Videos
|
National

ରାମମୟ ହୋଇଛି ପୁରା ଭାରତ, ଭିନ୍ନ ଭିନ୍ନ ଭାଷାରେ ଶୁଣିବାକୁ ମିଳୁଛି ରାମ ଭଜନ

Banajyotshna Ray
Browse all articles by Banajyotshna Ray
·2 years ago
ରାମମୟ ହୋଇଛି ପୁରା ଭାରତ, ଭିନ୍ନ ଭିନ୍ନ ଭାଷାରେ ଶୁଣିବାକୁ ମିଳୁଛି ରାମ ଭଜନ

ଅର୍ଗସ ବ୍ୟୁରୋ:  ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର 4 ଦିନ ବାକି । ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି ।  ଆଜି ଗର୍ଭଗୃହରେ କରାଯିବ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ । ଏଥିପାଇଁ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । କ୍ରେନ୍‌ ସାହାଯ୍ୟରେ ଅଣାଯାଇଛି ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଅଯୋଧ୍ୟା ସହ ପୁରା ଦେଶ । ଏଥିପାଇଁ ରାମମୟ ହୋଇଛି ପୁରା ଭାରତ। ପ୍ରଭୁ ଶ୍ରୀରାମଙ୍କ ପାଇଁ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାରେ ଶୁଣିବାକୁ ମିଳୁଛି ରାମ ଭଜନ। ଓଡ଼ିଶାରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଇଛି ଓଡ଼ିଆ ଭଜନ । ପ୍ରଧାନମନ୍ତ୍ରୀ ମୋଦି ରାମଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ଓଡ଼ିଆ ଭଜନ ବିଷୟରେ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ।

 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Modi mentioned the odia ram bhajan in his tweet | Argus News