ ଏକ ସଂକଳ୍ପ ନେଇ ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ସମର୍ଥନ ରହିଛି । ଆଜି ଭାରତ ପ୍ରତି ବିଶ୍ବର ଦୃଷ୍ଟିକୋଣ ବଦଳିଛି । ୬ ଦଶନ୍ଧି ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇଁ ଆଜି 140 କୋଟି ଭାରତୀୟଙ୍କର ବିଶ୍ୱାସ ତାଙ୍କ ସରକାର ଉପରେ ବିଶ୍ବାସ କରିଛି । ଏହା ମୋଦି ସରକାରଙ୍କର ବଡ ଉପଲବ୍ଧୀ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Painting
Sponsored
Modi gave a speech in Moscow on-ratahayatra | Argus News