Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଡ଼ ଘୋଷଣା କଲେ ମୋଦୀ: ଲଦାଖ ସହ ସାମିଲ ହେଲା ୫ଟି ନୂଆ ଜିଲ୍ଲା

National

ବଡ଼ ଘୋଷଣା କଲେ ମୋଦୀ: ଲଦାଖ ସହ ସାମିଲ ହେଲା ୫ଟି ନୂଆ ଜିଲ୍ଲା

Rashmita Mishra
Browse all articles by Rashmita Mishra
·1 year ago·1 min read
ବଡ଼ ଘୋଷଣା କଲେ ମୋଦୀ: ଲଦାଖ ସହ ସାମିଲ ହେଲା ୫ଟି ନୂଆ ଜିଲ୍ଲା

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ଚଳିତବର୍ଷ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ଭିତରେ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଦ୍ଦାଖରେ ଆଉ ୫ଟି ନୂଆ ଜିଲ୍ଲା ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ସାରା ଭାରତରେ ଆଜି ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଲଦ୍ଦାଖକୁ ୫ଟି ନୂଆ ଜିଲ୍ଲା ଭେଟି ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଲଦ୍ଦାଖରେ ମାତ୍ର ୨ଟି ଜିଲ୍ଲା(ଲେହ ଏବଂ କାର୍ଗିଲ) ରହିଥିଲା । କିନ୍ତୁ ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା ପରେ ଲଦ୍ଦାଖରେ ଏବେ ଆଉ ୫ଟି ନୂଆ ଜିଲ୍ଲା ସାମିଲ ହୋଇଛି । ନୂଆ କରି ସାମିଲ ହୋଇଥିବା ୫ଟି ଜିଲ୍ଲା ହେଉଛି: ଜାଂସ୍କାର, ଦ୍ରାସ, ଶାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ । ଜାଂସ୍କାର ଏବଂ ଦ୍ରାସ କାର୍ଗିଲ ରିଜନରେ ରହିଥିବା ବେଳେ ଶାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ଲେହ ରିଜନରେ ରହିଛନ୍ତି ।

ଲଦାଖ ରିଜନରେ ଅତିରିକ୍ତ ଜିଲ୍ଲା ସାମିଲ କରିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା । ଲେହ, ଲଦ୍ଦାଖ ଏବଂ କାର୍ଗିଲ ଡିଭିଜନ୍ ର ସାମାଜିକ ଏବଂ ରାଜନୈତିକ ସଂଗଠନ ବାରମ୍ବାର ନୂଆ ଜିଲ୍ଲା ପାଇଁ ଦାବି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ଗୃହ ମନ୍ତ୍ରାଳୟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଲଦ୍ଦାଖରେ ଜିଲ୍ଲା ସଂଖ୍ୟାରେ ବୃଦ୍ଧି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi made a big announcement: 5 new districts joined with Ladakh | Argus News