କେନ୍ଦୁଝରର ରାଧାକ୍ରୀଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ବାବଦରେ କହିଲେ ପିଏମ୍

Key Points
`ମନ୍ କୀ ବାତ୍'ରେ ମୋଦିଙ୍କ ମୁହଁରେ ଓଡ଼ିଆ ମହିଳାଙ୍କ ପ୍ରଶଂସା
କେନ୍ଦୁଝରର ରାଧାକ୍ରୀଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ବାବଦରେ କହିଲେ ପିଏମ୍
ସଂକୀର୍ତ୍ତନ ଅଭିଯାନର ପ୍ରେରଣା ପ୍ରମିଳା ପ୍ରଧାନଙ୍କ ଦେଲେ ଉଦାହରଣ
ଭକ୍ତିଭାବ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ସଂକୀର୍ତ୍ତନ ମଣ୍ଡଳୀ
ମୟୂରଭଞ୍ଜ ଜିଲ୍ଲାର ହ୍ୟାଣ୍ଡଲୁମ୍ ଷ୍ଟାର୍ଟଅପର ବି ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା
ସାନ୍ତାଳୀ ଶାଢ଼ୀକୁ ଉଜ୍ଜୀବିତ ରଖିଛନ୍ତି ୬୫୦ରୁ ଅଧିକ ଆଦିବାସୀ ମହିଳା
ମନ କୀ ବାତ୍ ର ୧୨୪ତମ ସଂସ୍କରଣରେ ଭାରତର ଲୋକ ଗୀତ, ପରମ୍ପରା କଥା ଉଠାଇ କେନ୍ଦୁଝରର ରାଧାକ୍ରୀଷ୍ଣ କୀର୍ତ୍ତନ ମଣ୍ଡଳୀର ପ୍ରୟାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କୀର୍ତ୍ତନ ମାଧ୍ୟମରେ ଭକ୍ତିଭାବ ସହ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ବିଷୟରେ ସଚେତନ ।.. ଏହି ଅଭିନବ ପ୍ରୟାସ ପ୍ରମିଳା ପ୍ରଧାନ ନାମକ ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଛି । ପାରମ୍ପରିକ ଗୀତରେ ନୂଆ ପଦ ଯୋଡ଼ି ତାକୁ ସଙ୍କୀର୍ତ୍ତନ ମାଧ୍ୟମରେ ଗାଁ ଗାଁ ବୁଲି ପରିବେଷଣ କରୁଛନ୍ତି ।... ଯେଉଁଥିରେ ଭାରତର ବିବିଧତାର ଝଲକ୍ ଲୋକଗୀତ ଏବଂ ପରମ୍ପରା ଦେଖିବାକୁ ମିଳେ । ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି
କେନ୍ଦୁଝରର ପ୍ରମିଳା ।
ସେହିପରି ଆସନ୍ତା ୭ ଅଗଷ୍ଟରେ ଦେଶ ପାଳିବ ୧୦ମ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ । ମନ୍ କୀ ବାତରେ ମୟୂରଭଞ୍ଜ ଆଦିବାସୀ ମହିଳାଙ୍କ ଲୁଗାବୁଣା ସଫଳତା କାହାଣୀ କହିଛନ୍ତି ପ୍ରଧାନମନ୍ତ୍ରୀ । ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁଣି ଉଜ୍ଜୀବିତ କରିଛନ୍ତି । ଶାଢ଼ୀ ତିଆରି କରିବା ସହ ନିଜ ପରିଚୟ ସୃଷ୍ଟି କରୁଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ , ଖୁଣ୍ଟା ଓ ଉଦଳା ଅଞ୍ଚଳରେ ପ୍ରାକୃତିକ ରଙ୍ଗକୁ ଉପଯୋଗ କରି ସୂତାକୁ ରଙ୍ଗ କରାଯାଉଛି ।.... ତନ୍ତବୁଣା ଲୁଗା ବୁଣାଳୀଙ୍କ ଦ୍ବାରା ଉତ୍ପାଦନ କରାଯାଉଛି । ଏହାଦ୍ବାରା ମହିଳାମାନେ ମାସକୁ ୭ ହଜାରରୁ ୧୪ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।
📱 Get Argus News App
✨ପିଏମ୍ `ମନ କି ବାତ'ରେ ପର୍ଯ୍ୟଟନ ଶିଳ୍ପ ପାଇଁ କେନ୍ଦୁଝରର କୀର୍ତ୍ତନ ଓ ମୟୁରଭଞ୍ଜର ସାନ୍ତାଳୀ ଶାଢ଼ୀ ସମ୍ପର୍କରେ ମହିଳାଙ୍କ ଉଦାହରଣ ଦେଇଛନ୍ତି ।.... ଯାହାକି ରାଜ୍ୟର ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ଦିଗରେ ସହାୟକ ହେବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
`ମନ କୀ ବାତ୍' କାର୍ଯ୍ୟକ୍ରମରେ ମୋଦି କହିଛନ୍ତି- ବିକଶିତ ଭାରତର ପଥ ଆତ୍ମନିର୍ଭରଶୀଳତା ଦେଇ ଯାଉଛି । ଆମକୁ ନିଜ ଦେଶର ଉତ୍ପାଦ ଉପରେ ନିର୍ଭର କରିବାକୁ ପଡିବ । ଭୋକାଲ୍ ଫର୍ ଲୋକାଲ୍ କେବଳ ସ୍ଲୋଗାନ ନୁହେଁ, ଏହା ଏକ ଦାୟିତ୍ୱ, ଯାହା ଭାରତର ଅର୍ଥନୀତିକୁ ସୁଦୃଢ଼ କରିବ । ଏଥିସହ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସା କରି କହିଛନ୍ତି ପିଏମ୍ । ସେ କହିଛନ୍ତି, ଦେଶରେ ମହାକାଶ କ୍ଷେତ୍ର ସହ ଜଡିତ ଷ୍ଟାର୍ଟଅପ୍ ମଧ୍ୟ ଦ୍ରୁତ ଗତିରେ ଉଭା ହେଉଛି । ପାଞ୍ଚ ବର୍ଷ ପୂର୍ବେ ୫୦ରୁ କମ୍ ଷ୍ଟାର୍ଟଅପ୍ ଥିଲେ । ଆଜି କେବଳ ମହାକାଶ କ୍ଷେତ୍ରରେ ୨୦୦ରୁ ଅଧିକ ଷ୍ଟାର୍ଟଅପ୍ ଅଛନ୍ତି ।