Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୮ ପର୍ଯ୍ୟନ୍ତ ମାଗଣା ପୋଷଣ ଯୁକ୍ତ ଚାଉଳ ଦେବେ ମୋଦି ସରକାର

Ritu Das
Browse all articles by Ritu Das
·1 year ago·2 min read
୨୦୨୮ ପର୍ଯ୍ୟନ୍ତ ମାଗଣା ପୋଷଣ ଯୁକ୍ତ ଚାଉଳ ଦେବେ ମୋଦି ସରକାର

ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ୨୦୨୮ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ପୋଷଣ ଯୁକ୍ତ ଚାଉଳ । ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ମିଳିବ ମାଗଣା ଚାଉଳ । ପୋଷଣ ଯୁକ୍ତ ଚାଉଳ ଯୋଗାଣ ଜାରି ରଖିବାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟରେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ମାଗଣାରେ ପୋଷଣ ଯୁକ୍ତ ଚାଉଳ ଓଡିଶାରେ ଅପପୁଷ୍ଟି ଦୂର କରିବାରେ କେତେ ସହାୟକ ହେବ ? ଓଡିଶା ପାଇଁ ଅପପୁଷ୍ଟି ଏକ ବଡ ଆହ୍ଵାନ ହୋଇ ଛିଡା ହୋଇଛି । ୨୦୨୪ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ପୂର୍ବରୁ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ ବିଜେଡି ସରକାର ଅମଳରେ ଅପପୁଷ୍ଟିର ଅସଲ ଚିତ୍ରକୁ ଉଜାଗର କରିଥିଲା । ରାଜ୍ୟରେ ୧୦.୭ ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ ୫.୧୩ ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା । ୧୦.୮ ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ହୋଇଥିବା ବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଥିବା ରିପୋର୍ଟରେ କୁହାଯାଇଥିଲା । ତେବେ କେନ୍ଦ୍ର ଯୋଗାଉଥିବା ଫୋର୍ଟିଫାଏଡ ରାଇସ କର୍ନେଲ୍ସରେ ପୋଷଣ ଯୁକ୍ତ ଚାଉଳରେ ଆଇରନ, ଫଲିକ୍ ଏସିଡ, ଭିଟାମିନ B12 ଭଳି ମାଇକ୍ରୋନ୍ୟୁଟ୍ରିଏଣ୍ଟସ ବା ସୁକ୍ଷ୍ମ ପୋଷକ ତତ୍ଵ ମିଶିଛି । ଯାହାଦ୍ଵାରା ଶିଶୁ ମାନେ ବିଭିନ୍ନ ରୋଗରୁ ରକ୍ଷା ପାଇପାରିବେ । ଗର୍ଭବତୀ ମାଆ ମାନେ ମଧ୍ୟ ଏହି ପ୍ରକାର ଚାଉଳ ସେବନ କଲେ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ସବଳ ହେବେ । ଏହାସହ ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟହାର ଢେର ମାତ୍ରାରେ ହ୍ରାସ ପାଇବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି ।

ଅନ୍ୟପଟେ ୨୦୨୮ ପର୍ଯ୍ୟନ୍ତ ମୋଦି ସରକାର ଗରିବ କଲ୍ୟାଣ ଯୋଜନାରେ ମାଗାଣା ପୋଷଣ ଯୁକ୍ତ ଚାଉଳ ଯୋଗାଇବା ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟବାସୀ। ଓଡିଶାରେ 3 କୋଟି 26 ଲକ୍ଷ ଲୋକଙ୍କୁ ମିଳୁଛି ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ। ରାଜ୍ୟ ଯୋଜନାରେ ବି 9 ଲକ୍ଷରୁ ଅଧିକ ପରିବାରକୁ ମିଳୁଛି ମାଗଣା ଚାଉଳ.. ଏବେ  ସମସ୍ତଙ୍କୁ ମିଳିବ ପୋଷଣ ଯୁକ୍ତ ଚାଉଳ। ୨୦୩୬ ସୁଦ୍ଧା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ପାଳନ କରିବ ଶତ ବାର୍ଷିକୀ ।  ଡବଲ ଇଞ୍ଜିନ ସରକାରରେ ସବୁ ଗରିବ ହିତାଧିକାରୀଙ୍କ ପାଖରେ କେନ୍ଦ୍ର ପଠାଉଥିବା ଚାଉଳ ପହଞ୍ଚିବ ବୋଲି ନୂଆ ଆଶା ସଞ୍ଚାର ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Modi government | Argus News