ପଛୁଆ ବର୍ଗ ଆୟୋଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାରେ ଐତିହାସିକ ନିର୍ଣ୍ଣୟ ନିଆଯାଇଛି : ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦି । ହରିୟାଣାରେ “ପଛୁଆ ବର୍ଗ ସମ୍ମାନ ସମ୍ମିଳନୀ”ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଏବଂ ନିଟ୍ ପରୀକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ହୋଇଛି । ପଞ୍ଚାୟତ ଏବଂ ମ୍ୟୁନିସିପାଲ କର୍ପୋରେସନରେ ଗ୍ରୁପ ‘ଏ’ କର୍ମଚାରୀ ମାନଙ୍କୁ ୮% ଏବଂ ଗ୍ରୁପ ‘ବି’ରେ ୫% ସଂରକ୍ଷଣ ଦିଆଯାଇଛି। ସାମାଜିକ ନ୍ୟାୟ ଏବଂ ହରିୟାଣାର ପଛୁଆ ବର୍ଗଙ୍କ ଉତ୍ଥାନ ପାଇଁ ପ୍ରତିବଦ୍ଧ ମୋଦୀ ସରକାର । ପଛୁଆ ବର୍ଗ ଆୟୋଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାରେ ଐତିହାସିକ ନିର୍ଣ୍ଣୟ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଚାକିରି କ୍ଷେତ୍ରରେ ଓବିସି ସଂରକ୍ଷଣରେ କ୍ରିମି ଲୟୋରର ସୀମାକୁ ୬ ଲକ୍ଷରୁ ବଢାଇ ୮ ଲକ୍ଷ କରିବା ନେଇ ମୁଖ୍ୟମନ୍ତ୍ରୀ ନାୟବ ସାଇନି ନିର୍ଣ୍ଣୟ ନେଇଛନ୍ତି । ଏହି ନିଷ୍ପତି ଦ୍ୱାରା ହରିୟାଣାର ଜନତାଙ୍କୁ ବହୁତ ବଡ଼ ଲାଭ ଭାଗ ମିଳିବ । କଂଗ୍ରେସ ସର୍ବଦା ପଛୁଆ ବର୍ଗଙ୍କ ଅଧିକାରକୁ ଛଡାଇବା ଓ ଅପମାନିତ କରିବାର କାମ କରିଛି । କଂଗ୍ରେସ ଏବଂ ରାହୁଲ ଗାନ୍ଧୀ କେବଳ ସଂରକ୍ଷଣ, ନ୍ୟାୟ ଏବଂ ସମ୍ବିଧାନର କଥା କୁହନ୍ତି, କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ତୁଷ୍ଟୀକରଣ ପାଇଁ । ବିଜେପି ସରକାର ହରିୟାଣାରେ ପଛୁଆ ବର୍ଗଙ୍କ ଅଧିକାର ଛଡାଇ ନେବାର ପ୍ରୟାସକୁ ସଫଳ କରିବା ପାଇଁ ଦେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: