ମୋଟାପଣକୁ ନେଇ ମୋଦି ଦେଲେ ଟିପ୍ସ

Key Points
ରୋଗ ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା
ଦେଶରେ ବଢିବାରେ ଲାଗିଛି ଓବେସିଟି
WHO ରିପୋର୍ଟକୁ ନେଇ ଯୁବ ପିଢିଙ୍କୁ ମୋଦିଙ୍କ ଟିପ୍ସ
ତେଲ ଖାଦ୍ୟ କମ ଖାଇବା ସହ ବ୍ୟାୟାମ କରିବାକୁ ପରାମର୍ଶ
ରୋଗ ପୂର୍ବରୁ ଯୋଗ କରିବା ଜରୁରୀ କହିଲେ ଯୋଗ ପ୍ରଶିକ୍ଷକ
ଲୋକଙ୍କ ଭିତରେ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ ପ୍ରଧାନମନ୍ତ୍ରୀ ମୋଦି । ଜଙ୍କ ଫୁଡ଼ ଓ ଅଧିକ ତେଲ ଜାତୀୟ ଖାଦ୍ୟ ଖାଇ ଯୁବ ପିଢ଼ି ମୋଟାପଣର ଶିକାର ହେଉଥିବା ଦର୍ଶାଇଛି WHO ର ୨୦୨୨ ରିପୋର୍ଟ। ବିଶ୍ୱରେ ୨୫୦ କୋଟି ଲୋକ ମୋଟାପଣ ବା ମେଦ ବହୁଳତାରେ କବଳିତ। ଯାହା ଚିନ୍ତା ଜନକ ବୋଲି ମନ କି ବାତରେ କହିଛନ୍ତି ମୋଦି।
ପ୍ରତି ୮ ଜଣରେ ଜଣେ ବ୍ୟକ୍ତି ଓବେସିଟିର ଶିକାର ହେଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଡାଇବେଟିସ୍, ହାଇପରଟେନସନ, ହାର୍ଟ ଆଟାକ୍ ଭଳି ରୋଗ ବଢ଼ିବାରେ ଲାଗିଛି। ଏମିତିକି କମ ବୟସର ପିଲାମାନେ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି। ଯାହା ଏବେ ୪ ଗୁଣା ବଢିଛି। ତେଣୁ ପ୍ରତ୍ୟେକ ଦିନ ନିଜ ଖାଇବାରେ ୧୦ ପ୍ରତିଶତ ତେଲ କମାଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। ୧୦ ଜଣ ଆଗ ଫିଟନେସ ଆହ୍ୱାନକୁ ଗ୍ରହଣ କରି ଆଉ ୧୦ ଜଣଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
📱 Get Argus News App
✨ବ୍ୟସ୍ତ ବହୁଳ ଜୀବନରେ ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କରିବା ଏକ ପ୍ରକାର ଏଡେଇ ଦେଉଛନ୍ତି ଯୁବ ପିଢ଼ି। ଜଙ୍କ ଫୁଡ଼, ମୋବାଇଲର ଅତ୍ୟଧିକ ବ୍ୟବହାର, କମ ସମୟ ନିଦ୍ରା, ଫିଟନେସ୍ ପାଇଁ ଇଛା ଶକ୍ତିର ଅଭାବ ଯୋଗୁଁ ଲୋକଙ୍କ ଭିତରେ ବଢୁଛି ମୋଟାପଣ। ଯୋଗ ପ୍ରଶିକ୍ଷକ ସୁଧାଂଶୁ ଅଧିକାରୀ କହିଛନ୍ତି ଲୋକେ ରୋଗ ହେଲେ ହିଁ ଯୋଗ ଆରମ୍ଭ କରୁଛନ୍ତି। ସଚେତନ ହୋଇ ଲୋକେ ନିୟମିତ ଯୋଗ ଆରମ୍ଭ କଲେ ହିଁ ଶରୀର ସୁସ୍ଥ ରହିବା ସହ ମାନସିକ ଅବସାଦ ରହିବ ନାହିଁ। ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ତେଣୁ ପ୍ରତିଦିନ ଯୋଗାଭ୍ୟାସ କରିବା ସହ ଘରେ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ।
ତଥ୍ୟ କହୁଛି ଆଗାମୀ କିଛି ବର୍ଷରେ ଏହି ମେଦ ବହୁଳତା ଅନେକଙ୍କ କ୍ଷେତ୍ରରେ ବଢିବ। ତେବେ ଷ୍ଟ୍ରଙ୍ଗର, ଫିଟର୍ ଓ ଡିଜିଜ ଫ୍ରି ଅର୍ଥାତ ସଶକ୍ତ, ସ୍ୱାସ୍ଥ୍ୟବାନ୍, ଏବଂ ରୋଗ ମୁକ୍ତ ହେବା ପାଇଁ ଶାରୀରିକ ପରିଶ୍ରମ, ଯୋଗ, ବ୍ୟାୟାମ କରିବା ବେଶ ଜରୁରୀ ବୋଲି ବାର୍ତା ଦେଇଛନ୍ତି ପ୍ରାଧାନମନ୍ତ୍ରୀ