Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଡ଼କ ଦୁର୍ଘଟଣାର ଶିକାର ଲୋକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା

Smruti Parija
Browse all articles by Smruti Parija
·1 year ago·2 min read
ସଡ଼କ ଦୁର୍ଘଟଣାର ଶିକାର ଲୋକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା

Key Points

ଦୁର୍ଘଟଣାର ପୀଡ଼ିତଙ୍କୁ ମିଳିବ ଦେଢ ଲକ୍ଷ ଟଙ୍କା ଯାଏ କ୍ୟାସଲେସ୍ ଚିକିତ୍ସା

ଅର୍ଗସ ବ୍ୟୁରୋ: ଦେଶରେ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟା କମାଇବାକୁ ମୋଦି ସରକାର ଖୁବଶୀଘ୍ର ଲାଗୁ କରବାକୁ ଯାଉଛନ୍ତି ଏକ ନୂଆ ଯୋଜନା। ଯାହା ଦୁର୍ଘଟଣାର ଶିକାର ଲୋକଙ୍କ ପାଇଁ ଆଣିଦେବ ବଡ଼ ଆଶ୍ବସ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଦେଇଛନ୍ତି ସୂଚନା। ରାସ୍ତା ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ଯୋଗାଇବେ କେନ୍ଦ୍ର ସରାକାର। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସରେ ରିପୋର୍ଟ କଲେ ୭ ଦିନ ଯାଏ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା। ଗତବର୍ଷ ପ୍ରଥମେ ଚଣ୍ଡିଗଡ଼ରେ ଏହି ଯୋଜନାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା। ପରେ ଅନ୍ୟ ୬ ଟି ରାଜ୍ୟରେ ବି ଏହାକୁ ଲାଗୁ କରାଯାଇଥିଲା। ଏ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶରେ ଏହି ଯୋଜନା ଲାଗୁ କରବାକୁ ଯାଉଛନ୍ତି କେନ୍ଦ୍ର ସରକାର। ନ୍ୟାସନାଲ ହେଲଥ ଅଥେରିଟି, ପୋଲିସ, ହସପିଟାଲ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏଜେନସୀଗୁଡ଼ିକର ତତ୍ବାବଧାନରେ ଏହି ଯୋଜନାର ସଫଳ ରୂପାୟନ ପାଇଁ କରାଯାଇଛି ଯୋଜନା।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ୨୦୨୪ରେ ଦେଶରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୮୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ସେଥିରୁ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ୩୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ଗତବର୍ଷ ସଡ଼କ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୬୭ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୩୪ ବର୍ଷ।


ସ୍କୁଲ ଆଗରେ ହୋଇଥିବା ରାସ୍ତା ଦୁର୍ଘଟଣାରେ ୧ ହଜାର ବିଦ୍ୟାର୍ଥୀଙ୍କର ହୋଇଛି ମୃତ୍ୟୁ । ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା ଯୋଗୁଁ ହୋଇଥିବା ଦୁର୍ଘଟଣାରେ ୩ ହଜାର ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ଦୁର୍ଘଟଣାର ଗୋଲଡେନ ଆୱାର ଭିତରେ ଆହାତଙ୍କୁ କ୍ୟାସଲେସ ଚିକିତ୍ସା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ଯୋଜନାକୁ ସ୍ବାଗତ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ।

ଦେଶରେ ୨୨ ଲକ୍ଷ ଡ୍ରାଇଭରଙ୍କର ଅଭାବ ରହିଛି। ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଅଧିକ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏଥିସହିତ ସ୍କ୍ରାପିଂ ପଲିସି ଉପରେ ବି ସରକାର ଗୁରୁତ୍ବ ଦେଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରବହନ ମନ୍ତ୍ରୀ। ନୂଆ ପଲିସି ଅନୁଯାୟୀ ଏଣିକି ସ୍କ୍ରାପିଂ ସାର୍ଟିଫିକେଟ୍ ଥିଲେ ନୂଆ ଗାଡ଼ି ପଞ୍ଜିକରଣରେ ମିଳିବ ଳିବ ୫୦ ହଜାର ଟଙ୍କାର ଛାଡ଼ ।

ଦେଶରେ ମୋଦି ସରକାର ଆସିବା ପରେ ଅଟୋମୋବାଇଲ ଶିଳ୍ପର ଢର ଅଭିବୃଦ୍ଧି ଦେଖିବାକୁ ମିଳିଛି। ବିଦେଶକୁ ରପ୍ତାନୀ କ୍ଷେତ୍ରରେ ଭାରତୀୟ ଅଟୋମୋବାଲ ଶିଳ୍ପ ବିଶ୍ବର ୩ ନମ୍ବରର ସ୍ଥାନକୁ ଉନ୍ନୀତ ହୋଇଛି। ଏ କ୍ଷେତ୍ରରେ ଜାପାନକୁ ପଛରେ ପକାଇଛି ଭାରତ। ୨୦୧୪ରେ ଭାରତୀୟ ଅଟୋମୋବାଇଲ ଶିଳ୍ପର ଆକାର ୭ ଲକ୍ଷ କୋଟି ଥିବା ବେଳେ ଏବେ ଏହା ୨୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ନୀତିନ ଗଡ଼କାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government's big announcement for road accident victims | Argus News