Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଏକକ ନିର୍ବାଚନ ନେଇ ଆଉ ପାଦେ ଆଗେଇଲା ପ୍ରକ୍ରିୟା 

Manini Pattanayak
Browse all articles by Manini Pattanayak
·2 years ago·3 min read
 ଏକକ ନିର୍ବାଚନ ନେଇ ଆଉ ପାଦେ ଆଗେଇଲା ପ୍ରକ୍ରିୟା 

ନୂଆଦିଲ୍ଲୀ: ଏକକ ନିର୍ବାଚନକୁ ନେଇ ମୋଦି ସରକାରଙ୍କ ପଦକ୍ଷେପ ଆହୁରି ତ୍ବରାନ୍ବିତ ହେବ । କେନ୍ଦ୍ର ସରକାରଙ୍କ  ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିକଟରେ ଦାଖଲ କରିଛି ରିପୋର୍ଟ । ୧୮ ହଜାର ପୃଷ୍ଠାର ଏହି ରିପୋର୍ଟରେ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରାଯାଇଛି । ନିର୍ବାଚନ ପାଇଁ ଗୋଟିଏ ଭୋଟର ଲିଷ୍ଟ ଓ ଫଟୋ ପରିଚୟ ପତ୍ର ବ୍ୟବହାର ପାଇଁ କମିଟି ସୁପାରିଶ କରିଛି । ୩୯ଟି ରାଜନୈତିକ ଦଳ ସହ ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହେଉଥିବା ବ୍ୟବସ୍ଥାର ଅନୁଧ୍ୟାନ କରି ରେକର୍ଡ ୧୯୧ ଦିନ ଭିତରେ ଗୁରୁତ୍ବପୂର୍ଣ୍ଣ ସୁପାରିଶ କରିଛି ।  ଏକକ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦାଖଲ କରିଛି ରିପୋର୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଛି । ଏଥିରେ ଦେଶରେ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ କରାଯାଇଛି ସୁପାରିଶ।

ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ସହ ୩୯ଟି ରାଜନୈତିକ ଦଳ, ଅର୍ଥନୀତି ବିଷାରଦଙ୍କ ମତାମତ ନିଆଯାଇଥିଲା। ଏପରିକି ବିଭିନ୍ନ ରାଷ୍ଟ୍ରରେ ନିଆଯାଉଥିବା ପଦକ୍ଷେପ ମଧ୍ୟ ବିଚାରକୁ ନିଆଯାଇଛି। ସମସ୍ତ ତଥ୍ୟର ତର୍ଜମା କରି କମିଟି ପ୍ରସ୍ତୁତ କରିଛି ୧୮ ହଜାର 626 ପୃଷ୍ଠାର ରିପୋର୍ଟ। କମିଟିର ସୁପାରିଶ ଅନୁଯାୟୀ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଯେଭଳି ଏକକ ନିର୍ବାଚନ ହେଉଥିଲା ସେଭଳି ଗୋଟିଏ ସମୟରେ ହେବ ନିର୍ବାଚନ। କମିଟି ଦୁଇ ସୂତ୍ରୀ ସୁପାରିଶ କରିଛି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ଏହାର ୧୦୦ ଦିନ ମଧ୍ୟରେ ମ୍ୟୁନିସିପାଲିଟି ଓ ପଂଚାୟତ ନିର୍ବାଚନ ହେବ । ଏଥିସହ ନିର୍ବାଚନ ପାଇଁ ଗୋଟିଏ ଭୋଟର ଲିଷ୍ଟ ଓ ଫଟୋ ପରିଚୟ ପତ୍ର ବ୍ୟବହାର ପାଇଁ କମିଟି ସୁପାରିଶ କରିଛି। ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ କରିବାକୁ ମତ ରଖିଛି କମିଟି। 


ଏକକ ନିର୍ବାଚନ ଲାଗୁ ହେଲେ ବଦଳିବ କି ନିର୍ବାଚନ ମଡେଲ ? ୨୦୨୯ ନିର୍ବାଚନରେ ଏହା ଲାଗୁ ହେବ କି ? ଏଥିସହ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ହେଉଥିବା ଦାବି କାର୍ଯ୍ୟକାରୀ ହେବ କି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୨୦୨୩ ସେପ୍ଟମ୍ବର ୯ ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା ଉଚ୍ଚସ୍ତରୀୟ କମିଟି।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ କମିଶନ ଅଧ୍ୟକ୍ଷ ଏନ.କେ. ସିଂ, ପୂର୍ବତନ ଲୋକସଭା ମହାସଚିବ ସୁବାସ କଶ୍ୟପ ଓ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏହାର ସଦସ୍ୟ ରହିଛନ୍ତି । କମିଟି ମାତ୍ର ୧୯୧ ଦିନ ମଧ୍ୟରେ ବିଭିନ୍ନ ବର୍ଗସହ  ବିଚାର ବିମର୍ଷ କରି ଦାଖଲ କରିଛି ରିପୋର୍ଟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ନଜର ପକାଇବେ କାହିଁକି ଏକକ ନିର୍ବାଚନ ଲାଗୁ ପାଇଁ ଜୋର ଦେଉଛନ୍ତି ମୋଦି ସରକାର । ଏକକ ନିର୍ବାଚନ ହେଲେ ରାଜକୋଷରୁ ହେଉଥିବା ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇବ। ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀ ମୁତୟନ ପାଇଁ ହେଉଥିବା ଖର୍ଚ ଓ ବିଭିନ୍ନ ରାଜନେୈତିକ ଦଳ ପକ୍ଷରୁ ପ୍ରଚାର ପାଇଁ ହେଉଥିବା ବିପୁଳ ପରିମାଣର ଖର୍ଚ୍ଚ କମିବ। ନିର୍ବାଚନ ପାଇଁ ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେବନାହିଁ। ଗୋଟିଏ ସମୟରେ ନିର୍ବାଚନ ହେଲେ ତ୍ବରିତ ହେବ ବିକାଶ ପ୍ରକ୍ରିୟ। ନିର୍ବାଚନ ଖର୍ଚ୍ଚକୁ ହ୍ରାସ କରି ସମୃଦ୍ଦ ଭାରତ ଗଠନ ପାଇଁ ବିଜେପି ପକ୍ଷରୁ ଏକକ ନିର୍ବାଚନକୁ ୨୦୧୯ରେ ନିର୍ବାଚନୀ ଇସ୍ତାହାରରେ ରଖାଯାଇଥିଲା । ପୂର୍ବରୁ ମଧ୍ୟ ଦେଶରେ ଏକକ ନିର୍ବାଚନ ହେଉଥିଲା । ୧୯୬୭  ପର୍ଯ୍ୟନ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେଉଥିଲା। କିନ୍ତୁ ତା ପରଠାରୁ କିଛି ରାଜ୍ୟ ବିଧାନସଭା ଓ ଲୋକସଭା ଭଙ୍ଗ ହେବାରୁ ବିଭିନ୍ନ ସମୟରେ ନିର୍ବାଚନ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର 
 

Sponsored
Modi government's steps regarding the single election will be further intensified. A high-level committee constituted by the central government has recently submitted its report to President Draupadi Murmu. | Argus News