Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାରାଷ୍ଟ୍ରରେ ମୋଦି ଗ୍ୟାରେଣ୍ଟି ମ୍ୟାଜିକ୍

National

ମହାରାଷ୍ଟ୍ରରେ ମୋଦି ଗ୍ୟାରେଣ୍ଟି ମ୍ୟାଜିକ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହାରାଷ୍ଟ୍ରରେ ମୋଦି ଗ୍ୟାରେଣ୍ଟି ମ୍ୟାଜିକ୍

ଅର୍ଗସ ବ୍ୟୁରୋ:  ଡର ଓ ବିଭାଜନ ରାଜନୀତିକୁ ପ୍ରତ୍ୟାଖାନ କରି ଏକତା ଆପଣାଇଛନ୍ତି ମହାରାଷ୍ଟ୍ର ଲୋକେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଏହାର ବଡ଼ ପ୍ରମାଣ। 288 ବିଧାନସଭା ସିଟ୍ ବିଶିଷ୍ଟ ମହାରାଷ୍ଟ୍ରରେ ଛପର୍ ଫାଡ୍ ଆସନ ଜିତିଛି ମହାୟୁତି ବା NDA ମେଣ୍ଟ। 227 ଆସନ ଜିତି ଇତିହାସ ରଚିଛି NDA। ମହାରାଷ୍ଟ୍ର ରାଜନୈତିକ ଇସିହାସରେ ପ୍ରଥମ ଥର ଲାଗି କୌଣସି ମେଣ୍ଟ ସରକାର 200 ପାର୍ ସିଟ୍ ଜିତିବାକୁ ସକ୍ଷମ ହୋଇଛି। ବିଜେପି ଏକାକି 133ରୁ ଉର୍ଦ୍ଧ୍ବ ଆସନ ଜିତି ମହାରାଷ୍ଟ୍ରର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ସେପଟେ ତିନି ଅଙ୍କ ଛୁଇଁ ପାରିନି ମହା ବିକାଶ ଅଘାଡ଼ି ମେଣ୍ଟ। କଂଗ୍ରେସ, ଉଦ୍ଧବଙ୍କ ଶିବସେନା ଓ ଶରଦ ପାୱାରଙ୍କ NCP ମିଳିମିଶି ମାତ୍ର 53 ସିଟ ଜିତିବାକୁ ସକ୍ଷମ ହୋଇଛନ୍ତି। ପୁଣି ସହଯୋଗୀଙ୍କ ଆଶାବାଡ଼ିରେ ଆଗକୁ ବଢୁଥିବା କଂଗ୍ରେସର ଗ୍ରାଫ୍ ମହାରାଷ୍ଟ୍ରରେ ତଳମୁହାଁ ହୋଇଛି। ଏହି ନିର୍ବାଚନୀ ଫଳାଫଳ ମହାରାଷ୍ଟ୍ରରେ ଚାଲିଥିବା ଅସଲି ଆଉ ନକଲି ବିବାଦ ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣିଥିବା ଚର୍ଚ୍ଚା। ବିଜେପି ସମେତ ସିନ୍ଧେଙ୍କ ଶିବଶେନା ଓ ଅଜିତ ପାୱାରଙ୍କ NCP ଉପରେ ବିଶ୍ବାସ ପ୍ରଖର କରିଛନ୍ତି ଲୋକେ। ଏହି ଜନମତକୁ ମୁଣ୍ଡ ନୁଆଇଁ ସ୍ବାଗତ କରିବା ସହ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ସେପଟେ ପରାଜୟ ପରେ ଇଭିଏମ ଉପରେ ଦୋଷ ଲଦି ରୀତିମତ ଅଭ୍ୟାସ ବଜାୟ ରଖିଛି କଂଗ୍ରେସ।

ମହାୟୁତିର ଏହି ମହା ବିଜୟକୁ ମୋଦି ଗ୍ୟାରେଣ୍ଟିର କମାଲ୍ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ସେ ଆହୁରି କହିଛନ୍ତି ରାହୁଲଙ୍କ ଭୟ ଓ ବିଭାଜନ ରାଜନୀତିକୁ ପ୍ରତ୍ୟାକ୍ଷାନ କରିଛନ୍ତି ଲୋକେ। ମୋଦିଙ୍କ ଏକତା ଆହ୍ବାନରେ ଏକାଠି ହୋଇଛନ୍ତି ମରାଠା। ବଟେଙ୍ଗେ ତୋ କଟେଙ୍ଗେ ନାରା ମହାରାଷ୍ଟ୍ରରେ ଜନଜାଗରଣ ସୃଷ୍ଟି କରିଛି। ସେହପରି ସଂସଦୀୟ ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ବିଧାନସଭା ନିର୍ବାଚନରେ କିନ୍ତୁ ଚାଚାଙ୍କୁ କଡ଼ା ଯବାବ ଦେଇଛନ୍ତି ପୁତୁରା। NCP ଶରଦ ପାୱାରଙ୍କଠୁ 4 ଗୁଣା ଅଧିକ ସିଟ୍ ଜିତିଛି NCP ଅଜିତ ପାୱାରଙ୍କ ଗୋଷ୍ଠୀ।

ଝାଡ଼ଖଣ୍ଡରେ ପୁଣି ପାୱାରକୁ ଫେରିଛନ୍ତି ହେମନ୍ତ ସୋରେନ। 81 ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟ 57 ଆସନ ହାତେଇଥିବା ବେଳେ ବିଜେପି 23 ଏବଂ ଗୋଟିଏ ସିଟ୍ ଜିତିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଏଠି ବି ବିଜେପିଠୁ ଢେର୍ ପଛରେ ପଡିଛି କଂଗ୍ରେସ। ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା 34ଟି ଆସନ ହାତେଇଥିବା ବେଳେ କଂଗ୍ରେସ 16ଟି ଆସନରେ ବିଜୟୀ ହୋଇଛି। ହେଲେ ବିଜେପି 21 ଆସନ ଜିତି ଝାଡ଼ଖଣ୍ଡରେ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହୋଇଛି।ମହାରାଷ୍ଟ୍ର, ଝାଡ଼ଖଣ୍ଡ ସହ ପ୍ରକାଶ ପାଇଛି ଉତ୍ତରପ୍ରଦେଶର ଉପ ନିର୍ବାଚନ ଫଳାଫଳ। ଏଠି ବି ବିଭାଜନ ରାଜନୀତିକୁ ଛାଡ଼ି ଏକତାର ଆହ୍ବାନ ଉପରେ ବିଶ୍ବାସ ଜାହିର କରିଛନ୍ତି ଲୋକେ। 9 ଆସନ ଭିତରୁ 6ଟି ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ। ମହାରାଷ୍ଟ୍ର ହେଉ କି ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ମଧ୍ୟ କଂଗ୍ରେସର ମିଛ ଧରାଦେଇଛନ୍ତି ଭୋଟର୍। ମିଛ ଓ ଡିଭାଇଡ୍ ଏଣ୍ଡ ରୁଲ ଗେମର ପର୍ଦ୍ଦାଫାସ୍ ପରେ ଏବେ ଦଳ ପ୍ରତି ଦେଖା ଦେଇଛି ଅସ୍ତିତ୍ବ ସଂକଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Sponsored
Modi Guarantees Magic in Maharashtra | Argus News