Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି

Smruti Parija
Browse all articles by Smruti Parija
·1 year ago
କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାତି ଜନଗଣନାକୁ ନେଇ ହୋଇଛି ବଡ଼ ଘୋଷଣା । ଆଗାମୀ ଜନଗଣନାବେଳେ ଜାତି ଜନଗଣନାକୁ ସାମିଲ କରାଯିବ ବୋଲି କେନ୍ଦ୍ର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।


ସେହିପରି ମେଘାଳୟରୁ ଆସାମ ଯାଏ ହେବ ନୂଆ ରାଜପଥ । ସିଲଂରୁ ସିଲଚର ଯାଏ ହାଇୱେ ପରିଯୋଜନାରେ 166.8 କିମି 4 ଲେନ ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ 22 ହଜାର 864 କୋଟି ଟଙ୍କା । 3 ବର୍ଷ ମଧ୍ୟରେ ଶେଷ ହେବ ନିର୍ମାଣ କାର୍ଯ୍ୟ । ଏହା ସହିତ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ CCPA ବୈଠକରେ ନିଆଯାଇଛି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାଷୀଙ୍କ ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ବଡ଼ ଘୋଷଣା ହୋଇଛି । ଆଖୁ କୁଇଣ୍ଟାଲ ପିଛା ଏମଏସପି 350 ଟଙ୍କାକୁ ବୃଦ୍ଧି କରାଯାଇଛି ।

Sponsored