Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଫେବ୍ରୁଆରୀ ୧ରେ ମୋଦି ସରକାର ଆଣିବେ ଅନ୍ତରୀଣ ବଜେଟ୍ 

National

ଫେବ୍ରୁଆରୀ ୧ରେ ମୋଦି ସରକାର ଆଣିବେ ଅନ୍ତରୀଣ ବଜେଟ୍ 

Smruti Parija
Browse all articles by Smruti Parija
·2 years ago·1 min read
ଫେବ୍ରୁଆରୀ ୧ରେ ମୋଦି ସରକାର ଆଣିବେ ଅନ୍ତରୀଣ ବଜେଟ୍ 

Key Points

  • ବୁଧବାରଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ
  • ଫେବ୍ରୁଆରୀ ୧ରେ ମୋଦି ସରକାର ଆଣିବେ ଅନ୍ତରୀଣ ବଜେଟ୍ 
  • ସୁରୁଖୁରରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସହମତି
  • ନିର୍ବାଚନୀ ବର୍ଷର ବଜେଟ ଉପରେ ଦେଶବାସୀଙ୍କ ନଜର

ଅର୍ଗସ ବ୍ୟୁରୋ: ବୁଧବାରଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଏହା ହେବ ମୋଦି ସରକାରରଙ୍କ ଦ୍ବିତୀୟ ପାଳିର ଶେଷ ମଧ୍ୟବର୍ତ୍ତିକାଳୀନ ବଜେଟ ଅଧିବେଶନ । ଏହାପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସାମିଲ ହୋଇଥିଲେ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ର ସରକାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ ବଜେଟ ଅଧିବେଶନ । 3ମାସ ପରେ ନିର୍ବାଚନ ହେବାକୁ ଥିବାରୁ ଏହି ବଜେଟ ଉପରେ ରହିଛି ଦେଶବାସୀଙ୍କ ନଜର । 

ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଶୀତ ଅଧିବେଶନରେ ନିଲମ୍ବିତ ସାଂସଦଙ୍କ ଉପରୁ ହଟିଛି ନିଲମ୍ବନ । ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ନିଲମ୍ବିତ ହୋଇଥିଲେ ୧୪୬ ଜଣ ସାଂସଦ । ଏବେ ବଜେଟ ଅଧିବେଶନ ପୂର୍ବରୁ ନିଲମ୍ବିତ ସଦସ୍ୟଙ୍କୁ ପୁଣି ଥରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ମିଳିଛି ସୁଯୋଗ । 

ସେପଟେ ଫେବ୍ରୁଆରୀ ୫ରେ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ । ଚଳିତ ଅଧିବେଶନରେ ରହିଛି ୭ଟି କାର୍ଯ୍ୟ ଦିବସ । ବିଧାନସଭା ଶେଷ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତିଙ୍କ ପ୍ରକୋଷ୍ଠରେ ହେବ ଆଲୋଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Modi government will bring the interim budget on February 1 | Argus News