ହିନ୍ଦୁ ନରସଂହାର ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୋଦି ସରକାର

Key Points
ପିଏମ ମୋଦିଙ୍କ ରଣ ହୁଙ୍କାର
ଆତଙ୍କ ଉପରେ ସିଧା ପ୍ରହାର
ମୋଦିଙ୍କ ବଜ୍ର ଶପଥ
ଆତଙ୍କୀଙ୍କୁ ଠାରୁ ଭୀଷଣ ପ୍ରତିଶୋଧ
ହିନ୍ଦୁ ନରସଂହାର
ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୋଦି ସରକାର
ଏପ୍ରିଲ ୨୨, ୨୦୨୫ । ପହଲଗାମରେ କର୍ଣ୍ଣାଟକର ମଞ୍ଜୁନାଥଙ୍କୁ ହତ୍ୟା କଲେ ଆତଙ୍କବାଦୀ । ସ୍ତ୍ରୀ ନେହୁରା ହେଲେ ମୋତେ ବି ମାରିଦିଅ । ହେଲେ ଆତଙ୍କୀ କହିଲେ ମୋଦିଙ୍କୁ ଦେବ ଆମ ପୈଗାମ୍ । ହେଲେ ଏବେ ସେଇ ପୈଗାମର ପାଲଟା ପୈଗାମ ଦେଇଛନ୍ତି ଖୋଦ୍ ପିଏମ୍ ମୋଦି । ମୃତ୍ୟୁର ଅକ୍ଷିମୁଠି ଅନୁକୂଳ କଲା ବେଳେ ଅପରାଧବୋଧରେ ଯେଉଁମାନଙ୍କର ମଥା ବି ନଇଁପଡ଼େନି ସେମାନଙ୍କ ଉଦ୍ଦେଶ୍ୟରେ ବିହାର ମଧୁବନୀରୁ ପିଏମ୍ ମୋଦି ଭରିଛନ୍ତି ଲଲକାର୍ । ଆତଙ୍କୀଙ୍କ ଅଣ୍ଟା ଭଙ୍ଗାଯିବ ବୋଲି ବେଶ ଲାଉଡ୍ ଆଉ କ୍ଲିଅର୍ ମେସେଜ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତର ଆତ୍ମା ଉପରେ ହମ୍ଲା କରିବାର ଦୁଃସାହସ କରିଥିବା ଆତଙ୍କୀଙ୍କୁ ଏମିତି ଦଣ୍ଡ ଦିଆଯିବ, କେବେ କେହି କଳ୍ପନା କରିନଥିବେ । ପାତାଳରେ ଛପିଥିଲେ ବି ବାହାର କରି ମୂଳପୋଛ କରିବୁ ବୋଲି ସଫାସଫା ଶୁଣାଇଛନ୍ତି ପିଏମ୍ ।ଆତଙ୍କୀଙ୍କ ଆଡ୍ଡାକୁ ସମୂଳେ ଧ୍ଵଂସ କରାଯିବ, ଚିହ୍ନବର୍ଣ୍ଣ ରହିବନି । ଆତଙ୍କୀଙ୍କ ଆକ୍କା ବି ତ୍ରାହି ପାଇବେନି । ଯେଉଁ ଭୂଖଣ୍ଡକୁ ଆତଙ୍କୀ ବ୍ୟବହାର କରୁଛନ୍ତି ତାକୁ ଧ୍ଵଂସ କରାଯିବ କହି ବି ପାକିସ୍ତାନକୁ ବି ଚରମ ବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ।
କେବଳ ଏତିକି ନୁହେଁ ଗତକାଲି ପାକିସ୍ତାନ ବିରୋଧରେ କୂଟନୈତିକ ଏୟାରଷ୍ଟ୍ରାଇକ୍ ପରେ ଭାରତ ସୈନ୍ୟ ଷ୍ଟ୍ରାଇକ୍ ବି କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇସାରିଛି । କାହିଁକି ନା ପହଲଗାମ ଆଟାକ୍ ନେଇ ପିଏମ୍ ମୋଦି ସାରା ବିଶ୍ବକୁ ମେସେଜ୍ ଦେବା ପାଇଁ ମଞ୍ଚରୁ ହିଁ ଇଂରାଜୀରେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି ।
୧୮ ଡିସେମ୍ବର ୨୦୧୬ରେ ହୋଇଥିଲା ଉରୀ ଆକ୍ରମଣ । ଆଉ ଏହାର ୧୧ ଦିନରେ ହିଁ ସର୍ଜିକାଲ ଷ୍ଟ୍ରାଇକ୍ କରି ବଦଲା ନେଇଥିଲା ଭାରତ । ୧୪ ଫେବୃଆରୀ ୨୦୧୯ରେ ହୋଇଥିଲା ପୁଲୱାମା ଆଟାକ୍ । ୧୩ ଦିନରେ ବାଲାକୋଟ୍ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ଭାରତ । ତେଣୁ ସର୍ଜିକାଲ ଷ୍ଟ୍ରାଇକ୍ କରି ଟିଜର୍ ଆଉ ଏୟାର ଷ୍ଟ୍ରାଇକ୍ କରି ଟ୍ରେଲର ଦେଖାଇଥିବା ଭାରତ ଏବେ ପହଲଗାମର ପ୍ରତିଶୋଧର ଫିଲ୍ମ ଖୁବଶୀଘ୍ର ଦେଖେଇବାକୁ ଯାଉଛି ।
ବିଶେଷ କରି ପାକିସ୍ତାନ ଲାହୋରରେ ବସି ବିରିୟାନି ଖାଉଥିବା ଟେରୋରିଷ୍ଟ ହାଫିଜ ସୟିଦ ଓ କରାଚୀରେ ଥିବା ଲସ୍କରର କମାଣ୍ଡର ସୈଫୁଲ୍ଲାହ କସୁରୀ ପାତାଳରେ ରହିଲେ ଆଉ ନିସ୍ତାର ନାହିଁ । ସେହିପରି ପାକିସ୍ତାନ ସେନାମୁଖ୍ୟ ଆସିମ ମୁନେର ଯେଉଁ ଚିଙ୍ଗାରୀ ଲଗେଇଥିଲା, ତାହା ଏବେ ଦାବାନଳ ହୋଇ ପାକିସ୍ତାନକୁ ହିଁ ପୋଡ଼ିଜାଳି ପକେଇବା ଏକ ପ୍ରକାର ନିଶ୍ଚିତ । ମୋଟାମୋଟି ଏବେ ଅପେକ୍ଷା ଭାରତର ରିଭେନ୍ଜକୁ