ଏକ ପେଡ ମାଆ କେ ନାମ୍ 2.0 ନାରା ଦେଇ ନିଜେ ବୃକ୍ଷରୋପଣ କରିଛନ୍ତି ମୋଦି

Key Points
ପ୍ରକୃତିଃ ରକ୍ଷତି ରକ୍ଷିତା...
ଅର୍ଥାତ ଯିଏ ପ୍ରକୃତିର ରକ୍ଷା କରେ, ପ୍ରକୃତି ସେମାନଙ୍କୁ ସୁରକ୍ଷା ଦିଏ
ବିଶ୍ବ ପରିବେଶ ଦିବସରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ
ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ପାର୍କରେ ଗଛ ଲଗାଇଥିଲେ ମୋଦି । ୧୯୭୧ ଯୁଦ୍ଧରେ ନିଜର ସାହସ ଓ ପରାକ୍ରମର ନିଦର୍ଶନ ଦେଖାଇଥିବା ବୀରାଙ୍ଗନା ମାନେ ଉପହାର ଭାବେ ଦେଇଥିବା ସିନ୍ଦୁର ଗଛକୁ ପ୍ରଧାନମନ୍ତ୍ରୀ ନିଜ ଦିଲ୍ଲୀ ବାସଭବନରେ ଲଗାଇଛନ୍ତି । ସେହିପରି ଆଜି ଦିଲ୍ଲୀରେ ୨୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ସରକାରଙ୍କ ଦ୍ଵାରା ଏହି ବସ ସେବା ଆରମ୍ଭ ହୋଇଛି । ଅନ୍ୟପଟେ ଓଡିଶାରେ ମଧ୍ୟ ସରକାର ପାଳନ କରିଛନ୍ତି ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ । ଏହି ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି ଷ୍ଟେଟ କ୍ଲିନ୍ ଏୟାର ପ୍ରୋଗ୍ରାମ- SCAP . ଯୋଡ଼ା, ବଡ଼ବିଲ, କେନ୍ଦୁଝର, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ରାଜଗାଙ୍ଗପୁର, ବଣାଇ, ସମ୍ବଲପୁର, ପାରାଦୀପ, ବ୍ରହ୍ମପୁର ଓ ପୁରୀ ଭଳି ୧୨ ସହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହା ଜରିଆରେ ୨୦୨୯ ସୁଦ୍ଧା ଏସବୁ ସହରର ପ୍ରଦୂଷଣ ମାତ୍ରା ୪୦ ପ୍ରତିଶତ କମ କରିବାକୁ ଲକ୍ଷ୍ୟ ରଖିଛି ଜଙ୍ଗଲ ଓ ପରିବେଶ ବିଭାଗ । ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସାଢ଼େ ୭ କୋଟି ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି ‘ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଇଛନ୍ତି ଭିଡିଓ ବାର୍ତ୍ତା । ଜୁନ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା ବୋଲି ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମା’ଙ୍କ ନାମରେ ଗୋଟିଏ ଗଛ ; ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମିଶନ ଲାଇଫ୍’ କଳ୍ପନାରେ ବିଶ୍ୱ ପରିବେଶ ଦିବସରୁ ମାଟି ମାଆର ସୁରକ୍ଷା ପାଇଁ ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା । ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ନିଜ ପରିବାର ସଦସ୍ୟଙ୍କ ସହ ଲଗାଇଛନ୍ତି ଗଛ। ଚଳିତ ବର୍ଷ ବିଶ୍ଵ ପରିବେଶ ଦିବସର ଥିମ୍ ଏଣ୍ଡିଂ ପ୍ଲାଷ୍ଟିକ ପଲ୍ୟୁସନ୍ ଅଧୀନରେ ଚଳିତ ବର୍ଷ ରାଜ୍ୟର ସମସ୍ତ ପିକନିକ୍ ସ୍ପଟ୍ କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ଗତବର୍ଷ ରାଜ୍ୟର ୧୮୮ ପିକନିକ ସ୍ପଟ୍ କୁ ପ୍ଲାଷ୍ଟିକ ମୁକ୍ତ କରିବାରେ ସମର୍ଥ ହୋଇଛି ବନ ବିଭାଗ।