Videos
|
National

ପୁଣେ ମେଟ୍ରୋ ଷ୍ଟେଶନ ଉଦ୍‌ଘାଟନ କଲେ ମୋଦି

Ritu Das
Browse all articles by Ritu Das
·1 year ago
ପୁଣେ ମେଟ୍ରୋ ଷ୍ଟେଶନ ଉଦ୍‌ଘାଟନ କଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜିଲା ଅଦାଲତରୁ ସ୍ବରଗେଟ୍‌ ପର୍ଯ୍ୟନ୍ତ ଅଂଶକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି।

ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ବ୍ୟତୀତ ପୁଣେ ମେଟ୍ରୋ ଫେଜ୍‌-୧ର ସ୍ବରଗେଟ୍‌-କତ୍ରାଜ ସମ୍ପ୍ରସାରଣ ପାଇଁ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨,୯୫୫ କୋଟି ଟଙ୍କା ବ୍ୟୟ ହେବ। ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଅଧୀନରେ ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିମି ଦୂରରେ ୭,୮୫୫ ଏକର ସମ୍ପ୍ରସାରିତ ପ୍ରକଳ୍ପ ବିଡ୍‌କିନ୍‌ ଶିଳ୍ପାଞ୍ଚଳ ଉଦ୍‌ଘାଟନ କରାଯାଇଛି। ଏହା ବ୍ୟତୀତ ସୋଲାପୁର ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi inaugurated | Argus News