Videos
|
National

PMModi / ମୋଦିଙ୍କ ଗୁଜରାଟ-ମହାରାଷ୍ଟ୍ର ଗସ୍ତ: ୩୫ ହଜାର କୋଟିର ପ୍ରକଳ୍ପ, ଫିନଟେକ୍ ଫେଷ୍ଟରେ ବଡ଼ ଭୂମିକା

Ritu Das
Browse all articles by Ritu Das
·38 mins ago·2 min read
ମୋଦିଙ୍କ ଗୁଜରାଟ-ମହାରାଷ୍ଟ୍ର ଗସ୍ତ: ୩୫ ହଜାର କୋଟିର ପ୍ରକଳ୍ପ, ଫିନଟେକ୍ ଫେଷ୍ଟରେ ବଡ଼ ଭୂମିକା
India

Key Points

‘ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍’ର ତିନିଟି ଗୁରୁତ୍ୱପୂର୍ଣ୍ଣ ଅଂଶର ହେବ ଲୋକାର୍ପଣ
ତିନିଟି ରେଳ ପ୍ରକଳ୍ପ ଏବଂ ତିନିଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ମୋଦି ମୁମ୍ବାଇରେ ‘ଗ୍ଲୋବାଲ ଫିନଟେକ୍ ଫେଷ୍ଟ୍ ୨୦୨୬’ର ଉଦଘାଟନ କରିବେ
ଆଜି ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭଦୋଦରାରେ ୩୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ। ‘ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍’ର ତିନିଟି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ଲୋକାର୍ପଣ। ତିନିଟି ରେଳ ପ୍ରକଳ୍ପ ଏବଂ ତିନିଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇରେ ‘ଗ୍ଲୋବାଲ ଫିନଟେକ ଫେଷ୍ଟ୍ ୨୦୨୬’ର ଉଦଘାଟନ କରିବେ, ଯାହା ବିଶ୍ୱର ଅନ୍ୟତମ ବୃହତ୍ତମ ଏବଂ ପ୍ରଭାବଶାଳୀ ବାର୍ଷିକ ଫିନଟେକ ସମ୍ମିଳନୀ ମଧ୍ୟରୁ ଅନ୍ୟତମ।

‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ୍’ର ସପ୍ତମ ସଂସ୍କରଣ ୨୦୨୬ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେଉଛି। ୨୦୨୦ରୁ ଜିଏଫଏଫ୍ ଏକ ଅନ୍ତର୍ଜାତୀୟ ‘ଥଟ୍ ଲିଡରସିପ୍’ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ଏହା ନୀତି ନିର୍ଦ୍ଧାରକ, ନିୟନ୍ତ୍ରକ ସଂସ୍ଥା, କେନ୍ଦ୍ରୀୟ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ଫିନଟେକ୍ କମ୍ପାନୀ, ପ୍ରଯୁକ୍ତିବିଦ୍ୟା କମ୍ପାନୀ, ନିବେଶକ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଆର୍ଥିକ କ୍ଷେତ୍ରରେ ଭବିଷ୍ୟତ ଗଠନ ଉପରେ ଆଲୋଚନା କରିଥାଏ।

ଆଜିର ଗସ୍ତକୁ ନେଇ ମୋଦିଙ୍କ କ୍ରେଜ ବି ଅଲଗା ପ୍ରକାର। ଭଦୋଦରା ଗସ୍ତ ସମୟରେ ଅନେକ ବଡ଼ ପ୍ରକଳ୍ପ ସହିତ ଜନଭାଗୀଦାରୀକୁ ନେଇ ଏକ ବିଶେଷ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କର କୌଣସି କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ BookMyShow ପ୍ଲାଟଫର୍ମ ଜରିଆରେ ମାଗଣା ପଞ୍ଜୀକରଣର ସୁଯୋଗ ଦିଆଯାଇଥିଲା । ଭଦୋଦରା ମହାନଗର ନିଗମ ଏହି କାର୍ଯ୍ୟକ୍ରମର ପଞ୍ଜୀକରଣ ପରିଚାଳନା ପାଇଁ ଏହି ଘରୋଇ ଟିକେଟିଂ ପ୍ଲାଟଫର୍ମର ବ୍ୟବହାର କରିଥିଲା ।

‘NaMo for Viksit Bharat’ ନାମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମଙ୍ଗଳବାର ମହାରାଜା ସୟାଜୀରାଓ ୟୁନିଭର୍ସିଟି ପାଭିଲିୟନରେ ଅନୁଷ୍ଠିତ ହେବ । ଏଥିରେ ନାଗରିକ, ଛାତ୍ରଛାତ୍ରୀ, ପ୍ରୋଫେସନାଲ୍, ଶିକ୍ଷକ, ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ଏବଂ ସିଭିଲ୍ ସୋସାଇଟିର ସଦସ୍ୟମାନେ ସାମିଲ ହେବାର ଆଶା ରହିଛି । ଏହି କାର୍ଯ୍ୟକ୍ରମ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ସରକାରଙ୍କ ଦୂରଦୃଷ୍ଟି ଉପରେ କେନ୍ଦ୍ରୀଭୂତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଞ୍ଜୀକରଣ ଆରମ୍ଭ ହେବାର ଗୋଟିଏ ଘଣ୍ଟା ମଧ୍ୟରେ ଉପଲବ୍ଧ ସମସ୍ତ ସିଟ୍ ବୁକ୍ ହୋଇଯାଇଥିଲା । ଏହା ବ୍ୟତୀତ ୪୨,୦୦୦ରୁ ଅଧିକ ଲୋକଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଥିଲା । ଏହା ପରେ ପଞ୍ଜୀକରଣ ବନ୍ଦ କରିଦିଆଗଲା । କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ଏଣ୍ଟ୍ରି ସିଷ୍ଟମ୍ ବ୍ୟବହାର କରାଯିବ । ପଞ୍ଜୀକରଣ କରିଥିବା ଲୋକଙ୍କୁ ସେମାନଙ୍କ BookMyShow ଆକାଉଣ୍ଟ ଜରିଆରେ ଇଲେକ୍ଟ୍ରୋନିକ୍ M-ticket ମିଳିବ, ଯେଉଁଥିରେ ଲାଇଭ୍ କ୍ୟୁଆର୍ କୋଡ୍ ରହିବ । ଏହି କୋଡ୍ ଜରିଆରେ ହିଁ ପ୍ରବେଶ ପାଇଁ ଯାଞ୍ଚ କରାଯିବ ।