Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମନ୍ କି ବାତ୍  କାର୍ଯ୍ୟକ୍ରମରେ  ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା  କଲେ ମୋଦି 

Manini Pattanayak
Browse all articles by Manini Pattanayak
·1 year ago·1 min read
ମନ୍ କି ବାତ୍  କାର୍ଯ୍ୟକ୍ରମରେ  ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା  କଲେ ମୋଦି 

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ । ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ବ୍ୟବହାରର ବାଟ ଦେଖାଇଛନ୍ତି  ରାମଜିତ୍  । ସେ `ଓଲିଚିକି'କୁ ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ବାହାର କରିଛନ୍ତି ।

ସେହିପରି ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି । କହିଛନ୍ତି, ସ୍ବଚ୍ଛତା ଦିନକର କାମ ନୁହଁ । ଏହା ବର୍ଷ ବର୍ଷ ଧରି ନିରନ୍ତର ପ୍ରକ୍ରିୟା । ଦୈନନ୍ଦିନ ଅଭ୍ୟାସରେ ସ୍ବଚ୍ଛତା ନ ଆସିବା ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି । ସ୍ବଚ୍ଛତା ଏବେ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି ବୋଲି କହିଛନ୍ତି ମୋଦି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi praised Ramjit Tudu of Mayurbhanj in Mann Ki Baat programme | Argus News