ଗାନ୍ଧିନଗରରୁ ଆତଙ୍କବାଦ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

Key Points
ମୋଦି କହିଲେ 1947 ବିଭାଜନ ସମୟରେ ସର୍ଦ୍ଦାର ପଟେଲଙ୍କ କଥା ମାନିଥିଲେ ଭୋଗିବାକୁ ପଡିନଥାନ୍ତା ଦୁର୍ଦ୍ଦଶା
ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଛାୟା ଯୁଦ୍ଧ ନୁହେଁ, ସୁଚିନ୍ତିତ ଯୁଦ୍ଧ
ଜନଶକ୍ତି ଆଧାରରେ ଆଗକୁ ବଢୁଛି ଅପରେସନ ସିନ୍ଦୂର
1960-ସିନ୍ଧୁ ଚୁକ୍ତି କେମିତି ଦେଶକୁ ଅସୁବିଧାରେ ପକାଇଲା ସେ କଥା ଉଠାଇଲେ ମୋଦି
୨୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଇ ଆତଙ୍କବାଦ ପ୍ରସଙ୍ଗରେ ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଦେଶ ବିଭାଜନ ସମୟରେ ସର୍ଦ୍ଦାର ପଟେଲଙ୍କ କଥା ଶୁଣିଥିଲେ ପହଲଗାମ ଭଳି ଘଟଣା ଦେଖିବାକୁ ମିଳିନଥାନ୍ତା । ପଟେଲ କହିଥିଲେ, ପିଓକେ ହାତକୁ ନଆସିବା ପର୍ଯ୍ୟନ୍ତ ସେନାବାହିନୀ ଚୁପ ରହିବା କଥା ନୁହେଁ । ସେବେ ଯଦି ମୁଜାହିଦନ ମରିଥାନ୍ତେ ଆଜି ଏ ଦିନ ଦେଖିବାକୁ ପଡିନଥାନ୍ତା ।
କେହି ଶୁଣିଲେନି ପଟେଲଙ୍କ କଥା। ମୋଦି କହିଛନ୍ତି ପାକିସ୍ତାନ ଯେଉଁ ପ୍ରୋକ୍ସି ଓ୍ବାର କଥା କହୁଛି ତାହା ଗ୍ରହଣୀୟ ନୁହଁ । ପାକିସ୍ତାନ ପକ୍ଷରୁ ସୁଚିନ୍ତିତ ଯୁଦ୍ଧ କରାଯାଉଛି । ଯାହା ଅପରେସନ ସିନ୍ଦୂରରେ ନିହତ ଆତଙ୍କବାଦୀଙ୍କ ତନାଜାରୁ ସ୍ପଷ୍ଟ ହୋଇଥିଲା। ଆତଙ୍କବାଦ ଓ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି ଆମେ ସ୍ଥିର କରିସାରିଛୁ, କଣ୍ଟାକୁ କଣ୍ଟାରେ ହିଁ ବାହାର କରିବୁ। ମୋଦି 1960- ସିନ୍ଧୁ ଚୁକ୍ତି କଥା ଉଠାଇ ଆଗାମୀ ପିଢୀକୁ କହିଛନ୍ତି, ଯଦି ଆପଣ ସେତେବେଳର ସିନ୍ଧୁ ଚୁକ୍ତିକୁ ଅନୁଧ୍ୟାନ କରିବେ ତେବେ ଆଶ୍ଚର୍ଯ୍ୟ ଚକିତ ହେବେ । ସିନ୍ଧୁ ଚୁକ୍ତି କିପରି ଦେଶକୁ ଅସୁବିଧାରେ ପକାଇଥିଲା ସେକଥା କହିଥିଲେ ପ୍ରଧାନମନ୍ତ୍ରୀ। ମୋଦି ଆହୁରୀ କହିଛନ୍ତି, କେବଳ ସୈନ୍ୟବଳ ଜରିଆରେ ଅପରେସନ ସିନ୍ଦୂର ସଫଳ ହେବନି। ଏଥିପାଇଁ ଦେଶର ସବୁ ନାଗରିକଙ୍କ ସହଯୋଗ ଆବଶ୍ୟକ। ତେଣୁ ମୋଦି ଦେଶବାସୀଙ୍କୁ ସ୍ବଦେଶୀ ସାମଗ୍ରୀ କିଣିବାକୁ ଆହ୍ବାନ ଦେଇଛନ୍ତି। ଆତଙ୍କୀଙ୍କ ୯ଟି ଠିକଣା ୨୨ ମିନିଟରେ ଧ୍ବଂସ ହେଲା। ଗୁଳିର ଜବାବ ଗୋଳାରେ ଦେବା ଉଚିତ, ଇଟାର ଜବାବ ପଥରରେ ଦେବା ଉଚିତ। ଏବେ ସବୁ ଆକ୍ରମଣର ସଠିକ୍ ଜବାବ ଦିଆଯିବ। କାରଣ ଭାରତ ବୀରଙ୍କର ଭୂମି।