ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ ମୋଦି ସରକାର
·1 year ago

ଅର୍ଗସ ବ୍ୟୁରୋ: ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା । ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍ପି ବୃଦ୍ଧି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ୨୦୨୫-୨୬ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍ପି ବୃଦ୍ଧି କରାଯାଇଛି। ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇଛି। ସୋରିଷ ଚାଷୀ କ୍ୱିଣ୍ଟାଲ ପିଛା ଅଧିକ ୩୦୦ ଟଙ୍କା ପାଇବେ। ବାର୍ଲିର ଏମଏସ୍ପି ୧୩୦ ଟଙ୍କା, ମୁଗର ୨୧୦, ମସୁର ଡାଲିର ଏମଏସ୍ପି ୨୭୫ ଟଙ୍କା ଓ କୁସୁମର ଏମଏସ୍ପି କେନ୍ଦ୍ର ସରକାର ୧୪୦ ଟଙ୍କା ବଢ଼ାଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: