ମୋଦିଙ୍କ ଅର୍ଡର, ସେନାକୁ ଆକ୍ସନ ପାଇଁ ପୂରା ଛୁଟ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଡର ଆସି ସାରିଛି । ସେନାକୁ ଆକ୍ସନ ପାଇଁ ପୂରା ଛୁଟ୍ ଦିଆଯାଇଛି । କୌଣସି ବି ସମୟରେ ଶତ୍ରୁଙ୍କ ଉପରେ ପ୍ରହାର । ପାକିସ୍ତାନ ପାଇଁ ବେଳ ପାଖେଇ ଆସୁଛି ! ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦି ଦେଶର ଶତ୍ରୁଙ୍କ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇସାରିଛନ୍ତି । ଅର୍ଥାତ୍ ଏବେ ସେନା ହିଁ ନିଷ୍ପତ୍ତି ନେବ, କେତେବେଳ, କେଉଁଦିନ, କେଉଁଠି ଆଉ କଣ ଆକ୍ସନ ?
ଭିଓ()- ପ୍ରକୃତରେ ଆଜିର ସିସିଏସ ବୈଠକ ପୂର୍ବରୁ ଗତକାଲି ମୋଦି ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଏବଂ ତିନି ସେନା ପ୍ରମୁଖଙ୍କ ସହ ୯୦ ମିନିଟ ଧରି ଚାଲିଥିବା ଏକ ହାଇଲେଭଲ୍ ବୈଠକ ପରେ ବଡ଼ ଆଉ କଡ଼ା ଆକ୍ସନ ପାଇଁ ଗ୍ରୀନ ସିଗନାଲ ଦିଆଯାଇସାରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନାନୁସାରେ…
୧. ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ନିର୍ଦ୍ଦେଶ
୨. ଦୃଢ଼ ଜବାବ ଦିଆଯିବା ପାଇଁ ରାଷ୍ଟ୍ରୀୟ ସଂକଳ୍ପ
୩. ଭାରତୀୟ ସେନାକୁ ପୂରା କମାଣ୍ଡ
୪. ତିନି ସେନା ସମୟ, ସ୍ଥାନ, ଲକ୍ଷ୍ୟ ସ୍ଥିର କରିବାକୁ ନିର୍ଦ୍ଦେଶ
ଏହାର ଅର୍ଥାତ୍ ହେଉଛି ଆତଙ୍କବାଦୀ ଆଉ ସେମାନଙ୍କର ଆକ୍କାଙ୍କ ବିରୋଧରେ ଆରପାର୍ ସଂଗ୍ରାମ ଲଢ଼ାଯିବ । କିନ୍ତୁ ଭାରତ କଣ କରିବାକୁ ଯାଉଛି, ତାହା ମୋଦିଙ୍କ କାର୍ଯ୍ୟକଳାପରୁ ପୂର୍ବରୁ ହିଁ ଜଣାପଡ଼ିଯାଇଛି ।
୨୨ ଏପ୍ରିଲରେ ଆତଙ୍କବାଦୀ ଏଭଳି ଏକ ଭୟାନକ କାଣ୍ଡ ଭିଆଇଥିଲେ । ୨୩ ତାରିଖରେ ସିସିଏସ ବୈଠକ ହୋଇଥିଲା । ଆଜି ବି ସିସିଏସ ବୈଠକ ହୋଇଛି । ୨୩ ଏପ୍ରିଲରେ ଭାରତ ପାକିସ୍ତାନ ବିରୋଧରେ ଡିପ୍ଲୋମେଟିକ୍ ଷ୍ଟ୍ରାଇକ୍ କରିଥିଲା । ତେଣୁ ଏବେ ସମୟ ସୈନ୍ୟ ଷ୍ଟ୍ରାଇକର । ତେଣୁ ଆଟାକ୍ ଦେଖିବାକୁ ଗଲେ ତିନି ପ୍ରକାର ଆଟାକ୍ କରାଯାଇପାରେ । ପ୍ରଥମେ ଅଲଆଉଟ୍ ଆଟାକ୍ । ଅର୍ଥାତ୍ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା । ଦ୍ବିତୀୟରେ ଉରୀ, ବାଲାକୋଟ୍ ଭଳି ଟାର୍ଗେଟଡେ ଆଟାକ୍ । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଏରିଆକୁ ଲକ୍ଷ୍ୟ କରି ଆକ୍ରମଣ । ତୃତୀୟରେ ଇସ୍ରାଏଲ ଷ୍ଟାଇଲରେ ଆଟାକ୍ । ଅର୍ଥାତ୍ ନିଜ ନାଗରିକଙ୍କୁ ସୁରକ୍ଷିତ ରଖି ଯେଉଁ ଏରିଆରେ ଆତଙ୍କବାଦୀମାନେ ଲୁଚିଛନ୍ତି, ସେଇ ଠିକଣା ସବୁକୁ ସମୂଳେ ବିନାଶ କରିବା ।
ତେବେ ଭାରତ କେବଳ ପ୍ଲାନିଂ ଜାରି ରଖିଥିବା ବେଳେ, ପାକିସ୍ତାନ ଯୁଦ୍ଧ କଥା ଶୁଣି ହିଁ ବାଉଳେଇ ଗଲାଣି । ପାକିସ୍ତାନର ବିଭିନ୍ନ ମନ୍ତ୍ରୀ ମିଛ ନ୍ୟୁକ୍ଲିଅର ଆଟାକର ଧମକ ଦେଲେଣି । ଆଶ୍ଚର୍ଯ୍ୟର କଥା ହେଉଛି । ଚାରି ଥର ପୂର୍ବରୁ ପାକିସ୍ତାନ ପଟୁ ଯୁଦ୍ଧ ଆରମ୍ଭ କରାଯାଇଛି । ପ୍ରତ୍ୟେକ ଥର ପାକିସ୍ତାନକୁ ଆଣ୍ଠେଇ ଦେଇ ଭାରତ କଣ ତାର ଜବାବ ଦିଆଯାଇଛି । ହେଲେ ଅଲାଜୁକ ପାକିସ୍ତାନୀ ଖାଇବା ମୁଠେ ପାଇଁ ସଂଘର୍ଷ କରୁଥିବା ବେଳେ ଏବେ ଏଭଳି ବାଉଳାମି କରୁଛନ୍ତି । ହେଲେ ସେମାନଙ୍କୁ ବାଉଳାମିକୁ ବିଧା ମାରି ବିଷଦାନ୍ତ ଛାଡ଼ି ଦେବାର ପ୍ଲାନ ପ୍ରସ୍ତୁତ କରିସାରିଛନ୍ତି ମୋଦି । ଏବେ ଅପେକ୍ଷା ତ କେବଳ ଆକ୍ସନକୁ ।

