Videos
|
National

ଟ୍ରମ୍ପଙ୍କୁ ମୁହଁତୋଡ ଜବାବ ଦେଲେ ମୋଦି: କହିଲେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି

Ritu Das
Browse all articles by Ritu Das
·1 year ago·2 min read
ଟ୍ରମ୍ପଙ୍କୁ ମୁହଁତୋଡ ଜବାବ ଦେଲେ ମୋଦି: କହିଲେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି

Key Points

ଟ୍ରମ୍ପଙ୍କୁ ମୁହଁତୋଡ ଜବାବ ଦେଲେ ଭାରତର ପ୍ରଧାନମନ୍ତ୍ରୀ

କହିଲେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରାଣସୀରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଟାରିଫ୍‌ ଘୋଷଣା କରି ଟ୍ରମ୍ପ ଭାରତର ଅର୍ଥନୀତିକୁ ‘ମୃତ’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ବିଶ୍ୱ ଅର୍ଥନୀତି ଅନେକ ଆଶଙ୍କା ଦେଇ ଗତି କରୁଛି, ଅସ୍ଥିରତାର ବାତାବରଣ ରହିଛି। ଏପରି ପରିସ୍ଥିତିରେ, ବିଶ୍ୱର ଦେଶଗୁଡ଼ିକ ନିଜ ନିଜ ସ୍ବାର୍ଥ ଉପରେ ଧ୍ୟାନ ଦେଉଛନ୍ତି। ଭାରତକୁ ମଧ୍ୟ ଏହାର ଅର୍ଥନୀତି ସ୍ବାର୍ଥ ପ୍ରତି ସତର୍କ ରହିବାକୁ ପଡିବ। ଆମର ଚାଷୀ, ଆମର କ୍ଷୁଦ୍ର ଶିଳ୍ପ, ଆମ ଯୁବକମାନଙ୍କ ପାଇଁ ନିଯୁକ୍ତି, ସେମାନଙ୍କର ସ୍ବାର୍ଥ ଆମ ପାଇଁ ସର୍ବପ୍ରଥମେ। ସରକାର ଏହି ଦିଗରେ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି।ଆମର ସରକାର ଦେଶର ସର୍ବୋତ୍ତମ ସ୍ବାର୍ଥରେ ଯଥାସମ୍ଭବ ପ୍ରୟାସ କରୁଛି। ଯେଉଁମାନେ ଦେଶର ମଙ୍ଗଳ ଚାହାଁନ୍ତି ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଦେଖିବାକୁ ଚାହାଁନ୍ତି, ସେମାନେ ଯେକୌଣସି ରାଜନୈତିକ ଦଳ ହୁଅନ୍ତୁ, ସେମାନେ ନିଜର ମତଭେଦ ଭୁଲି ‘ସ୍ବଦେଶୀ’ ଉତ୍ପାଦ ପାଇଁ ପ୍ରତିଜ୍ଞା ନେବା ଉଚିତ।


ପ୍ରଧାନମନ୍ତ୍ରୀ ବ୍ୟବସାୟୀମାନଙ୍କୁ ଆହ୍ବାନ କରି କହିଛନ୍ତି, ଯେତେବେଳେ ବିଶ୍ୱ ଏପରି ଅସ୍ଥିରତାର ପରିବେଶ ଦେଇ ଗତି କରୁଛି, ସେତେବେଳେ ଆମେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରୟ କରିବୁ। ଏହି ସଂକଳ୍ପ ମଧ୍ୟ ଦେଶ ପାଇଁ ଏକ ପ୍ରକୃତ ସେବା ହେବ। ଏବେ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ କେବଳ ସ୍ବଦେଶୀ ସାମଗ୍ରୀ କିଣିବୁ। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ମହାନ ଶ୍ରଦ୍ଧାଞ୍ଜଳି ହେବ। ଜୁଲାଇ ୩୧ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ସମସ୍ତ ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ୍‌ ଏବଂ ଅତିରିକ୍ତ ଜରିମାନା ଘୋଷଣା କରିଛନ୍ତି। ଏହାର ଗୋଟିଏ ଦିନ ପରେ, ସେ ଭାରତ-ରୁଷିଆ ସମ୍ପର୍କ ଉପରେ ଆକ୍ରମଣ କରିଛନ୍ତି। ଟ୍ରମ୍ପ ଉଭୟ ଦେଶକୁ ‘ମୃତ ଅର୍ଥନୀତି’ ବୋଲି କହିଥିଲେ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଥିଲେ,ଭାରତ ରୁଷିଆ ସହିତ କ’ଣ କରେ ତାହା ମୋତେ ଚିନ୍ତା ନାହିଁ। ସେମାନେ ଏକାଠି ସେମାନଙ୍କର ମୃତ ଅର୍ଥନୀତିକୁ ତଳକୁ ଆଣିପାରିବେ, ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
modi-gives-a-scathing-reply-to-trump-india-is-on-its-way-to-becoming-the-worlds-third-largest-economy | Argus News