Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭିସି ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ

National

ଭିସି ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ

Ritu Das
Browse all articles by Ritu Das
·2 years ago·1 min read
ଭିସି ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ। ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ। 

୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ। ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ଉଦଘାଟନ କରିବେ ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ, ଉଦଘାଟନ ଉତ୍ସର୍ଗ କରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi laid the foundation | Argus News