Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମେରିକା ୱାଶିଂଟନରେ ଗୁଞ୍ଜରିତ ହେଲା ମୋଦି ମୋଦି ସ୍ଲୋଗାନ୍

National

ଆମେରିକା ୱାଶିଂଟନରେ ଗୁଞ୍ଜରିତ ହେଲା ମୋଦି ମୋଦି ସ୍ଲୋଗାନ୍

Ritu Das
Browse all articles by Ritu Das
·1 year ago·3 min read
ଆମେରିକା ୱାଶିଂଟନରେ ଗୁଞ୍ଜରିତ ହେଲା ମୋଦି ମୋଦି ସ୍ଲୋଗାନ୍

ଫ୍ରାନ୍ସର ସଫଳ ଗସ୍ତ ପରେ ଏବେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ୱାଶିଂଟନ ଡିସିରେ କିଛି ଏଭଳି ଅନ୍ଦାଜରେ ବିମାନରୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ। ପ୍ରବଳ ତୁଷାରପାତ ସତ୍ତ୍ବେ ବିମାନ ବନ୍ଦରରେ ମୋଦିଙ୍କୁ ଆମେରିକା ସରକାରଙ୍କ ପକ୍ଷରୁ କରାଯାଇଥିଲା ଭବ୍ୟ ସ୍ବାଗତ। ତେବେ ସବୁଠୁ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବେୟାର ହାଉସରେ। ବେୟାର ହାଉସ ହେଉଛି ସେହି ସ୍ଥାନ ଯେଉଁଠାରେ ଆମେରିକା ଗସ୍ତ ଅବସରରରେ ଅବସ୍ଥାନ କରିବେ ପିଏମ୍ ମୋଦି।


ନିଜ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଏଠାରେ ଶହ ଶହ ସଂଖ୍ୟାରେ ଉପସ୍ଥିତ ଥିଲେ ପ୍ରବାସୀ ଭାରତୀୟ । ଗୋଟେ ପଟେ ୱାଶିଂଟନରେ ପ୍ରବଳ ତୁଷାରପାତ ତା ସାଙ୍ଗକୁ ପୁଣି ଝିପ୍ ଝିପ ବର୍ଷା। ଏଭଳି ପ୍ରତିକୂଳ ପାଗ ସତ୍ତ୍ବେ ତାହାକୁ ଖାତିର ନକରି ଘଣ୍ଟ ଘଣ୍ଟା ଧରି ଅପେକ୍ଷା କରିରହିଥିଲେ ପ୍ରବାସୀ ଭାରତୀୟ। ଆଉ ବେୟାର ହାଉସରେ ପ୍ରଧାନମନ୍ତ୍ରୀ ପହଞ୍ଚିବା କ୍ଷଣି ମୋଦି ମୋଦି ସ୍ଲୋଗାନରେ କମ୍ପିଥିଲା ପୂରା ପରିବେଶ। ଆଉ ପିଏମ୍ ବି ପ୍ରବାସୀଙ୍କର ଏପରି ସ୍ବାଗରେ ହୋଇଯାଇଥିଲେ ବିଭେର। ଜଣେ ଦିବ୍ୟାଙ୍ଗ ମହିଳା ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ପହଞ୍ଚିବା ମୋଦିଙ୍କୁ ଖୁବ ପ୍ରଭାବିତ କରିଥିଲା। ପିଏମ ବି ସମସ୍ତଙ୍କ ସହ ହାତ ମିଶାଇ ଏପରି ଭଲପାଇବା ପାଇଁ କୃତଜ୍ଞତା ଜଣାଇଥିଲେ।


ଆମେରିକାରେ ପହଞ୍ଚିବା ପରେ ପିଏମ୍ ପ୍ରଥମେ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡଇରେକ୍ଟର ତୁଲସୀ ଗବାର୍ଡଙ୍କୁ ଭେଟିଥିଲେ। ଏହି ସାକ୍ଷାତର ଫଟୋ ପିଏମ୍ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ନ୍ୟାସନାଲ ଇଣ୍ଟେଲିଜେନ୍ସ ଡଇରେକ୍ଟର ପଦରେ ନିଯୁକ୍ତିକୁ ନେଇ ତୁଲସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି। ଉଭୟଙ୍କ ମଧ୍ୟରେ ଭାରତ- ଆମେରିକା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ନିଜ ବନ୍ଧୁ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ରଷ୍ଟ୍ରପତି ପଦ ସମ୍ଭାଳିବାର ପ୍ରାୟ ୩ ସପ୍ତାହ ପରେ ଟ୍ରମ୍ପ ମୋଦିଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ମୋଦି ଓ ଟ୍ରମ୍ଫ ଉଭୟ ରାଷ୍ଟ୍ରନାୟକଙ୍କ ମଧ୍ୟରେ ସାମଞ୍ଜସ୍ୟ ହେଉଛି ସମୟ ନଷ୍ଟ ନକରି ତ୍ବରିତ ନିଷ୍ପତ୍ତି ନେବା। ମୋଦିଙ୍କ ଏହି ଆମେରିକା ଗସ୍ତରେ ମଧ୍ୟ ଦୁଇ ନେଇ ବଡ଼ ନିଷ୍ପତ୍ତି ନେବାର ରହିଛି ସମ୍ଭାବନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁଇ ନେତା ପରସ୍ପର ସହ ୱାନ୍-ଟୁ-ୱାନ ଆଲୋଚନା କରିବେ ଏବଂ ଡେଲିଗେସନ ସହିତ ବି ହେବ କଥାବାର୍ତ୍ତା। ଟ୍ରମ୍ଫ ଆମେରିକାର ଶାସନ ଭାର ସମ୍ଭାଳିବା ପରେ ମୋଦି ବିଶ୍ବର ଚତୁର୍ଥ ରାଷ୍ଟ୍ର ମୁଖ୍ୟ ଯିଏ ସରକାରୀ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଫେବ୍ରୁଆରୀ ୧୪ ଭାରତୀୟ ସମୟ ରାତି ସାଢେ ୨ଟାରେ ହ୍ବାଇଟ୍ ହାଉସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି। ସେହିଠାରେ ହିଁ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହେବ ଦ୍ବିପାକ୍ଷିକ ଆଲୋଚନା। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଟାକ୍ସ ବୃଦ୍ଧିକୁ ରୋକିବା ନେଇ ଟ୍ରମ୍ଫଙ୍କୁ ରାଜି କରାଇବା। କାରଣ ଟ୍ରମ୍ଫ ମେକ୍ସିକୋ ଓ ବ୍ରାଜିଲରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାକ୍ସ ବଢାଇବା ନେଇ ଘୋଷଣା କରିସାରିଛନ୍ତି। ସେହିପରି ଚୀନର ଉତ୍ପାଦ ଉପରେ ୧୦ ପ୍ରତିଶତ ଟାକ୍ସ ବୃଦ୍ଧି କରିସାରିଛନ୍ତି। ଏହାପରେ ଭାରତର ପାଳି ବୋଲି ଚର୍ଚ୍ଚା ହେଉଛି। ତେଣୁ ଏ ଦିଗରେ ଟ୍ରମ୍ଫଙ୍କୁ ମନାଇ ଭାରତୀୟ ସାମଗ୍ରୀ ଉପରେ ଟାକ୍ସ ବୃଦ୍ଧିକୁ ରୋକିବା ପିଏମ୍ ମୋଦିଙ୍କ ପାଇଁ ବଡ଼ ପରୀକ୍ଷା ହୋଇପାରେ। ମୋଦିଓ ଟ୍ରମ୍ଫଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାରେ ଅନ୍ୟ କେତେକ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ। ଯେପରିକି ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ, ଅବୈଧ ପ୍ରବାସୀ ପ୍ରସଙ୍ଗ ଏବଂ ଭାରତରେ ଆମେରିକାର ପୁଞ୍ଜି ନିବେଶ।


ଆମେରିକା ନିକଟରେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ହାତ ଗୋଡ଼ରେ ବେଡ଼ି ବାନ୍ଧି ଭାରତ ପଠାଇଛି। ପ୍ରଧାନମନ୍ତ୍ରୀ ମୋଦି ଏ ପ୍ରସଙ୍ଗ ଟ୍ରମ୍ଫଙ୍କ ଆଗରେ ଉଠାଇ ପାରନ୍ତି। ଏହା ବ୍ୟତୀତ ଏଲେନ ମସ୍କ ବି ପିଏମ୍ ମୋଦିଙ୍କ ସହ ଆଲୋଚନା କରିପାରନ୍ତି। ଯେଉଁଥିରେ ଭାରତରେ ଟେସଲାର ଏଣ୍ଟ୍ରି ନେଇ ହେବ କଥାବାର୍ତ୍ତା। ଯାହା ଅନେକ ବର୍ଷ ଧରି ଅଟକି ରହିଛି। ଟ୍ରମ୍ଫ ଓ ମୋଦିଙ୍କ କେମେଷ୍ଟ୍ରି ବହୁ ଅବସରରେ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ପିଏମଙ୍କୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି ପୂର୍ବରୁ ବହୁବାର କହିସାରିଛନ୍ତି। ତେଣୁ ଆଶା କରାଯାଉଛି ପିଏମ୍ ମୋଦିଙ୍କ ଆମେରିକା ଗସ୍ତ ଭାରତ ପାଇଁ ଅନେକ ଆଶାର କିରଣ ନେଇ ଆସିବ।


Sponsored
Modi Modi slogan echoed in Washington, USA | Argus News