SCO Summit: ବିଶ୍ଵ ଦେଖିଲା ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ମିଳନ; ଡୋନାଲ୍ଡ ଟ୍ରମ୍ପଙ୍କ ଉଡ଼ିବ ହୋସ୍

Key Points
ତିନି ଜଣ ଏକ ସଙ୍ଗରେ, ତିନି ଶୁଣଥିଲେ ଜଣେ ଜଣଙ୍କୁ, ପରସ୍ପରକୁ ଦେଖି ହସୁଥିଲେ । ଏମାନଙ୍କ ଯୁଗଳବନ୍ଦୀ କଏଦ ହୋଇଛି କ୍ୟାମେରାରେ । ଚୀନର ତିଆନଜିନରୁ ଆସିଥିବା ଏହି ଚିତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇବ ।
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ... ତିନି ଜଣ ଏକ ସଙ୍ଗରେ, ତିନି ଶୁଣଥିଲେ ଜଣେ ଜଣଙ୍କୁ, ପରସ୍ପରକୁ ଦେଖି ହସୁଥିଲେ । ଏମାନଙ୍କ ଯୁଗଳବନ୍ଦୀ କଏଦ ହୋଇଛି କ୍ୟାମେରାରେ । ଚୀନର ତିଆନଜିନରୁ ଆସିଥିବା ଏହି ଚିତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇବ । ଜୋଶ୍ରେ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ୍ ଏବେ ତାଙ୍କ ହୋସ୍ ଉଡ଼ାଇବ ।
ଚୀନର ତିଆନଜିନରେ ଆୟୋଜିତ ଶାଂଘାଇ ସହଯୋଗ ସମ୍ମିଳନୀ (SCO Summit) ଆରମ୍ଭ ପୂର୍ବରୁ ଭାରତ, ଚୀନ ଓ ଋଷର ରାଷ୍ଟ୍ରମୁଖ୍ୟ ପରସ୍ପର ସହ ଆଲୋଚନା କରିଛନ୍ତି । ତିଆନଜିନରେ ୩ ରାଷ୍ଟ୍ର ନେତାଙ୍କ କେମିଷ୍ଟ୍ରୀ ବିଶ୍ଵକୁ ବଡ଼ ବାର୍ତ୍ତା ଦେଇଛି । ବିଶେଷ କରି ପରୋକ୍ଷରେ ଆମେରିକାକୁ ଚେତାଇ ଦେଇଛି, ୩ ରାଷ୍ଟ୍ର ଏକାଠି ହେଲେ ବହୁତ କିଛି ସମ୍ଭବ ହେବ । ବିଶେଷକରି ଆମେରିକା ଚାପ ପକାଇ କିଛି କରି ପାରିବ ନାହିଁ ।
ପୁଟିନ, ଜିନପିଙ୍ଗଙ୍କୁ ତିଆନଜିନରେ ପିଏମ୍ ମୋଦି ଭେଟିବା ପରେ ଏକ ସୋସିଆଲ୍ ମିଡିଆ ପୋଷ୍ଟ କରିଛନ୍ତି । ଯେଉଁଥିରେ ପିଏମ୍ ମୋଦି ଲେଖିଛନ୍ତି, 'ତିଆନଜିନରେ ଆଲୋଚନା ଜାରି ରହିଛି । ଏସସିଓ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ପୁଟିନ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଭାବ ବିନିମୟ ହୋଇଛି ।' ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ୩ ନେତାଙ୍କ ଫଟୋ ବି ଦେଇଛନ୍ତି ।
📱 Get Argus News App
✨Interactions in Tianjin continue! Exchanging perspectives with President Putin and President Xi during the SCO Summit. pic.twitter.com/K1eKVoHCvv
— Narendra Modi (@narendramodi) September 1, 2025
ସମ୍ମିଳନୀରେ ଯୋଗ ଦେଉଛନ୍ତି ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ । SCO ସମ୍ମିଳନୀର ଜଏଣ୍ଟ ଷ୍ଟେଟମେଣ୍ଟରେ ଆତଙ୍କବାଦ, ବ୍ୟାପାର ସହଯୋଗ ସମେତ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି । ଗତକାଲି ଏସସିଓ ରିସେପ୍ସନ୍ ହଲରେ ପିଏମ୍ ମୋଦିଙ୍କ ଭବ୍ୟ ସ୍ବାଗତ କରିଥିଲେ ଚୀନ୍ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀ ।
ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଦ୍ଵିପାକ୍ଷିକ ବୈଠକରେ ସୀମା ବିବାଦଠାରୁ ଆରମ୍ଭ କରି `ଡ୍ରାଗନ-ହାତୀ' ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ ପାଇଁ ପ୍ରକାଶ ପାଇଛି ସହମତି । ଆତଙ୍କବାଦର ମୁକାବିଲା ପାଇଁ ଚୀନର ସହଯୋଗ ଲୋଡ଼ିଛନ୍ତି ପିଏମ୍ ମୋଦି । ସମ୍ପର୍କ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ, ଭିସା ପ୍ରଦାନ ଓ କୈଳାସ ମାନ ସରୋବର ଯାତ୍ରା ଉପରେ ବି ଆଲୋଚନା ହୋଇଛି । ବିଶ୍ଵର ଦୁଇ ଜନବହୁଳ ରାଷ୍ଟ୍ର ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ବଢ଼ିଲେ ପରସ୍ପରର ବିକଳ୍ପ ହେବା ସହ ଏହା ପ୍ରଗତି ପଥରେ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିବ ବୋଲି କହିଥିଲେ ଚୀନ ରାଷ୍ଟ୍ରପତି ।